ମୁଁ ମୋ ବନ୍ଧୁଙ୍କୁ ହରାଇଦେଲି: ରତନ ଟାଟାଙ୍କ ପରଲୋକରେ ଭାବପ୍ରବଣ ହେଲେ ମୁକେଶ ଅମ୍ବାନୀ
ନୂଆଦିଲ୍ଲୀ,୧୦।୧୦: ଭେଟେରାନ ଶିଳ୍ପପତି ରତନଙ୍କ ଟାଟା ବୁଧବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ରତନ ଟାଟା ୮୬ ବର୍ଷ ବୟସରେ ଦକ୍ଷିଣ ମୁମ୍ବାଇର ବ୍ରିଚ୍କାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ଦେହାନ୍ତରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଚେୟାରମ୍ୟାନ ମୁକେଶ ଅମ୍ବାନୀ ଦୁଃଖ ପ୍ରକାଶ କରିଛନ୍ତି। ରତନ ଟାଟାଙ୍କ ଦେହାନ୍ତ କେବଳ ଟାଟା ଗ୍ରୁପ ପାଇଁ ନୁହେଁ ବରଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ବଡ କ୍ଷତି। ମୁଁ ଆଜି ଏକ ପ୍ରିୟ […] The post ମୁଁ ମୋ ବନ୍ଧୁଙ୍କୁ ହରାଇଦେଲି: ରତନ ଟାଟାଙ୍କ ପରଲୋକରେ ଭାବପ୍ରବଣ ହେଲେ ମୁକେଶ ଅମ୍ବାନୀ appeared first on Dharitri Odia News.
ନୂଆଦିଲ୍ଲୀ,୧୦।୧୦: ଭେଟେରାନ ଶିଳ୍ପପତି ରତନଙ୍କ ଟାଟା ବୁଧବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ରତନ ଟାଟା ୮୬ ବର୍ଷ ବୟସରେ ଦକ୍ଷିଣ ମୁମ୍ବାଇର ବ୍ରିଚ୍କାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ଦେହାନ୍ତରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଚେୟାରମ୍ୟାନ ମୁକେଶ ଅମ୍ବାନୀ ଦୁଃଖ ପ୍ରକାଶ କରିଛନ୍ତି। ରତନ ଟାଟାଙ୍କ ଦେହାନ୍ତ କେବଳ ଟାଟା ଗ୍ରୁପ ପାଇଁ ନୁହେଁ ବରଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ବଡ କ୍ଷତି। ମୁଁ ଆଜି ଏକ ପ୍ରିୟ ବନ୍ଧୁଙ୍କୁ ହରାଇଲି ବୋଲି ନିଜ ଶୋକ ବାର୍ତ୍ତାରେ ମୁକେଶ ଅମ୍ବାନୀ କହିଛନ୍ତି।
ରତନ ଟାଟାଙ୍କ ଦେହାନ୍ତରେ ରିଲାଏନ୍ସ ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କହିଛନ୍ତି, ଏହା ଦେଶ ପାଇଁ ଏକ ଦୁଃଖଦ ଦିନ। ତାଙ୍କର ମୃତ୍ୟୁ କେବଳ ଟାଟା ଗ୍ରୁପ ପାଇଁ ନୁହେଁ ବରଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ବଡ କ୍ଷତି। ତାଙ୍କ ଦେହାନ୍ତରେ ମୁଁ ବ୍ୟକ୍ତିଗତ ଭାବେ ଦୁଃଖିତ। ମୁଁ ଦୁଃଖିତ କାରଣ ମୁଁ ଜଣେ ଭଲ ବନ୍ଧୁଙ୍କୁ ହରାଇଛି, ସେ ମୋତେ ପ୍ରେରଣା ଦେଇଥିଲେ ଏବଂ ପ୍ରତ୍ୟେକ ସଭାରେ ମୋତେ ନୂତନ ଶକ୍ତି ଦେଇଥିଲେ। ସେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟବସାୟୀ ଏବଂ ପରୋପକାରୀ ଥିଲେ। ସେ ସର୍ବଦା ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିଥିଲେ।
ସେ ଆହୁରି ମଧ୍ୟ କହିଛନ୍ତି, ତାଙ୍କ ବିୟୋଗରେ ଦେଶ ଜଣେ ଦୟାଳୁ ପୁଅକୁ ହରାଇଛି। ଟାଟା ସମଗ୍ର ବିଶ୍ୱ ସାମ୍ନାରେ ଦେଶକୁ ପ୍ରତିନିଧିତ୍ୱ କରିଥିଲେ। ସେ ଦୁନିଆର ଭଲ ଜିନିଷକୁ ଭାରତକୁ ଆଣିଥିଲେ। ସେ ଟାଟା ପରିବାରକୁ ସଂସ୍ଥାପିତ କରିଥିଲେ। ୧୯୯୧ରେ ସେ ନେଇଥିଲେ ଟାଟା ଗ୍ରୁପ ଉପରେ ଏହା ପରେ ଏହାର ବ୍ୟବସାୟ ୭୦ ଗୁଣ ବୃଦ୍ଧି ପାଇଛି। ରିଲାଏନ୍ସ, ନୀତା ଏବଂ ଅମ୍ବାନୀ ପରିବାର ତରଫରୁ ମୁଁ ଟାଟା ପରିବାରର ଶୋକସନ୍ତପ୍ତ ସଦସ୍ୟଙ୍କୁ ସମବେଦନା ଜଣାଉଛି। ରତନ, ତୁମେ ସବୁବେଳେ ମୋ ହୃଦୟରେ ରହିବ।
The post ମୁଁ ମୋ ବନ୍ଧୁଙ୍କୁ ହରାଇଦେଲି: ରତନ ଟାଟାଙ୍କ ପରଲୋକରେ ଭାବପ୍ରବଣ ହେଲେ ମୁକେଶ ଅମ୍ବାନୀ appeared first on Dharitri Odia News.