ଆନ୍ଦୋଳନରୁ ଓହରିଲେ ଟ୍ରକ ଡ୍ରାଇଭର ସଂଘ, ଏବେ କାର୍ଯ୍ୟକାରୀ ହେବନି ହିଟ୍ ଆଣ୍ଡ ରନ୍ ଆଇନ
ନୂଆଦିଲ୍ଲୀ,୨।୧: ଆନ୍ଦୋଳନରୁ ଓହରିଛନ୍ତି ଟ୍ରକ ଡ୍ରାଇଭର ସଂଘ। ହିଟ୍ ଆଣ୍ଡ ରନ୍ ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିଥିବା ଟ୍ରକ୍ ଡ୍ରାଇଭରଙ୍କ ସହ କେନ୍ଦ୍ର ସରକାର ଆଲାଚନା କରିଛନ୍ତି। ଆଲୋଚନା ପରେ ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ ଆସୋସିଏଶନ(AIMTC) ଏନେଇ ଘୋଷଣା କରିଛି। ସୂଚନାଯୋଗ୍ୟ, ହିଟ୍ ଆଣ୍ଡ ରନ୍ କାନୁନ ବିରୋଧରେ ଚାଲିଥିବା ପ୍ରଦର୍ଶନରେ ଦେଶବ୍ୟାପୀ ଜନଜୀବନ ପ୍ରଭାବିତ ହୋଇଛି। ମାମଲାକୁ ଗମ୍ଭୀରତାର ସହ ନେଇ କେନ୍ଦ୍ରୀୟ ଗୃହ ସଚିବ ଅଜୟ ଭଲ୍ଲା ଟ୍ରକ୍ ଡ୍ରାଇଭର ସଂଘଙ୍କ […] The post ଆନ୍ଦୋଳନରୁ ଓହରିଲେ ଟ୍ରକ ଡ୍ରାଇଭର ସଂଘ, ଏବେ କାର୍ଯ୍ୟକାରୀ ହେବନି ହିଟ୍ ଆଣ୍ଡ ରନ୍ ଆଇନ appeared first on Dharitri Odia News.
ନୂଆଦିଲ୍ଲୀ,୨।୧: ଆନ୍ଦୋଳନରୁ ଓହରିଛନ୍ତି ଟ୍ରକ ଡ୍ରାଇଭର ସଂଘ। ହିଟ୍ ଆଣ୍ଡ ରନ୍ ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିଥିବା ଟ୍ରକ୍ ଡ୍ରାଇଭରଙ୍କ ସହ କେନ୍ଦ୍ର ସରକାର ଆଲାଚନା କରିଛନ୍ତି। ଆଲୋଚନା ପରେ ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ ଆସୋସିଏଶନ(AIMTC) ଏନେଇ ଘୋଷଣା କରିଛି।
ସୂଚନାଯୋଗ୍ୟ, ହିଟ୍ ଆଣ୍ଡ ରନ୍ କାନୁନ ବିରୋଧରେ ଚାଲିଥିବା ପ୍ରଦର୍ଶନରେ ଦେଶବ୍ୟାପୀ ଜନଜୀବନ ପ୍ରଭାବିତ ହୋଇଛି। ମାମଲାକୁ ଗମ୍ଭୀରତାର ସହ ନେଇ କେନ୍ଦ୍ରୀୟ ଗୃହ ସଚିବ ଅଜୟ ଭଲ୍ଲା ଟ୍ରକ୍ ଡ୍ରାଇଭର ସଂଘଙ୍କ ସହ ଆଲୋଚନା କରିଛନ୍ତି। ତେବେ ଆଲୋଚନା ସଫଳ ହୋଇଛି। ଫଳସ୍ବରପ ଡ୍ରାଇଭରମାନେ ଖୁବ୍ଶୀଘ୍ର କାର୍ଯ୍ୟକ୍ଷେତ୍ରକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏନେଇ ଗୃହ ସଚିବ ଅଜୟ ଭଲ୍ଲା କହିଛନ୍ତ, ନୂଆ ଆଇନ ଏବଂ ଦଣ୍ଡବିଧାନର ବ୍ୟବସ୍ଥା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ଭାରତୀୟ ଜୁଡିସିଆଲ କୋଡର ଧାରା ୧୦୬ (୨) କାର୍ଯ୍ୟକାରୀ ପୂର୍ବରୁ ଅଲ ଇଣ୍ଡିଆ ପରିବହନ କଂଗ୍ରେସ ସହ ଆଲୋଚନା ହେବ। ଡ୍ରାଇଭର ଏବଂ ପରିବହନକାରୀଙ୍କ ଆଲୋଚନା ପରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
The Government and the transporters have agreed that transport workers will resume their work immediately, they appeal to truck drivers to resume work. https://t.co/9V6E4TOmOf
— ANI (@ANI) January 2, 2024
ଗୃହ ସଚିବଙ୍କ ସହ ଆଲୋଚନା ପରେ ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ (ଏଆଇଏମଟିସିସି) ସଭାପତି ଅମୃତ ଲାଲ ମଦନ କହିଛନ୍ତି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଶ୍ୱସନା ଦେଇଛନ୍ତି ଯେ, ୧୦ବର୍ଷ ଜେଲଦଣ୍ଡ ଓ ଜରିମାନା ଆଦାୟ ଉପରେ ପ୍ରତିବନ୍ଧକ ଲଗାଇବେ। ଅମୃତ ଲାଲ ମଦନଙ୍କ ଅନୁଯାୟୀ, ଅଲ ଇଣ୍ଡିଆ ମୋଟର ପରିବହନ କଂଗ୍ରେସର ପରବର୍ତ୍ତୀ ବୈଠକ ପର୍ଯ୍ୟନ୍ତ କୌଣସି ଆଇନ କାର୍ଯ୍ୟକାରୀ ହେବ ନାହିଁ।
The post ଆନ୍ଦୋଳନରୁ ଓହରିଲେ ଟ୍ରକ ଡ୍ରାଇଭର ସଂଘ, ଏବେ କାର୍ଯ୍ୟକାରୀ ହେବନି ହିଟ୍ ଆଣ୍ଡ ରନ୍ ଆଇନ appeared first on Dharitri Odia News.