ଆସାମରେ ଉଚ୍ଛେଦ ଅଶାନ୍ତି

ଗୁଆହାଟୀ,୨୪ା୨: ଉତ୍ତର ପୂର୍ବାଞ୍ଚଳର ଭାଜପା ଶାସିତ ରାଜ୍ୟ ଆସାମରେ ସମ୍ଭାବ୍ୟ ଉଚ୍ଛେଦକୁ ନେଇ ଅଶାନ୍ତି ଦେଖାଦେଇଛି। କେତେକ ଚାରଣଭୂଇଁରୁ ୧୦ ହଜାର ବେଆଇନ ଅଧିବାସୀଙ୍କୁ ହଟାଇବା ପାଇଁ ରାଜ୍ୟରେ ଦାବି ହେଉଥିବାବେଳେ ଗତମାସରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସେମାନଙ୍କୁ ବିସ୍ଥାପିତ ହେବାକୁ ଦିଆଯିବ ନାହିଁ ବୋଲି ଆଶ୍ୱାସନା ଦେଇଥିଲେ। ତେବେ ପ୍ରୋଫେସନାଲ ଗ୍ରାଜିଂ ରିଜର୍ଭ (ପିଜିଆର୍‌) ଏବଂ ଭିଲେଜ ଗ୍ରାଜିଂ ରିଜର୍ଭ (ଭିଜିଆର୍‌)ରୁ ଏହି ଅଧିବାସୀମାନଙ୍କୁ ହଟାଇବା ପାଇଁ କର୍ବି ଆଙ୍ଗ୍‌ଲୋଙ୍ଗ୍‌ ଅଟୋନମସ୍‌ କାଉନ୍‌ସିଲ (କେଏଏସି) ନିଷ୍ପତ୍ତି […] The post ଆସାମରେ ଉଚ୍ଛେଦ ଅଶାନ୍ତି appeared first on Dharitri Odia News.

ଆସାମରେ ଉଚ୍ଛେଦ ଅଶାନ୍ତି

ଗୁଆହାଟୀ,୨୪ା୨: ଉତ୍ତର ପୂର୍ବାଞ୍ଚଳର ଭାଜପା ଶାସିତ ରାଜ୍ୟ ଆସାମରେ ସମ୍ଭାବ୍ୟ ଉଚ୍ଛେଦକୁ ନେଇ ଅଶାନ୍ତି ଦେଖାଦେଇଛି। କେତେକ ଚାରଣଭୂଇଁରୁ ୧୦ ହଜାର ବେଆଇନ ଅଧିବାସୀଙ୍କୁ ହଟାଇବା ପାଇଁ ରାଜ୍ୟରେ ଦାବି ହେଉଥିବାବେଳେ ଗତମାସରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସେମାନଙ୍କୁ ବିସ୍ଥାପିତ ହେବାକୁ ଦିଆଯିବ ନାହିଁ ବୋଲି ଆଶ୍ୱାସନା ଦେଇଥିଲେ। ତେବେ ପ୍ରୋଫେସନାଲ ଗ୍ରାଜିଂ ରିଜର୍ଭ (ପିଜିଆର୍‌) ଏବଂ ଭିଲେଜ ଗ୍ରାଜିଂ ରିଜର୍ଭ (ଭିଜିଆର୍‌)ରୁ ଏହି ଅଧିବାସୀମାନଙ୍କୁ ହଟାଇବା ପାଇଁ କର୍ବି ଆଙ୍ଗ୍‌ଲୋଙ୍ଗ୍‌ ଅଟୋନମସ୍‌ କାଉନ୍‌ସିଲ (କେଏଏସି) ନିଷ୍ପତ୍ତି ନେଇଛି। ଆଙ୍ଗ୍‌ଲୋଙ୍ଗ୍‌ ଏବଂ ଓ୍ବେଷ୍ଟ କର୍ବି ଜିଲାର ପ୍ରଶାସନ ଦାୟିତ୍ୱରେ ଥିବା କେଏଏସି ୨,୦୮୬ ପରିବାରର ଲୋକଙ୍କୁ ବେଆଇନ ଅଧିବାସୀ ରୂପେ ଆଖ୍ୟା ଦେଇଛି। ଇତିମଧ୍ୟରେ ଉକ୍ତ ଦୁଇ କିସମର ଜମିରେ ବସବାସ କରୁଥିବା ଲୋକଙ୍କୁ ଆଇନତଃ ବୈଧ ବାସିନ୍ଦା ଭାବେ ମାନ୍ୟତା ପ୍ରଦାନ ନିମନ୍ତେ ଗତ ଜାନୁଆରୀରେ ଏକ ହିନ୍ଦୀଭାଷୀ ଗୋଷ୍ଠୀ କର୍ତ୍ତୃପକ୍ଷଙ୍କୁ ସ୍ମାରକପତ୍ର ଦେଇଥିଲା। ସେଇଠୁ ଏହି ବିବାଦର ସୂତ୍ରପାତ ହୋଇଥିବା କୁହାଯାଉଛି।
ଷ୍ଟୁଡେଣ୍ଟ୍ସ ଆସୋସିଏଶନ ଏବଂ ଅଟୋନମସ୍‌ ଷ୍ଟେଟ୍‌ ଡିମାଣ୍ଡ୍‌ କମିଟି ୟୁଥ୍‌ ଫ୍ରଣ୍ଟ ପକ୍ଷରୁ ଗତ ୧୫ ତାରିଖରେ ଦୁଇ ଜିଲାରୁ ବେଆଇନ ଅଧିବାସୀଙ୍କୁ ଉଚ୍ଛେଦ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ବିକ୍ଷୋଭ ବେଳେ ସଂଘର୍ଷ ଘଟିବାରୁ କେତେଜଣ ବ୍ୟକ୍ତି ଆହତ ହୋଇଥିଲେ। ବିଧାନସଭାରେ ଶୁକ୍ରବାର ରାଜ୍ୟ ସରକାର ବଜେଟ ଉପସ୍ଥାପନ କରୁଥିବାବେଳେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇଛି। କଂଗ୍ରେସ ନେତା ଦେବବ୍ରତ ସାଇକିଆ କହିଛନ୍ତି, ବାସିନ୍ଦାମାନେ ୧୯୪୦ ମସିହାରୁ ଦଖଲ ଦସ୍ତାବିଜ ପାଇ ସେଠାରେ ରହିଆସୁଛନ୍ତି। ଏହାସତ୍ତ୍ୱେ ସେମାନଙ୍କ ନାମକୁ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏଥିଯୋଗୁ ସେମାନଙ୍କ ଭବିଷ୍ୟତ ଅନିଶ୍ଚିତତା ଦେଇ ଗତି କରୁଛି। ରାଜସ୍ବ ମନ୍ତ୍ରୀ ଯୋଗେନ୍‌ ମୋହନ ଏହାର ଜବାବରେ କହିଛନ୍ତି, କେଏଏସିର ପଦକ୍ଷେପ ଯଥାର୍ଥ। ବେଆଇନ ଅଧିବାସୀଙ୍କୁ ହଟାଇବା ପାଇଁ ଆଦିବାସୀ ପରିଷଦ ଏହି ନିଷ୍ପତ୍ତି ନେଇଛି। କେଏଏସି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତୁଳୀରାମ ରୋଙ୍ଗ୍‌ହଙ୍ଗ୍‌ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଛି।

The post ଆସାମରେ ଉଚ୍ଛେଦ ଅଶାନ୍ତି appeared first on Dharitri Odia News.