ପୁଣି ଲଜ୍ଜା: ନର୍ସିଂ ଛାତ୍ରୀଙ୍କୁ ନିଶା ଦେଇ ବଳାତ୍କାର

ମୁମ୍ବାଇ, ୨୮।୮: ମହାରାଷ୍ଟ୍ର ରତ୍ନଗିରି ଜିଲାର ଜଣେ ୧୯ ବର୍ଷୀୟା ନର୍ସିଂ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ସୋମବାର ରାତିରେ ଏକ ଅଟୋରିକ୍ସା ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଅଟୋ ଡ୍ରାଇଭର ତାଙ୍କୁ ପିଇବା ପାଇଁ ପାଣି ଦେଇଥିଲେ। ପାଣିରେ ଅଭିଯୁକ୍ତ ଅଟୋ ଡ୍ରାଇଭର ନିଶାଦ୍ରବ୍ୟ ମିଳାଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ପାଣି ପିଇବା ପରେ ଛାତ୍ରୀ ବେହୋସ ହୋଇଯାଇଥିଲେ। ଫଳରେ ଡ୍ରାଇଭର ତାଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇ ବଳାତ୍କାର କରିଥିଲେ। […] The post ପୁଣି ଲଜ୍ଜା: ନର୍ସିଂ ଛାତ୍ରୀଙ୍କୁ ନିଶା ଦେଇ ବଳାତ୍କାର appeared first on Dharitri Odia News.

ପୁଣି ଲଜ୍ଜା: ନର୍ସିଂ ଛାତ୍ରୀଙ୍କୁ ନିଶା ଦେଇ ବଳାତ୍କାର

ମୁମ୍ବାଇ, ୨୮।୮: ମହାରାଷ୍ଟ୍ର ରତ୍ନଗିରି ଜିଲାର ଜଣେ ୧୯ ବର୍ଷୀୟା ନର୍ସିଂ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ଛାତ୍ରୀ ଜଣକ ସୋମବାର ରାତିରେ ଏକ ଅଟୋରିକ୍ସା ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଅଟୋ ଡ୍ରାଇଭର ତାଙ୍କୁ ପିଇବା ପାଇଁ ପାଣି ଦେଇଥିଲେ। ପାଣିରେ ଅଭିଯୁକ୍ତ ଅଟୋ ଡ୍ରାଇଭର ନିଶାଦ୍ରବ୍ୟ ମିଳାଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ପାଣି ପିଇବା ପରେ ଛାତ୍ରୀ ବେହୋସ ହୋଇଯାଇଥିଲେ। ଫଳରେ ଡ୍ରାଇଭର ତାଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇ ବଳାତ୍କାର କରିଥିଲେ। ପୀଡ଼ିତାଙ୍କ ଅଭିଭାବକଙ୍କ ଅଭିଯୋଗ ଆଧାରରେ ମଙ୍ଗଳବାର ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି। ଅଭିଯୁକ୍ତ ଅଟୋ ଡ୍ରାଇଭର ଫେରାର ହୋଇଯାଇଥିବାବେଳେ ପୋଲିସ ତାଙ୍କୁ ଗିରଫ କରିବା ପାଇଁ ସିସିଟିଭି କ୍ୟାମେରା ଯାଞ୍ଚ କରୁଛି।

The post ପୁଣି ଲଜ୍ଜା: ନର୍ସିଂ ଛାତ୍ରୀଙ୍କୁ ନିଶା ଦେଇ ବଳାତ୍କାର appeared first on Dharitri Odia News.