ଟଙ୍କା ଭର୍ତ୍ତୀ ବ୍ୟାଗ ଝାମ୍ପି ନେଇଥିଲେ ୫ ଆନ୍ତଃ ରାଜ୍ୟ ଲୁଟେରା: ବାନ୍ଧିଲା ପୋଲିସ
ପାଟଣା,୭।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ପୋଲିସ ବୁଧବାର ୫ ଜଣ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗଙ୍କୁ ଗିରଫକରି କୋର୍ଟ ଚାଲାଣକରିଛି । ଏଥି ସହ ଜଣେ ନାବାଳକଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି । ଏମାନଙ୍କ ଠାରୁ ନଗଦ ୨୦ ହଜାର ଟଙ୍କା , ଲୁଟ୍ରେ ବ୍ୟବହୃତ ୩ ବାଇକ୍ ୮ ମୋବାଇଲ ଫୋନ ଜବତ ହୋଇଛି। ଗିରଫ ବ୍ୟକ୍ତିମାନେ ହେଉଛନ୍ତି ଛତିଶଗଡ଼ ରାଜ୍ୟ ରାୟପୁର ଜିଲା ଔରାଡବ୍ରି ଥାନା ଔରାଡବ୍ରି ଗ୍ରାମର ଶିବା ନେତମ ଓରଫ […] The post ଟଙ୍କା ଭର୍ତ୍ତୀ ବ୍ୟାଗ ଝାମ୍ପି ନେଇଥିଲେ ୫ ଆନ୍ତଃ ରାଜ୍ୟ ଲୁଟେରା: ବାନ୍ଧିଲା ପୋଲିସ appeared first on Dharitri Odia News.
ପାଟଣା,୭।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ପୋଲିସ ବୁଧବାର ୫ ଜଣ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗଙ୍କୁ ଗିରଫକରି କୋର୍ଟ ଚାଲାଣକରିଛି । ଏଥି ସହ ଜଣେ ନାବାଳକଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି । ଏମାନଙ୍କ ଠାରୁ ନଗଦ ୨୦ ହଜାର ଟଙ୍କା , ଲୁଟ୍ରେ ବ୍ୟବହୃତ ୩ ବାଇକ୍ ୮ ମୋବାଇଲ ଫୋନ ଜବତ ହୋଇଛି। ଗିରଫ ବ୍ୟକ୍ତିମାନେ ହେଉଛନ୍ତି ଛତିଶଗଡ଼ ରାଜ୍ୟ ରାୟପୁର ଜିଲା ଔରାଡବ୍ରି ଥାନା ଔରାଡବ୍ରି ଗ୍ରାମର ଶିବା ନେତମ ଓରଫ ଧୁରୁ, ଗଞ୍ଜାମ ଜିଲା କୋଟିନାଡ଼ା ଥାନା ସାହାପୁର ଗ୍ରାମର ଏ. ଜଗନ୍ନାଥ, ଯାଜପୁର ଜିଲା ଯାଜପୁର ରୋଡ଼ ଥାନା ମୁଣ୍ଡମାଳ ଗ୍ରାମର ସନ୍ଦୀପ ପ୍ରଧାନ ,ସମୀର ପ୍ରଧାନ ଏବଂ ବିକି ପ୍ରଧାନ । ଏମାନଙ୍କ ନାମରେ କେନ୍ଦୁଝର ଜିଲା ତଥା ରାଜ୍ୟ ଭିନ୍ନ ଥାନାରେ ଲୁଟ୍, ଛିନ୍ତାଇ, ଚୋରି ଭଳି ମାମଲା ରହିଛି। ଗତ ଜୁଲାଇ ମାସରେ ପାଟଣା ଥାନା ଦାସପଡା ଗ୍ରାମର ବିଦ୍ୟାଧର ମହାନ୍ତ ବଡ଼ବିଲ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ୧୭ ହଜାର ଟଙ୍କା ଉଠାଇ ବାଇକ୍ରେ ଘରକୁ ଫେରୁଥିବା ସମୟରେ ଲୁଟେରାମାନେତାଙ୍କଠାରୁ ଟଙ୍କା ଭର୍ତ୍ତୀ ବ୍ୟାଗ ଝାମ୍ପି ନେଇଥିଲେ। ଏ ନେଇ ବିଦ୍ୟାଧର ପାଟଣା ଥାନାରେ ଅଭିଯୋଗ କରିଥିଲେ। ପରେ ଆରକ୍ଷୀ ଅଧିକ୍ଷକ କୁଶଲ କରନୀତିନ ଦାଗୁଡୁଙ୍କ ନିର୍ଦ୍ଦେଶରେ ପାଟଣା ଥାନା ଅଧିକାରୀ ବିବତ୍ସ ପ୍ରଧାନଙ୍କ ନେତୃତ୍ୱରେ ପାଟଣା ଥାନା ପୋଲିସଙ୍କୁ ନେଇ ଏକ ଟିମ୍ ଗଠନ ହୋଇଥିଲା ବିଭିନ୍ନ ଅଞ୍ଚଳରେ ରେଡ୍ କରି ୬ଚୋରଙ୍କୁ ଧରିବାରେ ସଫଳ ହୋଇଥିଲେ ବୋଲି ବୁଧବାର ଏକ ଖବରଦାତା ସମ୍ମିଳନୀ କରି ଘଟଗାଁ ଏସ୍ଡିପିଓ ପ୍ରଭାତ କୁମାର ତ୍ରିପାଠୀ ଓ ପାଟଣା ଥାନା ଅଧିକାରୀ ବିଭତ୍ସ ପ୍ରଧାନ କହିଛନ୍ତି।
The post ଟଙ୍କା ଭର୍ତ୍ତୀ ବ୍ୟାଗ ଝାମ୍ପି ନେଇଥିଲେ ୫ ଆନ୍ତଃ ରାଜ୍ୟ ଲୁଟେରା: ବାନ୍ଧିଲା ପୋଲିସ appeared first on Dharitri Odia News.