ଝୁଲନ୍ତା ଅବସ୍ଥାରେ ଆମ୍ବଗଛରୁ ମିଳିଲା ନାବାଳକଙ୍କ ମୃତଦେହ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବାଲିଗୁଡ଼ା,୧୩ା୩(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ଶ୍ରୀରାମପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୧୨ ବର୍ଷର ନାବାଳକଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଝୁଲନ୍ତା ଅବସ୍ଥାରେ ନାବାଳକଙ୍କ ମୃତଦେହ ଗାଁ ନିକଟସ୍ଥ ଏକ ଆମ୍ବଗଛରୁ ଠାବ ହୋଇଛି। ସୂଚନାନୁଯାୟୀ, ଶ୍ରୀରାମପୁର ପଞ୍ଚାୟତର ଓଡ଼ିଆ ସାହିର ଧ୍ବଜ ପ୍ରଧାନୀଙ୍କ ୧୨ ବର୍ଷର ନାବାଳକ ପୁଅ ଶୁଭମ୍‌ ମଙ୍ଗଳବାର ନିଖୋଜ ହୋଇଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି ପରେ ମଧ୍ୟ ପୁଅର […] The post ଝୁଲନ୍ତା ଅବସ୍ଥାରେ ଆମ୍ବଗଛରୁ ମିଳିଲା ନାବାଳକଙ୍କ ମୃତଦେହ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ appeared first on Dharitri Odia News.

ଝୁଲନ୍ତା ଅବସ୍ଥାରେ ଆମ୍ବଗଛରୁ ମିଳିଲା ନାବାଳକଙ୍କ ମୃତଦେହ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବାଲିଗୁଡ଼ା,୧୩ା୩(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ଶ୍ରୀରାମପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୧୨ ବର୍ଷର ନାବାଳକଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଝୁଲନ୍ତା ଅବସ୍ଥାରେ ନାବାଳକଙ୍କ ମୃତଦେହ ଗାଁ ନିକଟସ୍ଥ ଏକ ଆମ୍ବଗଛରୁ ଠାବ ହୋଇଛି।

ସୂଚନାନୁଯାୟୀ, ଶ୍ରୀରାମପୁର ପଞ୍ଚାୟତର ଓଡ଼ିଆ ସାହିର ଧ୍ବଜ ପ୍ରଧାନୀଙ୍କ ୧୨ ବର୍ଷର ନାବାଳକ ପୁଅ ଶୁଭମ୍‌ ମଙ୍ଗଳବାର ନିଖୋଜ ହୋଇଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି ପରେ ମଧ୍ୟ ପୁଅର ସନ୍ଧାନ ପାଇ ନ ଥିଲେ। ବୁଧବାର ସକାଳେ ଗାଁ ନିକଟସ୍ଥ ଏକ ଆମ୍ବଗଛରେ ଶୁଭମ୍‌ଙ୍କ ମୃତଦେହ ଝୁଲୁଥିବା ଅଞ୍ଚଳବାସୀ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପରିବାର ଲୋକେ ପହଞ୍ଚି ପୁଅର ଅବସ୍ଥା ଦେଖି କୋଟଗଡ଼ ଥାନା ପୋଲିସକୁ ଖବର ଦେବା ସହ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ। ଖବରପାଇ କୋଟଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ଅନ୍ୟପଟେ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛ। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଥାନାଧିକାରୀ ପ୍ରକାଶ କରିଛନ୍ତି।

The post ଝୁଲନ୍ତା ଅବସ୍ଥାରେ ଆମ୍ବଗଛରୁ ମିଳିଲା ନାବାଳକଙ୍କ ମୃତଦେହ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ appeared first on Dharitri Odia News.