ପ୍ରାର୍ଥିପତ୍ର ଦାଖଲ କଲେ ପଦ୍ମଶ୍ରୀ ଦିଲୀପ ତିର୍କୀ,ଯୋଗେଶ ସିଂହ
ସୁନ୍ଦରଗଡ଼,୧ା୫(ଜୟ ନାରାୟଣ ମେଣ୍ଡୁଳି) ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ସୁନ୍ଦରଗଡ ଜିଲାରେ ନାମାଙ୍କନ ଦାଖଲର ୩ୟ ଦିନରେ ବିଧାନ ସଭା ଆସନ ପାଇଁ ୪ ଜଣ ପ୍ରାର୍ଥୀ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ବେଳେ ଲୋକସଭା ଆସନ ପାଇଁ ଜଣେ ପ୍ରାର୍ଥୀ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି ା ସୁନ୍ଦରଗଡ ଲୋକସଭା ଆସନ ପାଇଁ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେ ଜିଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ପରାଗ ହର୍ଷଦ ଗାଭାଲୀଙ୍କ […] The post ପ୍ରାର୍ଥିପତ୍ର ଦାଖଲ କଲେ ପଦ୍ମଶ୍ରୀ ଦିଲୀପ ତିର୍କୀ,ଯୋଗେଶ ସିଂହ appeared first on Dharitri Odia News.
ସୁନ୍ଦରଗଡ଼,୧ା୫(ଜୟ ନାରାୟଣ ମେଣ୍ଡୁଳି) ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ସୁନ୍ଦରଗଡ ଜିଲାରେ ନାମାଙ୍କନ ଦାଖଲର ୩ୟ ଦିନରେ ବିଧାନ ସଭା ଆସନ ପାଇଁ ୪ ଜଣ ପ୍ରାର୍ଥୀ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ବେଳେ ଲୋକସଭା ଆସନ ପାଇଁ ଜଣେ ପ୍ରାର୍ଥୀ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି ା
ସୁନ୍ଦରଗଡ ଲୋକସଭା ଆସନ ପାଇଁ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେ ଜିଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ପରାଗ ହର୍ଷଦ ଗାଭାଲୀଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ା
ସେହିପରି ସୁନ୍ଦରଗଡ ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଯୋଗେଶ କୁମାର ସିଂହ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ଦିଲ୍ଲୀପ ସକାଳେ ମିଶନ ରୋଡ ସ୍ଥିତ ଚର୍ଚ୍ଚା ଯାଇ ସ୍ତ୍ରୀ ମୀରା ତିର୍କୀଙ୍କ ସହ ପ୍ରାର୍ଥନା କରିଥିଲେ। ଏହା ପରେ ଦିଲ୍ଲୀପ ଓ ଯୋଗେଶ ସୁନ୍ଦରଗଡ଼ ସମଲେଶ୍ବରୀ ମନ୍ଦିର, ଜଗନ୍ନାଥ ମନ୍ଦିର ଓ ପଞ୍ଚମୁଖୀ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରି ବିଜୁଜନତା ଦଳର କାର୍ଯ୍ୟାଳୟଠାରୁ ଉଭୟେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚି ଥିଲେ। ଏହି ପ୍ରାର୍ଥତ୍ପତ୍ର ଦାଖଲ ବେଳେ ବରିଷ୍ଠ ବିଜେଡି ନେତା ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନ, ଜର୍ଜ ତିର୍କୀ, ପୂର୍ବତନ ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝି, ବିଜେଡି ନେତ୍ରୀ ସୁନିତା ବିଶ୍ବାଳ, ଜିଲାପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ, ବାଲିଶଙ୍କରା ବ୍ଲକ ଅଧ୍ୟକ୍ଷା କୁଞ୍ଜଲତା ଭିତ୍ରିଆ, ଚମେଲି ଓରାମ, ଉପନଗରପାଳ ଲଲାଟେନ୍ଦୁ ପରିଡା, ଜିଲା ଉପସଭାପତି ଜୟନାରାୟଣ ତ୍ରିପାଠୀ, ପ୍ରଫୁଲ୍ଲ ସୁନ୍ୟାନୀ, ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ, ପୂର୍ବତନ ଉପନଗରପାଳ ସୁମନ୍ତ ପଣ୍ଡା, କାଉନସିଲର ସୁମନ୍ତ ସାହୁ, ଜିଲା ଆଇନଜୀବୀ ସାମ୍ମୁଖ୍ୟର ଆବାହକ ଅଶୋକ ସ୍ବାଇଁ, ସୁକାନ୍ତ ପତି, କାଶୀନାଥ ରାଉତ, ଡାକ୍ତର ହିମାଂଶୁ ଷଡ଼ଙ୍ଗୀ, ଏମ.ଡି କଲିମ, ସେହେବାଜ ହୁସେନ, ସଞ୍ଜୟ ସାହୁଙ୍କ ସମେତ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ। ରଘୁନାଥପାଲି ପାଇଁ ଇଣ୍ଡିଆନ ନ୍ୟାଶନାଲ କଂଗ୍ରେସର ଗୋପାଳ ଦାସ ଓ ବିରେନ୍ଦ୍ର କୁମାର ପଟ୍ଟନାୟକ ରାଉରକେଲା ବିଧାନ ସଭା ଆସନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି ା
ସୂଚନାଯୋଗ୍ୟ ଯେ ମେ ୩ ପ୍ରାର୍ଥତ୍ପତ୍ର ଦାଖଲ କରିବାର ଶେଷ ତାରିଖ ରହିଛି। ମେ ୪ ନାମାଙ୍କନପତ୍ର ଯାଞ୍ଚ କରାଯିବ। ମେ ୬ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିବାର ସହ ଚୂଡାନ୍ତ ତାଲିକା ପ୍ରକାଶିତ କରାଯିବ।
The post ପ୍ରାର୍ଥିପତ୍ର ଦାଖଲ କଲେ ପଦ୍ମଶ୍ରୀ ଦିଲୀପ ତିର୍କୀ,ଯୋଗେଶ ସିଂହ appeared first on Dharitri Odia News.