ବିଧାନସଭାରେ ଆଗତ ହେଲା ଅନ୍ତରୀଣ ବଜେଟ: କୃଷି ପାଇଁ ୨୮ ହଜାର ୯୪୪ କୋଟିର ବ୍ୟୟବରାଦ
ଭୁବନେଶ୍ବର,୮।୨ : ୨୦୨୪-୨୫ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ ବିଧାନସଭାରେ ଆଗତ ହୋଇଛି । ଗୁରୁବାର ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୧ ଲକ୍ଷ ୧୮ ହଜାର କୋଟିର କାମଚଳା ବଜେଟ ଉପସ୍ଥାପନ କରିଛନ୍ତି । ନିଜର ବଜେଟ ଉପସ୍ଥାପନ ବେଳେ ସେ କହିଛନ୍ତି ଯେ, ଓଡ଼ିଶା ୧୦୦ ନିୟୁତ ଡଲାର ଅର୍ଥନୀତିରେ ପରିଣତ ହୋଇଛି । ଓଡ଼ିଶାର ହାରାହାରି ଅଭିବୃଦ୍ଧି ହାର ୭.୨୫ ପ୍ରତିଶତ ରହିଛି। ଯାହାକି ଜାତୀୟ ହାରଠାରୁ ୧ ପ୍ରତିଶତ ଅଧିକ । […] The post ବିଧାନସଭାରେ ଆଗତ ହେଲା ଅନ୍ତରୀଣ ବଜେଟ: କୃଷି ପାଇଁ ୨୮ ହଜାର ୯୪୪ କୋଟିର ବ୍ୟୟବରାଦ appeared first on Dharitri Odia News.
ଭୁବନେଶ୍ବର,୮।୨ : ୨୦୨୪-୨୫ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ ବିଧାନସଭାରେ ଆଗତ ହୋଇଛି । ଗୁରୁବାର ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୧ ଲକ୍ଷ ୧୮ ହଜାର କୋଟିର କାମଚଳା ବଜେଟ ଉପସ୍ଥାପନ କରିଛନ୍ତି । ନିଜର ବଜେଟ ଉପସ୍ଥାପନ ବେଳେ ସେ କହିଛନ୍ତି ଯେ, ଓଡ଼ିଶା ୧୦୦ ନିୟୁତ ଡଲାର ଅର୍ଥନୀତିରେ ପରିଣତ ହୋଇଛି । ଓଡ଼ିଶାର ହାରାହାରି ଅଭିବୃଦ୍ଧି ହାର ୭.୨୫ ପ୍ରତିଶତ ରହିଛି। ଯାହାକି ଜାତୀୟ ହାରଠାରୁ ୧ ପ୍ରତିଶତ ଅଧିକ । ଆଗାମୀ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮.୫ ପ୍ରତିଶତ ଆକଳନ କରାଯାଇଛି। ଧାନ ମୂଲ୍ୟ ସଠିକ୍ ସମୟରେ ପ୍ରଦାନ ପାଇଁ ୨ ହଜାର କୋଟିର ରିଭଲ୍ଭିଂ ଫଣ୍ଡ। ଆଗାମୀ ୫ ବର୍ଷରେ ୧୮୫୮ ସ୍ବାସ୍ଥ୍ୟକେନ୍ଦ୍ରର ରୂପାନ୍ତରଣ ହେବ। ରୂପାନ୍ତରଣ ପାଇଁ ୫ବର୍ଷରେ ୩୩୮୯ କୋଟି ବ୍ୟୟ କରାଯିବ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୫୪୫୦ କୋଟିର ବ୍ୟୟବରାଦ ହୋଇଛି। ସେହିପରି କୃଷି ପାଇଁ ୨୮ ହଜାର ୯୪୪ କୋଟିର ବ୍ୟୟବରାଦ କରାଯାଇଛି।
The post ବିଧାନସଭାରେ ଆଗତ ହେଲା ଅନ୍ତରୀଣ ବଜେଟ: କୃଷି ପାଇଁ ୨୮ ହଜାର ୯୪୪ କୋଟିର ବ୍ୟୟବରାଦ appeared first on Dharitri Odia News.