ଦୁର୍ନୀତି ମାମଲାରେ ସନ୍ଦୀପ୍‌ ଘୋଷ ନିଲମ୍ବିତ

କୋଲକାତା,୪ା୯: ଆର୍‌.ଜି. କର ମେଡିକାଲ କଲେଜ ଆର୍ଥତ୍କ ଅନିୟମିତତା ମାମଲାରେ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍‌ ଘୋଷଙ୍କୁ ସିବିଆଇ ଗିରଫ କରିବାର ଦିନକ ପରେ ପଶ୍ଚିମବଙ୍ଗ ସ୍ବାସ୍ଥ୍ୟ ବିଭାଗ ତାଙ୍କୁ ନିଲମ୍ବନ କରିଛି। ତାଙ୍କ ବିରୋଧରେ ଆପରାଧିକ ତଦନ୍ତ ଚାଲିଥିବାରୁ ପଶ୍ଚିମବଙ୍ଗ ସର୍ଭିସେସ୍‌ (କ୍ଲାସିଫିକେଶନ, କଣ୍ଟ୍ରୋଲ ଆଣ୍ଡ ଅପିଲ୍‌) ରୁଲ୍‌ସ, ୧୯୭୧ର ରୁଲ୍‌ ୯(୧ସି) ଅନୁଯାୟୀ ତାଙ୍କୁ ନିଲମ୍ବନ କରାଯାଇଛି। ସୂଚନାଯୋଗ୍ୟ, ଗତ ମାସ ୯ ତାରିଖରେ ଉକ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର […] The post ଦୁର୍ନୀତି ମାମଲାରେ ସନ୍ଦୀପ୍‌ ଘୋଷ ନିଲମ୍ବିତ appeared first on Dharitri Odia News.

ଦୁର୍ନୀତି ମାମଲାରେ ସନ୍ଦୀପ୍‌ ଘୋଷ ନିଲମ୍ବିତ

କୋଲକାତା,୪ା୯: ଆର୍‌.ଜି. କର ମେଡିକାଲ କଲେଜ ଆର୍ଥତ୍କ ଅନିୟମିତତା ମାମଲାରେ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍‌ ଘୋଷଙ୍କୁ ସିବିଆଇ ଗିରଫ କରିବାର ଦିନକ ପରେ ପଶ୍ଚିମବଙ୍ଗ ସ୍ବାସ୍ଥ୍ୟ ବିଭାଗ ତାଙ୍କୁ ନିଲମ୍ବନ କରିଛି। ତାଙ୍କ ବିରୋଧରେ ଆପରାଧିକ ତଦନ୍ତ ଚାଲିଥିବାରୁ ପଶ୍ଚିମବଙ୍ଗ ସର୍ଭିସେସ୍‌ (କ୍ଲାସିଫିକେଶନ, କଣ୍ଟ୍ରୋଲ ଆଣ୍ଡ ଅପିଲ୍‌) ରୁଲ୍‌ସ, ୧୯୭୧ର ରୁଲ୍‌ ୯(୧ସି) ଅନୁଯାୟୀ ତାଙ୍କୁ ନିଲମ୍ବନ କରାଯାଇଛି। ସୂଚନାଯୋଗ୍ୟ, ଗତ ମାସ ୯ ତାରିଖରେ ଉକ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ପରେ ସନ୍ଦୀପ୍‌ଙ୍କୁ ପ୍ରିନ୍ସିପାଲ ପଦରୁ ହଟାଯାଇ ତାଙ୍କୁ କାଲ୍‌କାଟା ନ୍ୟାଶନାଲ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରିନ୍ସପାଲ ନିଯୁକ୍ତ କରାଯାଇଥିଲା। ଏହାକୁ ନେଇ ବିବାଦ ଜୋର୍‌ଦାର ହେବାରୁ ତାଙ୍କୁ ଅନିର୍ଦ୍ଦିଷ୍ଟ କାଳ ଛୁଟିରେ ରହିବାକୁ କୁହାଯାଇଥିଲା।
ଅନିୟମିତତା ମାମଲାରେ ଗିରଫ ସନ୍ଦୀପ୍‌ଙ୍କୁ ୮ ଦିନ ପାଇଁ ସିବିଆଇ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ସିବିଆଇ ସୋମବାର ସନ୍ଦୀପ୍‌ଙ୍କ ସମେତ ବିପ୍ଳବ ସିଂଘା, ସୁମନ ହାଜରା ଏବଂ ଅଫସର ଅଲି ଖାନ୍‌ଙ୍କୁ ଗିରଫ କରିଥିଲା। କୋଲକାତାର ସ୍ବତନ୍ତ୍ର ସିବିଆଇ ଅତାଲତ ସେମାନଙ୍କୁ ୮ ଦିନ ନିମନ୍ତେ ସିବିଆଇ ହାଜତକୁ ପଠାଇ ଦେଇଛନ୍ତି। ସିବିଆଇ ୧୦ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା। ୪ ଅଭିଯୁକ୍ତଙ୍କ ମଧ୍ୟରୁ କେବଳ ଅଫସର ଜାମିନ ଆବେଦନ କରିଥିବାବେଳେ କୋର୍ଟ ତାହାକୁ ଖାରଜ କରିଦେଇଛନ୍ତି। ସୂଚନାଯୋଗ୍ୟ, ଗତ ମାସ ୯ ତାରିଖ ରାତିରେ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାର ୩ ଦିନ ପରେ ସନ୍ଦୀପ୍‌ ପ୍ରିନ୍ସିପାଲ ପଦବୀରୁ ଇସ୍ତଫା ଦେଇଥିଲେ। ସେ ପ୍ରିନ୍ସିପାଲ ଥିବାବେଳେ ମେଡିକାଲ କଲେଜରେ ଆର୍ଥତ୍କ ଅନିୟମିତତା ହୋଇଥିବା ପୂର୍ବତନ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଡ. ଅଖତର ଅଲି ଅଭିଯୋଗ ଆଣିଥିଲେ। କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଏହାର ତଦନ୍ତ ଦାୟିତ୍ୱ ନେବା ପରେ ସନ୍ଦୀପ୍‌ଙ୍କ ବିରୋଧରେ ଆପରାଧିକ ଷଡ଼ଯନ୍ତ୍ର, ଦୁର୍ନୀତି, ଠକେଇ ଏବଂ ଅସାଧୁ ଉପାୟ ଅବଲମ୍ବନ ଅଭିଯୋଗରେ ମାମଲା ରୁଜୁ କରିଥିଲା।

The post ଦୁର୍ନୀତି ମାମଲାରେ ସନ୍ଦୀପ୍‌ ଘୋଷ ନିଲମ୍ବିତ appeared first on Dharitri Odia News.