ବିଧାନସଭାରେ ପାସ୍ ହେଲା ଲଭ୍-ଜିହାଦ୍ ବିଲ୍, ଦୋଷୀଙ୍କୁ ମିଳିବ ଆଜୀବନ ଜେଲ୍ ଦଣ୍ଡ
ଲକ୍ଷ୍ନୌ, ୩୦।୦୭: ଉତ୍ତର ପ୍ରଦେଶ ବିଧାନସଭାରେ ମଙ୍ଗଳବାର ଲଭ୍-ଜିହାଦ ସଂଶୋଧନ ବଧେୟକ ୨୦୨୪ ବିଲ୍ ପାସ୍ ହୋଇଛି । ଏଥିରେ ପୂର୍ବରୁ ରହିଥିବା ଦଣ୍ଡକୁ ଦୁଇଗୁଣ କରିଦିଆଯାଇଛି । ଏଥିସହିତ ନୂଆ ଅପରାଧ ମଧ୍ୟ ସାମିଲ୍ କରାଯାଇଛି । ଯେଉଁଥିରେ ଆଜୀବନ ଜେଲ୍ର ପ୍ରାବଧାନ ରହିଛି । ଧର୍ମ ପରିବାର୍ତ୍ତନ ପାଇଁ ଟଙ୍କା ଦେବା ଆଦିକୁ ଅପରାଧ ଧରାଯିବ । ଏଥିରେ ବିଦେଶୀ ସଂସ୍ଥା କିମ଼୍ବା କୌଣସି ଅବୈଧ ସଂସ୍ଥା ପକ୍ଷରୁ ହେଉଥିବା ଫଣ୍ଡିଂ ମଧ୍ୟ ସାମିଲ୍ […] The post ବିଧାନସଭାରେ ପାସ୍ ହେଲା ଲଭ୍-ଜିହାଦ୍ ବିଲ୍, ଦୋଷୀଙ୍କୁ ମିଳିବ ଆଜୀବନ ଜେଲ୍ ଦଣ୍ଡ appeared first on Dharitri Odia News.
ଲକ୍ଷ୍ନୌ, ୩୦।୦୭: ଉତ୍ତର ପ୍ରଦେଶ ବିଧାନସଭାରେ ମଙ୍ଗଳବାର ଲଭ୍-ଜିହାଦ ସଂଶୋଧନ ବଧେୟକ ୨୦୨୪ ବିଲ୍ ପାସ୍ ହୋଇଛି । ଏଥିରେ ପୂର୍ବରୁ ରହିଥିବା ଦଣ୍ଡକୁ ଦୁଇଗୁଣ କରିଦିଆଯାଇଛି । ଏଥିସହିତ ନୂଆ ଅପରାଧ ମଧ୍ୟ ସାମିଲ୍ କରାଯାଇଛି । ଯେଉଁଥିରେ ଆଜୀବନ ଜେଲ୍ର ପ୍ରାବଧାନ ରହିଛି । ଧର୍ମ ପରିବାର୍ତ୍ତନ ପାଇଁ ଟଙ୍କା ଦେବା ଆଦିକୁ ଅପରାଧ ଧରାଯିବ । ଏଥିରେ ବିଦେଶୀ ସଂସ୍ଥା କିମ଼୍ବା କୌଣସି ଅବୈଧ ସଂସ୍ଥା ପକ୍ଷରୁ ହେଉଥିବା ଫଣ୍ଡିଂ ମଧ୍ୟ ସାମିଲ୍ ରହିଛି । ଯଦି କେହି ବ୍ୟକ୍ତି ଧର୍ମ ପରିବର୍ତ୍ତନ କରିବା ପାଇଁ ଅନ୍ୟଜଣେ ବ୍ୟକ୍ତିଙ୍କ ଉପରେ ଅର୍ଥ ବଳ, ବାହୁ ବଳ, ଆକ୍ରମଣ, କିମ଼୍ବା ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ ଷଡ଼ଯନ୍ତ୍ର କରେ ତେବେ ତାଙ୍କୁ ଆଜୀବନ କାରାଦଣ୍ଡ ସହିତ ଜରିମାନା ମଧ୍ୟ ଦେବାକୁ ପଡ଼ିବ ।
ଏହି ବିଲ୍ ଅନୁସାରେ, କୋର୍ଟ ପୀଡ଼ିତଙ୍କ ଖର୍ଚ୍ଚ ଏବଂ ପୁନର୍ବାସ ପାଇଁ ନ୍ୟାୟୋଚିତ ରାଶି ଜରିମାନା ରୁପେ ନିର୍ଦ୍ଧାରଣ କରିପାରିବେ । ସରକାରଙ୍କ କହିବା ଅନୁସାରେ, ଅପରାଧର ସମ଼୍େବଦନଶୀଳତା, ମହିଳାଙ୍କ ଗାରିମା ଓ ସାମାଜିକ ସ୍ଥିତି, ମହିଳା, ଏସ୍, ଏସ୍ଟି, ଆଦି ଲୋକଙ୍କ ଧର୍ମ ପରିବର୍ତ୍ତନ ରୋକିବା ପାଇଁ ଏହି ଆଇନ୍ରେ ସଂଶୋଧନ କରାଯାଇଛି ।
The post ବିଧାନସଭାରେ ପାସ୍ ହେଲା ଲଭ୍-ଜିହାଦ୍ ବିଲ୍, ଦୋଷୀଙ୍କୁ ମିଳିବ ଆଜୀବନ ଜେଲ୍ ଦଣ୍ଡ appeared first on Dharitri Odia News.