ମହାକାଳେଶ୍ୱର ମନ୍ଦିରରେ ମିଳୁଥିବା ପ୍ରସାଦ ସମ୍ପୂର୍ଣ୍ଣ ଶୁଦ୍ଧ

ଉଜ୍ଜୟନୀ,୬।୧୦: ମଧ୍ୟ ପ୍ରଦେଶ ଉଜ୍ଜୟନୀର ମହାକାଳେଶ୍ୱର ମନ୍ଦିରରେ ମିଳୁଥିବା ଲଡୁ ପ୍ରସାଦର ଯାଞ୍ଚ କରାଯାଇ ଜଣାପଡିଛି ଯେ ଲଡୁ ସମ୍ପୂର୍ଣ୍ଣ ଶୁଦ୍ଧ ଅଟେ। ମଧ୍ୟପ୍ରଦେଶର ଉଜ୍ଜୟନୀ ସ୍ଥିତ ମହାକାଳେଶ୍ୱର ମନ୍ଦିରର ଲଡୁ ପ୍ରସାଦ ଖାଦ୍ୟ ସୁରକ୍ଷା ନିୟମର ୧୩ଟି ପାରାମିଟର ପୂରଣ କରିଥିବାରୁ ଭକ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଉଜ୍ଜୟନୀ ବିଭାଗୀୟ କମିଶନର ସଞ୍ଜୟ ଗୁପ୍ତାଙ୍କ ଅନୁଯାୟୀ, ଲଡୁ ପ୍ରସାଦଙ୍କୁ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଅଫ ଇଣ୍ଡିଆ (ଏଫଏସଏସଏଆଇ)ର କେତେକ ସ୍ବୀକୃତିପ୍ରାପ୍ତ ଲ୍ୟାବ […] The post ମହାକାଳେଶ୍ୱର ମନ୍ଦିରରେ ମିଳୁଥିବା ପ୍ରସାଦ ସମ୍ପୂର୍ଣ୍ଣ ଶୁଦ୍ଧ appeared first on Dharitri Odia News.

ମହାକାଳେଶ୍ୱର ମନ୍ଦିରରେ ମିଳୁଥିବା ପ୍ରସାଦ ସମ୍ପୂର୍ଣ୍ଣ ଶୁଦ୍ଧ

ଉଜ୍ଜୟନୀ,୬।୧୦: ମଧ୍ୟ ପ୍ରଦେଶ ଉଜ୍ଜୟନୀର ମହାକାଳେଶ୍ୱର ମନ୍ଦିରରେ ମିଳୁଥିବା ଲଡୁ ପ୍ରସାଦର ଯାଞ୍ଚ କରାଯାଇ ଜଣାପଡିଛି ଯେ ଲଡୁ ସମ୍ପୂର୍ଣ୍ଣ ଶୁଦ୍ଧ ଅଟେ। ମଧ୍ୟପ୍ରଦେଶର ଉଜ୍ଜୟନୀ ସ୍ଥିତ ମହାକାଳେଶ୍ୱର ମନ୍ଦିରର ଲଡୁ ପ୍ରସାଦ ଖାଦ୍ୟ ସୁରକ୍ଷା ନିୟମର ୧୩ଟି ପାରାମିଟର ପୂରଣ କରିଥିବାରୁ ଭକ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
ଉଜ୍ଜୟନୀ ବିଭାଗୀୟ କମିଶନର ସଞ୍ଜୟ ଗୁପ୍ତାଙ୍କ ଅନୁଯାୟୀ, ଲଡୁ ପ୍ରସାଦଙ୍କୁ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଅଫ ଇଣ୍ଡିଆ (ଏଫଏସଏସଏଆଇ)ର କେତେକ ସ୍ବୀକୃତିପ୍ରାପ୍ତ ଲ୍ୟାବ ଦ୍ୱାରା କରାଯାଇଥିବା ୧୩ ଟି ବିଭିନ୍ନ ପ୍ରକାରର ପରୀକ୍ଷା ଦେବାକୁ ପଡିଥିଲା। ସେ କହିଛନ୍ତି ଯେ ପ୍ରସାଦରେ ଚାରୋଟି ମୁଖ୍ୟ ଉପାଦାନ ଅଛି, ଯାହା ହେଉଛି ଶୁଦ୍ଧ ଘିଅ, ବେସନ, ରାଓ୍ବା ଏବଂ ଚିନି, ଯେଉଁଥିରୁ ସବୁଠାରୁ ମହଙ୍ଗା ଉପାଦାନ ହେଉଛି ଖାଣ୍ଟି ଘିଅ।
ସଂଜୟ ଗୁପ୍ତା କହିଛନ୍ତି ଯେ ପ୍ରତିଦିନ ଏଠାରେ ୪୦ମେଟ୍ରିକ ଟନ ଘିଅ ବ୍ୟବହାର କରାଯାଇ ପ୍ରସାଦ ତିଆରି କରାଯାଏ, ଏଥିପାଇଁ ରାଜ୍ୟ ସରକାରଙ୍କ ଏକ ସହଯୋଗୀ ସଂଗଠନ ଉଜ୍ଜୟନୀ ମିଲ୍କ ୟୁନିୟନ ଦ୍ୱାରା ଏହି ଘିଅ ଉତ୍ପାଦିତ ହୋଇଥାଏ। ସେ ଆହୁରି କହିଛନ୍ତି, ‘ଜଣେ ଭକ୍ତ ଖାଦ୍ୟ ସୁରକ୍ଷା ଏବଂ ମାନକ ଅଥରିଟି ଅଫ ଇଣ୍ଡିଆ (FSSAI) ଦ୍ୱାରା ଅନୁମୋଦନ ହୋଇଥିବା ଏକ ଲ୍ୟାବରେ ପରୀକ୍ଷିତ (ମହାକାଳେଶ୍ୱର ମନ୍ଦିର) ର ଲଡୁ ପ୍ରସାଦ ପାଇଥିଲେ। ସେ ୧୩ ଟି ଭିନ୍ନ ପରୀକ୍ଷା କରିଥିଲେ । ପ୍ରସାଦ ସମସ୍ତ ୧୩ଟି ମାନଦଣ୍ଡ (ଘିଅ, ବେସନ, ଚିନି ଏବଂ ରାଓ୍ବା) ପୂରଣ କରିବା ଅତ୍ୟନ୍ତ ଆନନ୍ଦଦାୟକ ବିଷୟ।

The post ମହାକାଳେଶ୍ୱର ମନ୍ଦିରରେ ମିଳୁଥିବା ପ୍ରସାଦ ସମ୍ପୂର୍ଣ୍ଣ ଶୁଦ୍ଧ appeared first on Dharitri Odia News.