ଟଙ୍କା ଭର୍ତ୍ତି ମନିପର୍ସ ଫେରାଇଲେ ମହିଳା
ରଘୁନାଥପୁର,୧୮ା୫(ରାଜେନ୍ଦ୍ର ନାରାୟଣ ସିଂହ):ପାଇଥିବା ମନିପର୍ସ ଫେରାଇ ସଚ୍ଚୋଟ ପଣିଆର ପରିଚୟ ଦେଇଛନ୍ତି ଜଣେ ମହିଳା। ସେ ହେଲେ ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ଗ୍ରାମର ଅହମ୍ମଦ ରାଜା ଖାଁଙ୍କ ସ୍ତ୍ରୀ ସବାନା ବେଗମ୍। ମିଳିଥିବା ସୂଚନା ଅନୁଯାୟୀ, ରଘୁନାଥପୁର ବ୍ଲକ କେରେକେରାସ୍ଥିତ ବିଭୂତି କ୍ଷେତ୍ର ପ୍ରଭୁ ଗୋରେଖନାଥଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି। ଏହି ଉପଲକ୍ଷେ ମିନାବଜାର ମଧ୍ୟ ଆୟୋଜନ କରାଯାଇଛି। ସା ପରଠାରୁ ଅସମ୍ଭବ ଭିଡ଼ ପରିଲକ୍ଷିତ ହେଉଛି। ଗୁରୁବାର ରାତିରେ ସ୍ଥାନୀୟ ରାହାଡ଼ିଙ୍ଗା ଗ୍ରାମର […] The post ଟଙ୍କା ଭର୍ତ୍ତି ମନିପର୍ସ ଫେରାଇଲେ ମହିଳା appeared first on Dharitri Odia News.
ରଘୁନାଥପୁର,୧୮ା୫(ରାଜେନ୍ଦ୍ର ନାରାୟଣ ସିଂହ):ପାଇଥିବା ମନିପର୍ସ ଫେରାଇ ସଚ୍ଚୋଟ ପଣିଆର ପରିଚୟ ଦେଇଛନ୍ତି ଜଣେ ମହିଳା। ସେ ହେଲେ ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ଗ୍ରାମର ଅହମ୍ମଦ ରାଜା ଖାଁଙ୍କ ସ୍ତ୍ରୀ ସବାନା ବେଗମ୍।
ମିଳିଥିବା ସୂଚନା ଅନୁଯାୟୀ, ରଘୁନାଥପୁର ବ୍ଲକ କେରେକେରାସ୍ଥିତ ବିଭୂତି କ୍ଷେତ୍ର ପ୍ରଭୁ ଗୋରେଖନାଥଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି। ଏହି ଉପଲକ୍ଷେ ମିନାବଜାର ମଧ୍ୟ ଆୟୋଜନ କରାଯାଇଛି। ସା ପରଠାରୁ ଅସମ୍ଭବ ଭିଡ଼ ପରିଲକ୍ଷିତ ହେଉଛି।
ଗୁରୁବାର ରାତିରେ ସ୍ଥାନୀୟ ରାହାଡ଼ିଙ୍ଗା ଗ୍ରାମର ଶାନ୍ତିସୁଧା ଦାସ ମିନାବଜାର ବୁଲିବାକୁ ଆସିଥିବାବେଳେ ଭିଡ଼ ଭିତରେ ତାଙ୍କ ଛୋଟ ମନିପର୍ସ ପଡ଼ିଯାଇଥିଲା। ବହୁ ଖୋଜାଖୋଜି ପରେ ମଧ୍ୟ ପାଇ ନ ଥିଲେ। ସେହି ସମୟରେ ମିନାବଜାରକୁ କିଣାକିଣି କରିବାକୁ ଆସିଥିବା ସବାନା ବେଗମ୍ ଉକ୍ତ ପର୍ସଟି ପାଇ ନିକଟସ୍ଥ ସୂଚନାକେନ୍ଦ୍ରରେ ଜଣାଇଥିଲେ।
ମାଇକ୍ ଯୋଗେ ପ୍ରଚାର ହେବାପରେ ଶାନ୍ତିସୁଧା ସୂଚନାକେନ୍ଦ୍ର ନିକଟକୁ ଆସି ଉପଯୁକ୍ତ ପ୍ରମାଣ ଦେଇ ପର୍ସଟି ନେଇଥିଲେ। ସେଥିରେ ୧ ହଜାର ଟଙ୍କା ଥିଲା। ସବାନାଙ୍କ ଏଭଳି ମହତ୍ କାର୍ଯ୍ୟ ପାଇଁ ପ୍ରଶଂସାର ସୁଅ ଛୁଟିଛି। ସବାନା ବିଦ୍ୟାଧରପୁର ପଞ୍ଚାୟତ ସରପଞ୍ଚ ସାହେଦା ତବସୁମ୍ଙ୍କ ଭାଉଜ ଅଟନ୍ତି।
The post ଟଙ୍କା ଭର୍ତ୍ତି ମନିପର୍ସ ଫେରାଇଲେ ମହିଳା appeared first on Dharitri Odia News.