ଟଙ୍କା ବ୍ୟାଗ୍‌ ଫିଙ୍ଗି ଦୌଡ଼ିଥିଲେ ତହସିଲଦାର, ଗୋଡ଼ାଇ ଧରିଲା ଭିଜିଲାନ୍ସ ଟିମ୍‌

ରାୟଗଡ଼ା,୬ା୭): ରାୟଗଡ଼ା ଜିଲା ଚନ୍ଦ୍ରପୁର ତହସିଲଦାର ବିଚିତ୍ରାନନ୍ଦ ନାୟକ ଗିରଫ ହୋଇଛନ୍ତି। ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ଜଣାପଡ଼ିଛି। ତହସିଲଦାର ନାୟକ ଲାଞ୍ଚ ନେଉଥିବା ଜାଣି ଭିଜିଲାନ୍ସ ଟିମ୍‌ ତାଙ୍କ ପିଛା କରିଥିଲା। ଚନ୍ଦ୍ରପୁର-ମୁନିଗୁଡ଼ା ରାସ୍ତାର ଡାଙ୍ଗସରଡ଼ାଠାରେ ଟିମ୍‌ ତାଙ୍କୁ ଅଟକାଇଥିଲା। ଭିଜିଲାନ୍ସକୁ ଦେଖି ଟଙ୍କା ବ୍ୟାଗ୍‌ ଫିଙ୍ଗି ଦ୍ରୁତ ଗତିରେ ଗାଡ଼ି ଚଳାଇ ପଳାଇଥିଲେ। ତହସିଲଦାରଙ୍କ ଦ୍ରୁତ ଗାଡ଼ିଚାଳନା ପାଇଁ ଭିଜିଲାନ୍ସ ଟିମ୍‌ ଆହତ ମଧ୍ୟ […] The post ଟଙ୍କା ବ୍ୟାଗ୍‌ ଫିଙ୍ଗି ଦୌଡ଼ିଥିଲେ ତହସିଲଦାର, ଗୋଡ଼ାଇ ଧରିଲା ଭିଜିଲାନ୍ସ ଟିମ୍‌ appeared first on Dharitri Odia News.

ଟଙ୍କା ବ୍ୟାଗ୍‌ ଫିଙ୍ଗି ଦୌଡ଼ିଥିଲେ ତହସିଲଦାର, ଗୋଡ଼ାଇ ଧରିଲା ଭିଜିଲାନ୍ସ ଟିମ୍‌

ରାୟଗଡ଼ା,୬ା୭): ରାୟଗଡ଼ା ଜିଲା ଚନ୍ଦ୍ରପୁର ତହସିଲଦାର ବିଚିତ୍ରାନନ୍ଦ ନାୟକ ଗିରଫ ହୋଇଛନ୍ତି। ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ଜଣାପଡ଼ିଛି। ତହସିଲଦାର ନାୟକ ଲାଞ୍ଚ ନେଉଥିବା ଜାଣି ଭିଜିଲାନ୍ସ ଟିମ୍‌ ତାଙ୍କ ପିଛା କରିଥିଲା। ଚନ୍ଦ୍ରପୁର-ମୁନିଗୁଡ଼ା ରାସ୍ତାର ଡାଙ୍ଗସରଡ଼ାଠାରେ ଟିମ୍‌ ତାଙ୍କୁ ଅଟକାଇଥିଲା। ଭିଜିଲାନ୍ସକୁ ଦେଖି ଟଙ୍କା ବ୍ୟାଗ୍‌ ଫିଙ୍ଗି ଦ୍ରୁତ ଗତିରେ ଗାଡ଼ି ଚଳାଇ ପଳାଇଥିଲେ। ତହସିଲଦାରଙ୍କ ଦ୍ରୁତ ଗାଡ଼ିଚାଳନା ପାଇଁ ଭିଜିଲାନ୍ସ ଟିମ୍‌ ଆହତ ମଧ୍ୟ ହୋଇଥିଲେ। ମାତ୍ର ତହସିଲଦାରଙ୍କୁ ରାୟଗଡ଼ାରେ ଠାବ କରି ଅଟକାଇଥିଲେ ଟିମ୍‌। ପରବର୍ତ୍ତୀ ସମୟରେ ତହସିଲଦାରଙ୍କ ଅଫିସ ଓ କ୍ବାର୍ଟର୍ସ ରେଡ୍‌ କରିଥିଲେ।

The post ଟଙ୍କା ବ୍ୟାଗ୍‌ ଫିଙ୍ଗି ଦୌଡ଼ିଥିଲେ ତହସିଲଦାର, ଗୋଡ଼ାଇ ଧରିଲା ଭିଜିଲାନ୍ସ ଟିମ୍‌ appeared first on Dharitri Odia News.