ଟଙ୍କା ଲୋଭରେ ପ୍ରେମ-ଯୌନ ସମ୍ପର୍କ-ବିବାହ-ପ୍ରତାରଣା…

ଗ୍ବାଲିୟର,୭।୧ : ଟଙ୍କା ଲୋଭରେ ପ୍ରେମ,ଯୌନ ସମ୍ପର୍କ, ବିବାହ ଏବଂ ପ୍ରତାରଣା ସହିତ ଜଡିତ ଏକ ମାମଲା ମଧ୍ୟପ୍ରଦେଶର ଗ୍ବାଲିୟରରୁ ସାମ୍ନାକୁ ଆସିଛି। ଠକେଇର ଶିକାର ହୋଇଥିବା ପୀଡିତା ନ୍ୟାୟ ପାଇଁ ପୋଲିସ ଷ୍ଟେଶନରେ ଅଭିଯୋଗ କରିଛନ୍ତି। ପୀଡିତାଙ୍କର ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଜନକଗଞ୍ଜ ପୋଲିସ ଷ୍ଟେଶନରେ ଏନେଇ ମାମଲା ରୁଜୁ ହୋଇଛି। ପୀଡିତା ଅଭିଯୋଗ କରିଛନ୍ତି ବିହାରର ଜଣେ ଯୁବକ ପ୍ରଥମେ ତାଙ୍କୁ […] The post ଟଙ୍କା ଲୋଭରେ ପ୍ରେମ-ଯୌନ ସମ୍ପର୍କ-ବିବାହ-ପ୍ରତାରଣା… appeared first on Dharitri Odia News.

ଟଙ୍କା ଲୋଭରେ ପ୍ରେମ-ଯୌନ ସମ୍ପର୍କ-ବିବାହ-ପ୍ରତାରଣା…

ଗ୍ବାଲିୟର,୭।୧ : ଟଙ୍କା ଲୋଭରେ ପ୍ରେମ,ଯୌନ ସମ୍ପର୍କ, ବିବାହ ଏବଂ ପ୍ରତାରଣା ସହିତ ଜଡିତ ଏକ ମାମଲା ମଧ୍ୟପ୍ରଦେଶର ଗ୍ବାଲିୟରରୁ ସାମ୍ନାକୁ ଆସିଛି। ଠକେଇର ଶିକାର ହୋଇଥିବା ପୀଡିତା ନ୍ୟାୟ ପାଇଁ ପୋଲିସ ଷ୍ଟେଶନରେ ଅଭିଯୋଗ କରିଛନ୍ତି। ପୀଡିତାଙ୍କର ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଜନକଗଞ୍ଜ ପୋଲିସ ଷ୍ଟେଶନରେ ଏନେଇ ମାମଲା ରୁଜୁ ହୋଇଛି। ପୀଡିତା ଅଭିଯୋଗ କରିଛନ୍ତି ବିହାରର ଜଣେ ଯୁବକ ପ୍ରଥମେ ତାଙ୍କୁ ଭଲ ପାଉଥିବାର ବାହାନା କରିଥିଲେ ଏବଂ ତା’ପରେ ତାଙ୍କଠାରୁ କିଛି ଟଙ୍କା ଋଣ ମଧ୍ୟ ନେଇଥିଲେ। କେବଳ ଏତିକି ନୁହେଁ, ସେ ତାଙ୍କୁ ବିବାହ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ଏବଂ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। କିନ୍ତୁ ପରେ ପୀଡିତାଙ୍କ ପାଖରେ ଥିବା ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଯୁବକ ଜଣକ ବିହାରର ବାସିନ୍ଦା ଗୌରବ ବୋଲି ଜଣାପଡିଛି।

ଜନକଗଞ୍ଜ ପୋଲିସ ଷ୍ଟେଶନ ଅଞ୍ଚଳରେ ରହୁଥିବା ୨୩ ବର୍ଷର ପୀଡିତା ପୋଲିସକୁ କହିଛି କିଛି ବର୍ଷ ପୂର୍ବେ ସେ ଦିଲ୍ଲୀର ଏକ ଏୟାର ହୋଷ୍ଟେସ ସେଣ୍ଟରରେ କାମ କରୁଥିଲେ। ସେହି ସ୍ଥାନରେ ବିହାରର ବାସିନ୍ଦା ଗୌରବ ତିୱାରୀ ସେହି ଅନୁଷ୍ଠାନରେ ଅଧ୍ୟୟନ କରୁଥିଲେ। ଏହି ସମୟ ମଧ୍ୟରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ବଢ଼ିଗଲା ଏବଂ ପରେ ଏହା ପ୍ରେମ ତଥା ଶାରୀରିକ ସମ୍ପର୍କରେ ପରିଣତ ହୋଇଥିଲା। ଗୌରବ ପୀଡିତାଙ୍କଠାରୁ ୩.୫ ଲକ୍ଷ ଟଙ୍କା ନେଇଥିବା ସେ ଅଭିଯୋଗ କରିଛନ୍ତି।

ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୨୩ ମସିହା ମେ ୧ ରେ ଯେତେବେଳେ ଯୁବକ ଜଣକ ପୀଡିତାଙ୍କୁ ଭେଟିିଥିଲେ। ତାଙ୍କ ଘରେ କେହି ନ ଥିଲେ। ଏହାର ସୁଯୋଗ ନେଇ ଯୁବକ ଜଣକ ତାଙ୍କୁ ବଳାତ୍କାର କରିଥିଲେ। ଯେତେବେଳେ ପୀଡିତା ଏହି ଘଟଣାରେ ପୋଲିସ ନିକଟରେ ଅଭିଯୋଗ କରିବାକୁ କହିଥିଲେ, ଯୁବକ ଭୟଭୀତ ହୋଇ ପରଦିନ ତାଙ୍କୁ ସହରର ଏକ ଆର୍ଯ୍ୟ ମନ୍ଦିରକୁ ନେଇ ବିବାହ କରିବାର ବାହାନା କରିଥିଲେ।

ମାତ୍ର ପରେ ସେ ଟଙ୍କା ନେଇ ପଳାଇ ଯାଇଥିଲେ। ପୋଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

 

The post ଟଙ୍କା ଲୋଭରେ ପ୍ରେମ-ଯୌନ ସମ୍ପର୍କ-ବିବାହ-ପ୍ରତାରଣା… appeared first on Dharitri Odia News.