ରଥ ଚକ ତଳେ ଗଲା ଜୀବନ

ଝାରସୁଗୁଡ଼ା,୭।୭: ଝାରସୁଗୁଡ଼ା ଜିଲା ବଡ଼ମାଲ ଥାନା ଅଧୀନ କୁକୁଜଂଙ୍ଘା ଜଗନ୍ନାଥ ମନ୍ଦିରରେ ରବିବାର ରଥଟଣା ବେଳେ ଏକ ଅଘଟଣ ଘଟିଛି। ରଥ ଚକ ତଳେ ଚାପି ହୋଇ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, କୁକୁଜଂଙ୍ଘା ଜଗନ୍ନାଥ ମନ୍ଦିର ପକ୍ଷରୁ ରଥଟଣା ହେଉଥିଲା। ସେତିକିବେଳେ ଭିଡ଼ ଯୋଗୁ ଜଣେ ଶ୍ରଦ୍ଧାଳୁ ରଥ ଚକ ତଳେ ଚାପି ହୋଇଯାଇଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରି ଝାରସୁଗୁଡ଼ା ମେଡିକାଲରେ ଭର୍ତ୍ତି […] The post ରଥ ଚକ ତଳେ ଗଲା ଜୀବନ appeared first on Dharitri Odia News.

ରଥ ଚକ ତଳେ ଗଲା ଜୀବନ

ଝାରସୁଗୁଡ଼ା,୭।୭: ଝାରସୁଗୁଡ଼ା ଜିଲା ବଡ଼ମାଲ ଥାନା ଅଧୀନ କୁକୁଜଂଙ୍ଘା ଜଗନ୍ନାଥ ମନ୍ଦିରରେ ରବିବାର ରଥଟଣା ବେଳେ ଏକ ଅଘଟଣ ଘଟିଛି। ରଥ ଚକ ତଳେ ଚାପି ହୋଇ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ମୁତାବକ, କୁକୁଜଂଙ୍ଘା ଜଗନ୍ନାଥ ମନ୍ଦିର ପକ୍ଷରୁ ରଥଟଣା ହେଉଥିଲା। ସେତିକିବେଳେ ଭିଡ଼ ଯୋଗୁ ଜଣେ ଶ୍ରଦ୍ଧାଳୁ ରଥ ଚକ ତଳେ ଚାପି ହୋଇଯାଇଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରି ଝାରସୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ଘଟଣାର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

The post ରଥ ଚକ ତଳେ ଗଲା ଜୀବନ appeared first on Dharitri Odia News.