ଇନ୍‌ଷ୍ଟାଗ୍ରାମରେ ମୁଖ୍ୟମନ୍ତ୍ରୀଙ୍କୁ ଧମକ: ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ସାଇବର ଥାନାରେ ଏତଲା

କେନ୍ଦୁଝର,୨୮।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବିଧାୟକ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମିଷ୍ଟର ବଓ୍ବେଫା ନାମରେ ଇନ୍‌ଷ୍ଟଗ୍ରାମ ଆଇଡିଧାରୀ ଜଣେ ଯୁବକ ଜାତିଆଣ ଆକ୍ଷେପ କରିବା ସହ ଜୀବନରେ ମାରି ଦେବାର ଧମକ ଦେଇଥିବା ଅଭିଯୋଗରେ କେନ୍ଦୁଝର ଜିଲା ଭାଜପା ଯୁବମୋର୍ଚ୍ଚା ପକ୍ଷରୁ କେନ୍ଦୁଝର ଏସ୍‌ପିଙ୍କ କାର୍ଯ୍ୟାଳୟରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଜିଲା ଯୁବମୋର୍ଚ୍ଚା ସଭାପତି ସବୀର ଦାଶଙ୍କ ନେତୃତ୍ୱରେ ଏକ ଟିମ୍‌ କେନ୍ଦୁଝର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟିବା ସହିତ ସାଇବର ଥାନାରେ […] The post ଇନ୍‌ଷ୍ଟାଗ୍ରାମରେ ମୁଖ୍ୟମନ୍ତ୍ରୀଙ୍କୁ ଧମକ: ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ସାଇବର ଥାନାରେ ଏତଲା appeared first on Dharitri Odia News.

ଇନ୍‌ଷ୍ଟାଗ୍ରାମରେ ମୁଖ୍ୟମନ୍ତ୍ରୀଙ୍କୁ ଧମକ: ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ସାଇବର ଥାନାରେ ଏତଲା

କେନ୍ଦୁଝର,୨୮।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବିଧାୟକ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମିଷ୍ଟର ବଓ୍ବେଫା ନାମରେ ଇନ୍‌ଷ୍ଟଗ୍ରାମ ଆଇଡିଧାରୀ ଜଣେ ଯୁବକ ଜାତିଆଣ ଆକ୍ଷେପ କରିବା ସହ ଜୀବନରେ ମାରି ଦେବାର ଧମକ ଦେଇଥିବା ଅଭିଯୋଗରେ କେନ୍ଦୁଝର ଜିଲା ଭାଜପା ଯୁବମୋର୍ଚ୍ଚା ପକ୍ଷରୁ କେନ୍ଦୁଝର ଏସ୍‌ପିଙ୍କ କାର୍ଯ୍ୟାଳୟରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ଜିଲା ଯୁବମୋର୍ଚ୍ଚା ସଭାପତି ସବୀର ଦାଶଙ୍କ ନେତୃତ୍ୱରେ ଏକ ଟିମ୍‌ କେନ୍ଦୁଝର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟିବା ସହିତ ସାଇବର ଥାନାରେ ସମ୍ପୃକ୍ତ ଯୁବକଙ୍କ ନାମରେ ଏତଲା ଦେଇଛନ୍ତି। ଦୋଷୀକୁ ତୁରନ୍ତ ଗିରଫ କରି କଠୋର ଦଣ୍ଡ ବିଧାନ ପାଇଁ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଯୁବମୋର୍ଚ୍ଚା କେନ୍ଦୁଝର ପକ୍ଷରୁ ନିବେଦନ କରାଯାଇଛି। ଯୁବମୋର୍ଚ୍ଚା ପକ୍ଷରୁ ସବୀର ଦାଶଙ୍କ ସହିତ ପ୍ରେମ ପ୍ରକାଶ ମୁଣ୍ଡା, ଅଶ୍ୱିନୀ ମହାନ୍ତ, ରାଜା ଗୁପ୍ତା, ରୁପେଶ ରଣା, ବିଷ୍ଣୁ ଗୁପ୍ତ ପ୍ରସାଦ, ବୁବୁ ସାହୁ, ତପନ ପାତ୍ର, ବିଷ୍ଣୁ ତ୍ରିପାଠୀ, ଭାରତ ଭୂଷଣ କୁଅଁର, ଯୁଧିଷ୍ଠିର ମହାନ୍ତ, ପରମଜିତ ସିଂ, ମାନସୂର୍‌ ଆଲମ୍‌ ପ୍ରମୁଖ ଉପସ୍ଥିତ ଥିଲେ।

The post ଇନ୍‌ଷ୍ଟାଗ୍ରାମରେ ମୁଖ୍ୟମନ୍ତ୍ରୀଙ୍କୁ ଧମକ: ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ସାଇବର ଥାନାରେ ଏତଲା appeared first on Dharitri Odia News.