ନାଗଲେରିଆ ଫାଉଲେରି

ଦୁନିଆରେ ଏଭଳି ଅନେକ କୀଟ ଅଛନ୍ତି, ଯାହା ବିଷୟରେ ସମସ୍ତେ ଜାଣନ୍ତି ନାହିଁ । ସେହିଭଳି ଏକ ଆମୋଇବା ହେଲା ନାଗଲେରିଆ ଫାଉଲେରି । ଯାହା ମାତ୍ର ସାତ ଦିନ ମଧ୍ୟରେ ଲୋକଙ୍କୁ ଜୀବନରୁ ମାରିବାର କ୍ଷମତା ରଖୁଛି । ଏହି ଅମୋଇବାର ଅନ୍ୟନାମ ହେଲା ବ୍ରେନ୍‌ ଇଟିଂ ଆମୋଇବା । ଏହା ସାଧାରଣତଃ ସଂକ୍ରମିତ ପାଣି ଯେପରି ଦୂଷିତ ପୁଲ୍‌, ନଦୀ,ପୋଖରୀ ଆଦିରେ ଦେଖିବାକୁ ମିଳିଥାଏ । ଏହାର ଆକାର ଏତେ ଛୋଟ ଯେ ଏହା […]

ନାଗଲେରିଆ ଫାଉଲେରି
ନାଗଲେରିଆ ଫାଉଲେରି

ଦୁନିଆରେ ଏଭଳି ଅନେକ କୀଟ ଅଛନ୍ତି, ଯାହା ବିଷୟରେ ସମସ୍ତେ ଜାଣନ୍ତି ନାହିଁ । ସେହିଭଳି ଏକ ଆମୋଇବା ହେଲା ନାଗଲେରିଆ ଫାଉଲେରି । ଯାହା ମାତ୍ର ସାତ ଦିନ ମଧ୍ୟରେ ଲୋକଙ୍କୁ ଜୀବନରୁ ମାରିବାର କ୍ଷମତା ରଖୁଛି । ଏହି ଅମୋଇବାର ଅନ୍ୟନାମ ହେଲା ବ୍ରେନ୍‌ ଇଟିଂ ଆମୋଇବା । ଏହା ସାଧାରଣତଃ ସଂକ୍ରମିତ ପାଣି ଯେପରି ଦୂଷିତ ପୁଲ୍‌, ନଦୀ,ପୋଖରୀ ଆଦିରେ ଦେଖିବାକୁ ମିଳିଥାଏ । ଏହାର ଆକାର ଏତେ ଛୋଟ ଯେ ଏହା କେବଳ ମାଇକ୍ରୋସ୍କୋପରେ ଦେଖାଯାଇପାରିବ । ଏହି ଆମୋଇବା ପାଣି ଦେଇ ମଣିଷର ଶରୀରରେ ପ୍ରବେଶ କରିଥାଏ ଏବଂ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ । ଏହା ନାକ ଦେଇ ବ୍ରେନ୍‌କୁ ଯାଇଥାଏ । ଏହା ଆମର ବ୍ରେନ୍‌ ଟିସୁକୁ ନଷ୍ଟ କରିବା ସହ ଏକ ପ୍ରକାର ସଂକ୍ରମଣ କରିଥାଏ ଯାହାର ନାଁ ପ୍ରାଇମେରୀ ଆମେବିକ୍‌ ମେନିଙ୍ଗୋଏନ୍ସଫାଲାଇଟିସ୍‌ ବା ପିଏଏମ୍‌ । ଏହାକୁ ୧୯୬୫ରେ ବୈଜ୍ଞାନିକମାନେ ଆବିଷ୍କାର କରିଥିଲେ । ଏହା ଆମ ଶରୀରରେ ଏକ ବିରଳ ସଂକ୍ରମଣ କରିଥାଏ, ଯାହା ଜୀବନନେବାରେ ମଧ୍ୟ ସକ୍ଷମ । ଏହାକୁ ଚିହ୍ନଟ କରିବା କଷ୍ଟଦାୟକ ହୋଇଥାଏ । ତେବେ ଏହି ସଂକ୍ରମଣର କେତେକ ପ୍ରାଥମିକ ଲକ୍ଷଣ ରହିଛି, ଯାହାକୁ ଧ୍ୟାନରେ ରଖିଲେ ଏହା ବିଷୟରେ ଜାଣିହେବ । ଏହି ସଂକ୍ରମଣ ହେଲେ ମୁଣ୍ଡ ବିନ୍ଧା, ବେକରେ ଯନ୍ତ୍ରଣା, ଭୋକ ନହେବା, ଜ୍ୱର, ନଏଜିଆ ଆଦି ହୋଇଥାଏ । ତେଣୁ ଯଦି ଏଭଳି କିଛି ଲକ୍ଷଣ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।