ଝୁମୋଇର ବିନନ୍ଦିନୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଗୁଆହାଟୀଠାରେ ଏକ ମେଗା ଝୁମୋଇର ବିନନ୍ଦିନୀ ୨୦୨୫ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସଭାକୁ ସମ୍ବୋଧିତ କରି ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ଉତ୍ସାହଭରା ବାତାବରଣ ସୃଷ୍ଟି ହୋଇଥିଲା। ଝୁମୋଇରର ସମସ୍ତ କଳାକାରଙ୍କ ଚମତ୍କାର ପ୍ରସ୍ତୁତି ଚା’ ବଗିଚାର ସୁଗନ୍ଧ ଏବଂ ସୌନ୍ଦର୍ଯ୍ୟକୁ ପ୍ରତିଫଳିତ କରୁଥିବା ପ୍ରଧାନମନ୍ତ୍ରୀ କହିଥିଲେ। ଝୁମର ଓ ଚା’ ବଗିଚା ସଂସ୍କୃତି ସହିତ ଯେମିତି ଲୋକମାନଙ୍କର ବିଶେଷ ସମ୍ପର୍କ ରହିଛି, ସେହିଭଳି ତାଙ୍କର ମଧ୍ୟ […]

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଗୁଆହାଟୀଠାରେ ଏକ ମେଗା ଝୁମୋଇର ବିନନ୍ଦିନୀ ୨୦୨୫ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସଭାକୁ ସମ୍ବୋଧିତ କରି ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ଉତ୍ସାହଭରା ବାତାବରଣ ସୃଷ୍ଟି ହୋଇଥିଲା। ଝୁମୋଇରର ସମସ୍ତ କଳାକାରଙ୍କ ଚମତ୍କାର ପ୍ରସ୍ତୁତି ଚା’ ବଗିଚାର ସୁଗନ୍ଧ ଏବଂ ସୌନ୍ଦର୍ଯ୍ୟକୁ ପ୍ରତିଫଳିତ କରୁଥିବା ପ୍ରଧାନମନ୍ତ୍ରୀ କହିଥିଲେ। ଝୁମର ଓ ଚା’ ବଗିଚା ସଂସ୍କୃତି ସହିତ ଯେମିତି ଲୋକମାନଙ୍କର ବିଶେଷ ସମ୍ପର୍କ ରହିଛି, ସେହିଭଳି ତାଙ୍କର ମଧ୍ୟ ସମାନ ସମ୍ପର୍କ ରହିଛି ବୋଲି ସେ କହିଥିଲେ। ଆଜି ଏତେ ସଂଖ୍ୟକ କଳାକାର ଝୁମାର ନୃତ୍ୟ ପରିବେଷଣ କରି ରେକର୍ଡ ସୃଷ୍ଟି କରିବେ। ୨୦୨୩ ମସିହାରେ ୧୧ ହଜାର କଳାକାରଙ୍କ ବିହୁ ନୃତ୍ୟ ପରିବେଷଣ ଏକ ରେକର୍ଡ ସୃଷ୍ଟି ହୋଇଥିବା ବେଳେ ଆସାମ ଗସ୍ତକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ତାଙ୍କ ପାଇଁ ଏକ ଅବିସ୍ମରଣୀୟ ସ୍ମୃତି ଏବଂ ସେ ଅନୁରୂପ ଆକର୍ଷଣୀୟ ପ୍ରଦର୍ଶନ ଆଶା କରୁଛନ୍ତି।