ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ୍ଜ, ଦମ ଅଛି ତ…

ପାରଳାଖେମୁଣ୍ଡି,୪ା୫: ପାରାଳାଖେମୁଣ୍ଡିରେ ନବୀନଙ୍କ ପ୍ରଚାର ସଭାରେ ଧର୍ମେନ୍ଦ୍ରଙ୍କ ନାଁ ନନେଇ ଖୋଲା ଚ୍ୟାଲେଞ୍ଜ ଦେଲେ କାର୍ତ୍ତିକ ପାଣ୍ଡିଆନ। ଦମ ଅଛି ତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ମୁଖ୍ଯମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ ଭାଜପା। ଧର୍ମେନ୍ଦ୍ର ମୁଖ୍ଯମନ୍ତ୍ରୀ ପ୍ରାର୍ଥୀ ହେଲେ ଭାଜପା ଓଡ଼ିଶାରେ ୧୦ ପ୍ରତିଶତ ଆସନ ବି ଜିତିବନି। ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କହିଛନ୍ତି, ବିକାଶର ଯେତେ ଭାଷା କହିଲେ ବି କେନ୍ଦ୍ରମନ୍ତ୍ରୀ ବୁଝିପାରୁନାହାନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଲକ୍ଷ୍ମୀ, ବିଏସକେୱାଇ କଥା ବୁଝିପାରୁନାହାନ୍ତି। ୧୦ ବର୍ଷ […] The post ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ୍ଜ, ଦମ ଅଛି ତ… appeared first on Dharitri Odia News.

ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ୍ଜ, ଦମ ଅଛି ତ…

ପାରଳାଖେମୁଣ୍ଡି,୪ା୫: ପାରାଳାଖେମୁଣ୍ଡିରେ ନବୀନଙ୍କ ପ୍ରଚାର ସଭାରେ ଧର୍ମେନ୍ଦ୍ରଙ୍କ ନାଁ ନନେଇ ଖୋଲା ଚ୍ୟାଲେଞ୍ଜ ଦେଲେ କାର୍ତ୍ତିକ ପାଣ୍ଡିଆନ। ଦମ ଅଛି ତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ମୁଖ୍ଯମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ ଭାଜପା। ଧର୍ମେନ୍ଦ୍ର ମୁଖ୍ଯମନ୍ତ୍ରୀ ପ୍ରାର୍ଥୀ ହେଲେ ଭାଜପା ଓଡ଼ିଶାରେ ୧୦ ପ୍ରତିଶତ ଆସନ ବି ଜିତିବନି।

ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କହିଛନ୍ତି, ବିକାଶର ଯେତେ ଭାଷା କହିଲେ ବି କେନ୍ଦ୍ରମନ୍ତ୍ରୀ ବୁଝିପାରୁନାହାନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଲକ୍ଷ୍ମୀ, ବିଏସକେୱାଇ କଥା ବୁଝିପାରୁନାହାନ୍ତି। ୧୦ ବର୍ଷ ହେଲା ମୁଖ୍ଯମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଛ। ହେଲେ ଭାଜପା ଧର୍ମେନ୍ଦ୍ରଙ୍କୁ ମୁଖ୍ଯମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରୁନି।

ତେଣୁ ଆଗ ନିଜ ଦଳର ବିଶ୍ବାସ ଜିତନ୍ତୁ ତାପରେ ନବୀନଙ୍କ ଆଗରେ ଠିଆ ହୋଇ ପ୍ରଶ୍ନ ପଚାରିବାକୁ ତମର ଯୋଗ୍ଯତା ହେବ ବୋଲି କହି ଧର୍ମେନ୍ଦ୍ରଙ୍କୁ କଟାକ୍ଷ କରିଛନ୍ତି ପାଣ୍ଡିଆନ।

The post ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ୍ଜ, ଦମ ଅଛି ତ… appeared first on Dharitri Odia News.