ସପ୍ତାହେ ଧରି ଯୋଜନା, ୨ ସାଙ୍ଗଙ୍କୁ ଧରି ସ୍ତ୍ରୀଙ୍କୁ ହତ୍ୟା ପରେ ନାଟକ ରଚିଥିଲେ ସ୍ବାମୀ; ଧରାଇଦେଲା ଫୋନ୍‌

କୋରାପୁଟ/ନନ୍ଦପୁର,୫।୧୧(ଅମିତାଭ ବେହେରା/ସୁନିଲ କୁମାର ପଣ୍ଡା): ନିଜେ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରି ରଚିଥିଲେ ନାଟକ। ସେ ଏଭଳି କାନ୍ଦି କାନ୍ଦି ଗଡ଼ୁଥିଲେ ଯେ ତାକୁ ଦେଖି ସ୍ବାମୀ ନିଜେ ଅଭିଯୁକ୍ତ ବୋଲି କେହି ବି ଭାବି ପାରିବେ ନାହିଁ। ଆମେ କହୁଛୁ କୋରାପୁଟ ଜିଲାର ନନ୍ଦପୁର ହତ୍ୟା ଘଟଣା ବିଷୟରେ। ମଙ୍ଗଳବାର ଏହାର ପୋଲିସ ପର୍ଦ୍ଦାଫାଶ କରିଛି। ଏହି ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ତଥା ମୃତକଙ୍କ ସ୍ବାମୀ ମହେନ୍ଦ୍ର ଖରା(୨୧)ଙ୍କ ସମେତ ତାଙ୍କର ଦୁଇ ଜଣ […] The post ସପ୍ତାହେ ଧରି ଯୋଜନା, ୨ ସାଙ୍ଗଙ୍କୁ ଧରି ସ୍ତ୍ରୀଙ୍କୁ ହତ୍ୟା ପରେ ନାଟକ ରଚିଥିଲେ ସ୍ବାମୀ; ଧରାଇଦେଲା ଫୋନ୍‌ appeared first on Dharitri Odia News.

ସପ୍ତାହେ ଧରି ଯୋଜନା, ୨ ସାଙ୍ଗଙ୍କୁ ଧରି ସ୍ତ୍ରୀଙ୍କୁ ହତ୍ୟା ପରେ ନାଟକ ରଚିଥିଲେ ସ୍ବାମୀ; ଧରାଇଦେଲା ଫୋନ୍‌

କୋରାପୁଟ/ନନ୍ଦପୁର,୫।୧୧(ଅମିତାଭ ବେହେରା/ସୁନିଲ କୁମାର ପଣ୍ଡା): ନିଜେ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରି ରଚିଥିଲେ ନାଟକ। ସେ ଏଭଳି କାନ୍ଦି କାନ୍ଦି ଗଡ଼ୁଥିଲେ ଯେ ତାକୁ ଦେଖି ସ୍ବାମୀ ନିଜେ ଅଭିଯୁକ୍ତ ବୋଲି କେହି ବି ଭାବି ପାରିବେ ନାହିଁ। ଆମେ କହୁଛୁ କୋରାପୁଟ ଜିଲାର ନନ୍ଦପୁର ହତ୍ୟା ଘଟଣା ବିଷୟରେ। ମଙ୍ଗଳବାର ଏହାର ପୋଲିସ ପର୍ଦ୍ଦାଫାଶ କରିଛି। ଏହି ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ତଥା ମୃତକଙ୍କ ସ୍ବାମୀ ମହେନ୍ଦ୍ର ଖରା(୨୧)ଙ୍କ ସମେତ ତାଙ୍କର ଦୁଇ ଜଣ ସାଙ୍ଗ ମହେଶ ମାଳି (୨୧) ଓ ସୋମନାଥ ଭୋଇ (୧୯)ଙ୍କୁ ନନ୍ଦପୁର ପୋଲିସ ଗିରଫ କରିଛି। ଗିରଫ ୩ ଜଣଙ୍କଠାରୁ ଏକ ମୋଟର ସାଇକେଲ , ୨ଟି ଲାଠି, ଦଉଡି, ଗୋଟିଏ ମୋବାଇଲ ଜବତ କରିଥିବା ମଙ୍ଗଳବାର ସନ୍ଧ୍ୟାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୁନାବେଡା ଏସ୍‌ଡିପିଓ ମନବ୍ରତା ଶତପଥି ପ୍ରକାଶ କରିଛନ୍ତିା ପାରିବାରିକ କଳହକୁ ନେଇ ସ୍ବାମୀ ମହେନ୍ଦ୍ର ଖରା ଗତ ଏକ ସପ୍ତାହ ଧରି ସ୍ତ୍ରୀ ସାବିତ୍ରୀ ଖରାକୁ କିପରି ହତ୍ୟା କରିବେ ସେ ନେଇ ଯୋଜନା କରିଆସୁଥିଲେ। ଶେଷରେ ସୋମବାର ରାତ୍ରରେ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ନନ୍ଦପୁର ପୋଲିସ କହିଛି।

ଏସ୍‌ଡିପିଓଙ୍କଠାରୁ ମିଳିଥିବା ସୂଚନା ମୁତାବକ, ନନ୍ଦପୁର ଥାନା ହାଣ୍ଡଲ ତୋଟା ଗାଁର ମହେନ୍ଦ୍ର ଖରା। ସେ ସାବିତ୍ରୀ ଖରାଙ୍କୁ ୯ ମାସ ତଳେ ବିବାହ କରିଥିଲେ। ବିବାହ ପରେ ସବୁ କିଛି ଠିକ୍‌ଠାକ୍‌ ଚାଲିଥିଲା। ହେଲେ ହଠାତ୍‌ ପରିବାର ଭିତରେ ବିବାଦ ସୃଷ୍ଟି ହୋଇଥିଲା । ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କହଳ ପାଇଁ ପ୍ରତିଶୋଷ ପରାୟଣା ହୋଇପଡ଼ିଥିଲେ ମହେନ୍ଦ୍ର। ପତ୍ନୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ସୋମବାର ସକାଳେ ନନ୍ଦପୁର ଥାନା କୁମାର ଗନ୍ଧଣା ପଞ୍ଚାୟତ ଅନ୍ତର୍ଗତ ହାରିଆମୁଣ୍ଡା ଗ୍ରାମର ମହେନ୍ଦ୍ର ଖରା ଓ ତାଙ୍କ ସ୍ତ୍ରୀ ସାବିତ୍ରୀ ଖରାକୁ ନେଇ ନିଜର ଅଧାର ଅପଡେଟ୍‌ କରିବାକୁ ଆଧାର କେନ୍ଦ୍ରକୁ ଯାଇଥିଲେ। ଆଧାର କେନ୍ଦ୍ରରୁ କାମ ସାରି ବାଇକରେ ନିଜ ଘରକୁ ଫେରିବା ସମୟରେ ସ୍ଥାନୀୟ ଖୁଡୁପି ଛକଠାରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ବାଡେଇବା ସହିତ ଏକ ଗଛରେ ବାନ୍ଧି ସ୍ତ୍ରୀକୁ ଲୁଟ୍‌ କରି ହତ୍ୟା କରିଥିବା ନେଇ କହିଥିଲେ। ଏନେଇ ମଙ୍ଗଳବାର ସକାଳେ ନନ୍ଦପୁର ଥାନାରେ ଅଭିଯୋଗ ହେବା ପରେ ଏକ ମାମଲା(ନଂ ୧୨୨/୨୦୨୪) ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ଘଟଣାସ୍ଥଳରେ ନନ୍ଦପୁର ଥାନା ଅଧିକାରୀ ପାଣ୍ଡପ ଶବରଙ୍କ ନେତୃତ୍ୱରେ ପୋଲିସ ଦଳ ଓ କୋରାପୁଟ ସଦର ମହକୁମ୍ମାରୁ ସାଇଟିଫିକ ଟିମ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ସୁନାବେଡା ଏସ୍‌ଡିପିଓ ମନବ୍ରତା ଶତପଥିଙ୍କ ତତ୍ୱାବଧାନରେ ଏହି ଘଟଣାର ତଦନ୍ତ ଚାଲିଥିବାବେଳେ ସ୍ବାମୀ ମହେନ୍ଦ୍ରଙ୍କ ମୋବାଇଲ ଜବତ କରି କଲ ଯାଞ୍ଚ କରାଯାଇଥିଲା। ଶେଷରେ ଏହି ହତ୍ୟାକାଣ୍ଡର ପଛର କାରଣ ପଦାକୁ ଆସିଥିଲା। ନିଜେ ମହେନ୍ଦ୍ର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡିବା ପରେ ତାକୁ ଜେରା କରାଯାଇଥିଲା। ସେଥିରେ ସେ ହତ୍ୟା କରିଥିବା ମାନିଥିଲେ। ତାଙ୍କ ଦୁଇ ସାଙ୍ଗ ହତ୍ୟାକାଣ୍ଡରେ ସହଯୋଗ କରିଥିଲେ ବୋଲି ଜେରା ବେଳେ ମହେନ୍ଦ୍ର ପୋଲିସ ଆଗରେ ପ୍ରକାଶ କରିଥିଲେ। ପୋଲିସ ସମସ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର ଅଧିକ ତଦ‘ ଜାରି ରହିଥିବା ପୋଲିସ ଏସ୍‌ଡିପିଓ ମନବ୍ରତା ଶତପଥି ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

The post ସପ୍ତାହେ ଧରି ଯୋଜନା, ୨ ସାଙ୍ଗଙ୍କୁ ଧରି ସ୍ତ୍ରୀଙ୍କୁ ହତ୍ୟା ପରେ ନାଟକ ରଚିଥିଲେ ସ୍ବାମୀ; ଧରାଇଦେଲା ଫୋନ୍‌ appeared first on Dharitri Odia News.