ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଫାଟକରେ ବାନ୍ଧି ନିର୍ଯାତନା
ମାର୍ଶାଘାଇ,୬।୧୨(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ଇଂରାଜୀ ମାଧ୍ୟାମିକ ବିଦ୍ୟାଳୟରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ବିଦ୍ୟାଳୟର ଫାଟକରେ ବନ୍ଧା ଯାଇଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହା କେଉଁଦିନର ଘଟଣା ଜଣାପଡ଼ିନାହିଁ। ଭିଡିଓରେ ଛାତ୍ରଙ୍କ ବେଲ୍ଟକୁ ଦଉଡିରେ ଲଗାଇ ଫାଟକରେ ବନ୍ଧା ଯାଇଥିବା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ମାର୍ଶାଘାଇ ଥାନାରେ ଅଭିଯୋଗ ହୋଇ ନ ଥିବା ଜଣାଯାଇଛି। ଏ ନେଇ ମାର୍ଶାଘାଇ ବ୍ଲକ ଶିକ୍ଷାଧିକାରୀ […] The post ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଫାଟକରେ ବାନ୍ଧି ନିର୍ଯାତନା appeared first on Dharitri Odia News.
ମାର୍ଶାଘାଇ,୬।୧୨(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ଇଂରାଜୀ ମାଧ୍ୟାମିକ ବିଦ୍ୟାଳୟରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ବିଦ୍ୟାଳୟର ଫାଟକରେ ବନ୍ଧା ଯାଇଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହା କେଉଁଦିନର ଘଟଣା ଜଣାପଡ଼ିନାହିଁ।
ଭିଡିଓରେ ଛାତ୍ରଙ୍କ ବେଲ୍ଟକୁ ଦଉଡିରେ ଲଗାଇ ଫାଟକରେ ବନ୍ଧା ଯାଇଥିବା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ମାର୍ଶାଘାଇ ଥାନାରେ ଅଭିଯୋଗ ହୋଇ ନ ଥିବା ଜଣାଯାଇଛି। ଏ ନେଇ ମାର୍ଶାଘାଇ ବ୍ଲକ ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର ସ୍ବାଇଁଙ୍କୁ ପଚାରିବାରୁ ଖବରଦାତାମାନଙ୍କଠାରୁ ସେ ଏ କଥା ଜାଣୁଛନ୍ତି। ତଦନ୍ତ ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉକ୍ତ ବିଦ୍ୟାଳୟର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
The post ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଫାଟକରେ ବାନ୍ଧି ନିର୍ଯାତନା appeared first on Dharitri Odia News.