ରାଷ୍ଟ୍ରପତିଙ୍କୁ ନେଇ ସୋନିଆଙ୍କ ଆକ୍ଷେପ: ରାଷ୍ଟ୍ରପତି ଭବନରୁ ଆସିଲା କଡା ପ୍ରତିକ୍ରିୟା

ନୂଆଦିଲ୍ଲୀ:ରାଷ୍ଟ୍ରପତିଙ୍କୁ ନେଇ ସୋନିଆଙ୍କ ଆକ୍ଷେପର କଡା ପ୍ରତିକ୍ରିୟା ରଖିଲା ରାଷ୍ଟ୍ରପତି ଭବନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀଙ୍କ ଅରୁଚିକର ମନ୍ତବ୍ୟର ଦୃଢ଼ ପ୍ରତିବାଦ ଜଣାଇଛି ରାଷ୍ଟ୍ରପତି ଭବନ। ସୋନିଆଙ୍କ ମନ୍ତବ୍ୟ ଅଗ୍ରହଣୀୟ। ଏହା ରାଷ୍ଟ୍ରପତିଙ୍କ ମର୍ଯ୍ୟାଦାକୁ ଆଘାତ ଦେଇଛି ବୋଲି ରାଷ୍ଟ୍ରପତି ଭବନ ତରଫରୁ ଏକ ବିବୃତି ଜାରି କରାଯାଇ କୁହାଯାଇଛି। ବଜେଟ୍‌ ପୂର୍ବରୁ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ରାହୁଲ ଗାନ୍ଧୀ ମଧ୍ୟ ରାଷ୍ଟ୍ରପତିଙ୍କ ଭାଷଣ ଉପରେ […]

ରାଷ୍ଟ୍ରପତିଙ୍କୁ ନେଇ ସୋନିଆଙ୍କ ଆକ୍ଷେପ: ରାଷ୍ଟ୍ରପତି ଭବନରୁ ଆସିଲା କଡା ପ୍ରତିକ୍ରିୟା

ନୂଆଦିଲ୍ଲୀ:ରାଷ୍ଟ୍ରପତିଙ୍କୁ ନେଇ ସୋନିଆଙ୍କ ଆକ୍ଷେପର କଡା ପ୍ରତିକ୍ରିୟା ରଖିଲା ରାଷ୍ଟ୍ରପତି ଭବନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀଙ୍କ ଅରୁଚିକର ମନ୍ତବ୍ୟର ଦୃଢ଼ ପ୍ରତିବାଦ ଜଣାଇଛି ରାଷ୍ଟ୍ରପତି ଭବନ। ସୋନିଆଙ୍କ ମନ୍ତବ୍ୟ ଅଗ୍ରହଣୀୟ। ଏହା ରାଷ୍ଟ୍ରପତିଙ୍କ ମର୍ଯ୍ୟାଦାକୁ ଆଘାତ ଦେଇଛି ବୋଲି ରାଷ୍ଟ୍ରପତି ଭବନ ତରଫରୁ ଏକ ବିବୃତି ଜାରି କରାଯାଇ କୁହାଯାଇଛି। ବଜେଟ୍‌ ପୂର୍ବରୁ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ।
ରାହୁଲ ଗାନ୍ଧୀ ମଧ୍ୟ ରାଷ୍ଟ୍ରପତିଙ୍କ ଭାଷଣ ଉପରେ ପ୍ରତିକ୍ରିୟା ଦେଇଥିଲେ। ସୋନିଆ ରାଷ୍ଟ୍ରପତିଙ୍କୁ ଜଣେ ‘Poor Lady’ ବୋଲି କହିଥିଲେ ଏବଂ କହିଥିଲେ ଯେ, ଭାଷଣ ପରେ ସେ କ୍ଳାନ୍ତ ହୋଇଯାଇଥିଲେ।କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବିରକ୍ତିକର କହିବା ସହିତ ତାଙ୍କୁ ‘ବିଚରା ମହିଳା’ ବୋଲି ଗଣମାଧ୍ୟମ ଆଗରେ କହିଥିଲେ। ଯାହାକୁ ନେଇ ଦେଶରେ ରାଜନୀତିର ପାରା ଉପର ମୁହାଁ ହୋଇଛି।