ବିଜାପୁର ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନ ଗୁରୁତର

ମାଲକାନଗିରି ୧୭।୦୨ : ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ । ଆଇଇଡି ବିସ୍ଫୋରଣରେ ଜଣେ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଯବାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ବିଜାପୁର ଜିଲ୍ଲାର ଉସୁର ଥାନା ଅଞ୍ଚଳରେ ସିଆର୍‌ପିଏଫ୍‌ କୋବ୍ରା ବାହିନୀ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିଲା । ଏହି ସମୟରେ ମାଓବାଦୀମାନେ ଆଇଇଡି ବିସ୍ଫୋରଣ କରିଥିଲେ । ଯବାନଙ୍କ ଗତିବିଧି ଉପରେ ନଜର ରଖି ପାଦ ଚଲା ରାସ୍ତାରେ ମାଓବାଦୀମାନେ ଏହି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ । ଏହି ଆଇଇଡି ଉପରେ ଯବାନଙ୍କ ପାଦ ପଡିବା ମାତ୍ରେ ବିସ୍ଫୋରଣ ହୋଇଥିଲା । ଯେଉଁଥିଲେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଯବାନ ଅରୁଣ କୁମାର ଯାଦବଙ୍କୁ ସାଥୀ ସୁରକ୍ଷାକର୍ମୀମାନେ ତୁରନ୍ତ ଉଦ୍ଧାର କରି ବିଜାପୁର ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଯବାନଙ୍କ ପ୍ରାଥମିକ ଚିକିତ୍ସା ପରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗ ରାୟପୁର ସ୍ଥାନାନ୍ତରିତ କରାଯାଇଛି ।ଏବେ ଉକ୍ତ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

ବିଜାପୁର ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନ ଗୁରୁତର

ମାଲକାନଗିରି ୧୭।୦୨ : ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ । ଆଇଇଡି ବିସ୍ଫୋରଣରେ ଜଣେ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଯବାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ବିଜାପୁର ଜିଲ୍ଲାର ଉସୁର ଥାନା ଅଞ୍ଚଳରେ ସିଆର୍‌ପିଏଫ୍‌ କୋବ୍ରା ବାହିନୀ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିଲା । ଏହି ସମୟରେ ମାଓବାଦୀମାନେ ଆଇଇଡି ବିସ୍ଫୋରଣ କରିଥିଲେ । ଯବାନଙ୍କ ଗତିବିଧି ଉପରେ ନଜର ରଖି ପାଦ ଚଲା ରାସ୍ତାରେ ମାଓବାଦୀମାନେ ଏହି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ । ଏହି ଆଇଇଡି ଉପରେ ଯବାନଙ୍କ ପାଦ ପଡିବା ମାତ୍ରେ ବିସ୍ଫୋରଣ ହୋଇଥିଲା । ଯେଉଁଥିଲେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଯବାନ ଅରୁଣ କୁମାର ଯାଦବଙ୍କୁ ସାଥୀ ସୁରକ୍ଷାକର୍ମୀମାନେ ତୁରନ୍ତ ଉଦ୍ଧାର କରି ବିଜାପୁର ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଯବାନଙ୍କ ପ୍ରାଥମିକ ଚିକିତ୍ସା ପରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗ ରାୟପୁର ସ୍ଥାନାନ୍ତରିତ କରାଯାଇଛି ।ଏବେ ଉକ୍ତ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।