ଆଇଏମଡି କଲା ଆଲର୍ଟ: ଆସୁଛି ଆଉ ଏକ ଲଘୁଚାପ!

ଭୁବନେଶ୍ୱର,୧।୧୧: ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ। ଏନେଇ ଆଲର୍ଟ କରିଛି ଭାରତୀୟ ପାଣିପାଗ ବିଭାଗ। ପାଣିପାଗ ବିଭାଗନୁସାରେ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଥିବା ଆଶଙ୍କା କରାଯାଉଛି। ନଭେମ୍ବର ପ୍ରଥମ ସପ୍ତାହ ଅର୍ଥାତ୍‌ ୫ତାରିଖରୁ ୧୫ ମଧ୍ୟରେ ଏହି ଲଘୁଚାପ ସୃଷ୍ଟି ହୋଇପାରେ। ତେବେ ଲଘୁଚାପ ଘନୀଭୂତ ହେବ କି ନାହିଁ ତା’ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। IMD EXTENDED OUTLOOK indicates possibly formation of low […] The post ଆଇଏମଡି କଲା ଆଲର୍ଟ: ଆସୁଛି ଆଉ ଏକ ଲଘୁଚାପ! appeared first on Dharitri Odia News.

ଆଇଏମଡି କଲା ଆଲର୍ଟ: ଆସୁଛି ଆଉ ଏକ ଲଘୁଚାପ!

ଭୁବନେଶ୍ୱର,୧।୧୧: ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ। ଏନେଇ ଆଲର୍ଟ କରିଛି ଭାରତୀୟ ପାଣିପାଗ ବିଭାଗ। ପାଣିପାଗ ବିଭାଗନୁସାରେ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଥିବା ଆଶଙ୍କା କରାଯାଉଛି। ନଭେମ୍ବର ପ୍ରଥମ ସପ୍ତାହ ଅର୍ଥାତ୍‌ ୫ତାରିଖରୁ ୧୫ ମଧ୍ୟରେ ଏହି ଲଘୁଚାପ ସୃଷ୍ଟି ହୋଇପାରେ। ତେବେ ଲଘୁଚାପ ଘନୀଭୂତ ହେବ କି ନାହିଁ ତା’ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

କିନ୍ତୁ ଏହି ୭ଦିନ ଭିତରେ କୌଣସି ଲଘୁଚାପ ହେବାର ସମ୍ଭାବନା ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଲଘୁଚାପ ହେବାର ଏବେ କୌଣସି ସିଷ୍ଟମ ନାହିଁ। ନଭେମ୍ବର ୩ରୁ ୫ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ୬ ଓ ୭ରେ ଉପକୂଳ ଜିଲାର କିଛି ସ୍ଥାନରେ ବର୍ଷା ହୋଇପାରେ।

ସୂଚନାଯୋଗ୍ୟ, ଆଜି ବର୍ଷାରେ ଭିଜିଛି ଟ୍ବିନ ସିଟି କଟକ-ଭୁବନେଶ୍ୱର। ସକାଳୁ ସକାଳୁ ଏହି ଦୁଇ ସହରରେ ପ୍ରବଳ ବର୍ଷା ହୋଇଛି। ଭୋରରୁ ପାଗ ଭଲ ଥିବାବେଳେ ହଠାତ ବର୍ଷା ଆରମ୍ଭ ହୋଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୩ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ଆଲର୍ଟ କରାଯାଇଛି।

The post ଆଇଏମଡି କଲା ଆଲର୍ଟ: ଆସୁଛି ଆଉ ଏକ ଲଘୁଚାପ! appeared first on Dharitri Odia News.