ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପିନେବାକୁ ଉଦ୍ୟମ ଧରାପଡ଼ିବା ଭୟରେ ବୋମା ପକାଇଲେ: ୫ ଗିରଫ
ଭବାନୀପାଟଣା,୨୧ା୪(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ସୋମବାର ଦିନ ଦ୍ବିପ୍ରହରରେ ଲୁଟ୍ ଉଦ୍ୟମ ହୋଇଛି। ପୂର୍ବାହ୍ନ ୧୦ଟା ୧୦ରେ ବାହାଦୁର ବଗିଚାପଡାର ଶରତ କୁମାର ବେହେରା (୪୨) ଓ ତାଙ୍କ ସାଙ୍ଗ ଏକ ସ୍କୁଟିରେ ବ୍ୟାଙ୍କକୁ ଟଙ୍କା ଡିପୋଜିଟ କରିବାକୁ ଯାଉଥିବା ବେଳେ ମହାବୀରପଡା ପୁଷ୍ପା ଲଜ୍ ନିକଟରେ ୩ ଅଜଣା ଦୁର୍ବୃତ୍ତ ଏକ ପଲସରରେ ଆସି ଲଙ୍କା ଗୁଣ୍ଡ ପକାଇ ଟଙ୍କା ବ୍ୟାଗ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ। ତେବେ ଧସ୍ତାଧସ୍ତି ବେଳେ […] The post ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପିନେବାକୁ ଉଦ୍ୟମ ଧରାପଡ଼ିବା ଭୟରେ ବୋମା ପକାଇଲେ: ୫ ଗିରଫ appeared first on Dharitri Odia News.
ଭବାନୀପାଟଣା,୨୧ା୪(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ସୋମବାର ଦିନ ଦ୍ବିପ୍ରହରରେ ଲୁଟ୍ ଉଦ୍ୟମ ହୋଇଛି। ପୂର୍ବାହ୍ନ ୧୦ଟା ୧୦ରେ ବାହାଦୁର ବଗିଚାପଡାର ଶରତ କୁମାର ବେହେରା (୪୨) ଓ ତାଙ୍କ ସାଙ୍ଗ ଏକ ସ୍କୁଟିରେ ବ୍ୟାଙ୍କକୁ ଟଙ୍କା ଡିପୋଜିଟ କରିବାକୁ ଯାଉଥିବା ବେଳେ ମହାବୀରପଡା ପୁଷ୍ପା ଲଜ୍ ନିକଟରେ ୩ ଅଜଣା ଦୁର୍ବୃତ୍ତ ଏକ ପଲସରରେ ଆସି ଲଙ୍କା ଗୁଣ୍ଡ ପକାଇ ଟଙ୍କା ବ୍ୟାଗ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ। ତେବେ ଧସ୍ତାଧସ୍ତି ବେଳେ ସ୍ଥାନୀୟ ଲୋକେ ଆସିଯିବାରୁ ଦୁର୍ବୃତ୍ତମାନେ ଭୟଭୀତ ହୋଇ ହାତ ତିଆରି ବୋମା ମାଡ଼ କରିଥିଲେ। ଘଟଣା ପରେ ୨ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଜଣଙ୍କୁ ଲୋକେ ମାଡି ବସିଥିଲେ। ପରେ ତାଙ୍କୁ ଲୋକେ ଥାନାରେ ଜିମା ଦେଇଥିଲା। ବୋମାମାଡରେ ଶରତ ଆହତ ହୋଇଥିବାବେଳେ ତାଙ୍କ ସ୍କୁଟି ଆଗପଟ ଭାଙ୍ଗି ଚୁର୍ମାର ହୋଇଯାଇଛି। ପୋଲିସ ଅଟକ ଯୁବକଙ୍କୁ ପଚରାଉଚରା କରି ଘଟଣାରେ ସାମିଲ ଥିବା ଆଉ ୪ ଜଣଙ୍କୁ ଗିରଫ କରିଥିଲା। ଗିରଫ ୫ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲା ସୋରଡା ହରିଜନ ସାହିର ଇଶାନ ନାଏକ (୨୧), କାଠଗଡାର ବିରଞ୍ଚି ନାଏକ (୨୪), ବ୍ରହ୍ମପୁରର ମନୁ ନାଏକ (୨୧), ଭବାନୀପାଟଣା ଶମ୍ଭୁ ନଗରପଡାର ରିଙ୍କୁ ଓରଫ ତ୍ରିଲୋଚନ ପ୍ରଧାନ (୩୫) ଓ ଗୋଦାମପଡାର ଅବଦୁଲ ସରଫୋଜ ଖାଁ ଓରଫ ବାବୁ ଖାଁ। ଅଭିଯୁକ୍ତ ମାନଙ୍କଠାରୁ ପୋଲିସ ପଲସର ବାଇକ୍, ଗୋଟିଏ ପିସ୍ତଲ (ୟୁଏସ୍ ମେଡ) ଓ ୫ଟି ମୋବାଇଲ ଜବତ କରିଛି। ଏହାକୁ ନେଇ ଭବାନୀପାଟଣା ଟାଉନ ଥାନାରେ ୨ଟି ମାମଲା (ନଂ.୧୩୯,୧୪୦/୨୫) ରୁଜୁ ହୋଇଛି। ଏ ନେଇ ସାରେ ଭବାନୀପାଟଣାସ୍ଥିତ ଜିଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ କଳାହାଣ୍ଡି ଏସ୍ପି ନାଗରାଜ ଦେବରକୋଣ୍ଡା ଏକ ଖବରଦାତା ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି।
The post ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପିନେବାକୁ ଉଦ୍ୟମ ଧରାପଡ଼ିବା ଭୟରେ ବୋମା ପକାଇଲେ: ୫ ଗିରଫ appeared first on Dharitri Odia News.