ପୁଣି ଚର୍ଚ୍ଚାରେ ମନୋଜ ମିଶ୍ର: ମନୋଜଙ୍କ ନାଁରେ ଏତଲା

ଭୁବନେଶ୍ୱର,୧୨।୧୧: ପୁଣି ଚର୍ଚ୍ଚାକୁ ଆସିଛନ୍ତି ମନୋଜ ମିଶ୍ର। ଅଭିନେତା ମନୋଜ ମିଶ୍ରଙ୍କ ନାଁରେ କଟକ ସାଇବର ଥାନାରେ ଏତଲା ହୋଇଛି। ଏତଲା ଦେଲା ଓଡ଼ିଶା ଫିଲ୍ମ ଓ ଟିଭି ନିର୍ଦ୍ଦେଶକ ସଂଘ। ମନୋଜ ମିଶ୍ର ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିବା ଅଭିଯୋଗରେ ତାଙ୍କ ନାହରେ ଏତଲା ହୋଇଛି। ଏହି ମାମଲାରେ  ସଙ୍ଘର ସଭାପତି ସବ୍ୟସାଚୀ ମହାପାତ୍ର  ପ୍ରତିକ୍ରିୟା  ରଖି କହିଛନ୍ତି, ଯେକୌସି ନୂଆ ଫିଲ୍ମ  ଆସିଲେ  ମନୋଜ ମନ୍ତବ୍ୟ  ରଖୁଛନ୍ତି ।ଫିଲ୍ମ ନିର୍ଦ୍ଦେଶକ, ପ୍ରଯୋଜକ ଓ […] The post ପୁଣି ଚର୍ଚ୍ଚାରେ ମନୋଜ ମିଶ୍ର: ମନୋଜଙ୍କ ନାଁରେ ଏତଲା appeared first on Dharitri Odia News.

ପୁଣି ଚର୍ଚ୍ଚାରେ ମନୋଜ ମିଶ୍ର: ମନୋଜଙ୍କ ନାଁରେ ଏତଲା

ଭୁବନେଶ୍ୱର,୧୨।୧୧: ପୁଣି ଚର୍ଚ୍ଚାକୁ ଆସିଛନ୍ତି ମନୋଜ ମିଶ୍ର। ଅଭିନେତା ମନୋଜ ମିଶ୍ରଙ୍କ ନାଁରେ କଟକ ସାଇବର ଥାନାରେ ଏତଲା ହୋଇଛି। ଏତଲା ଦେଲା ଓଡ଼ିଶା ଫିଲ୍ମ ଓ ଟିଭି ନିର୍ଦ୍ଦେଶକ ସଂଘ। ମନୋଜ ମିଶ୍ର ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିବା ଅଭିଯୋଗରେ ତାଙ୍କ ନାହରେ ଏତଲା ହୋଇଛି। ଏହି ମାମଲାରେ  ସଙ୍ଘର ସଭାପତି ସବ୍ୟସାଚୀ ମହାପାତ୍ର  ପ୍ରତିକ୍ରିୟା  ରଖି କହିଛନ୍ତି, ଯେକୌସି ନୂଆ ଫିଲ୍ମ  ଆସିଲେ  ମନୋଜ ମନ୍ତବ୍ୟ  ରଖୁଛନ୍ତି ।ଫିଲ୍ମ ନିର୍ଦ୍ଦେଶକ, ପ୍ରଯୋଜକ ଓ ଅଭିନେତାଙ୍କୁ  କରୁଛନ୍ତି ଆକ୍ଷେପ । ଭାଷା କହିଲାବେଳେ ସଂଜତ ହୋଇ କହିବା ସିଖିନାହାଁନ୍ତି ମନୋଜ । ଯାହା ପାଟିକୁ ଆସିଲା ସେଇଆ କହିଦେଉଛନ୍ତି । ସୋସିଆଲ ମିଡିଆରେ  ଏଭଳି  ଆକ୍ଷେପ  ଯୋଗୁଁ   କଷ୍ଟ ଲାଗୁଛି  ବୋଲି କହିଛନ୍ତି ସବ୍ୟସାଚୀ ମହାପାତ୍ର  ।

ତେବେ ଏହି ଅଭିଯୋଗ ପରେ ମନୋଜଙ୍କ ପାଖରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ମମତା ନନ୍ଦଙ୍କୁ ଦ୍ୱିତୀୟ ବିବାହ କରି ମନୋଜ ଚର୍ଚ୍ଚାକୁ ଆସିଥିବା ବେଳେ ପରେ ମମତାଙ୍କ ସହ ତାଙ୍କ ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ ହେବାକୁ ଲାଗିଥିଲା।

The post ପୁଣି ଚର୍ଚ୍ଚାରେ ମନୋଜ ମିଶ୍ର: ମନୋଜଙ୍କ ନାଁରେ ଏତଲା appeared first on Dharitri Odia News.