ଲଭ୍ ଜିହାଦ୍ ପାଇଁ ଆଜୀବନ କାରାଦଣ୍ଡ
ଲକ୍ଷ୍ନୌ ୩୩୧।୭: ଉତ୍ତରପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ ବେଆଇନ ଧାର୍ମିକ ରୂପାନ୍ତରଣ (ସଂଶୋଧନ) ବିଲ୍, ୨୦୨୪କୁ ପାରିତ କରାଯାଇଛି। ମଙ୍ଗଳବାର ପାରିତ ହୋଇଥିବା ଏହି ସଂଶୋଧିତ ବିଲ୍ରେ ଧର୍ମାନ୍ତରଣ ଉଦ୍ଦେଶ୍ୟରେ କୌଣସି ମହିଳାଙ୍କୁ ପ୍ରତାରଣା କରିବା ସହ ବେଆଇନ୍ ଭାବେ ତାଙ୍କୁ ବିବାହ କରି ହଇରାଣ କରୁଥିବା ଦୋଷୀଙ୍କୁ ସର୍ବାଧିକ ଆଜୀବନ କାରାଦଣ୍ଡ କିମ୍ବା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଏହି ମାମଲାରେ ସର୍ବାଧିକ ୧୦ ବର୍ଷ ଜେଲ […] The post ଲଭ୍ ଜିହାଦ୍ ପାଇଁ ଆଜୀବନ କାରାଦଣ୍ଡ appeared first on Dharitri Odia News.
ଲକ୍ଷ୍ନୌ ୩୩୧।୭: ଉତ୍ତରପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ ବେଆଇନ ଧାର୍ମିକ ରୂପାନ୍ତରଣ (ସଂଶୋଧନ) ବିଲ୍, ୨୦୨୪କୁ ପାରିତ କରାଯାଇଛି। ମଙ୍ଗଳବାର ପାରିତ ହୋଇଥିବା ଏହି ସଂଶୋଧିତ ବିଲ୍ରେ ଧର୍ମାନ୍ତରଣ ଉଦ୍ଦେଶ୍ୟରେ କୌଣସି ମହିଳାଙ୍କୁ ପ୍ରତାରଣା କରିବା ସହ ବେଆଇନ୍ ଭାବେ ତାଙ୍କୁ ବିବାହ କରି ହଇରାଣ କରୁଥିବା ଦୋଷୀଙ୍କୁ ସର୍ବାଧିକ ଆଜୀବନ କାରାଦଣ୍ଡ କିମ୍ବା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଏହି ମାମଲାରେ ସର୍ବାଧିକ ୧୦ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ଥିଲା। ତେବେ ଏହି ବିଲ୍କୁ କେନ୍ଦ୍ରକରି ସମାଜବାଦୀ ପାର୍ଟି(ଏସ୍ପି) ଯୋଗୀ ଆଦିତ୍ୟନାଥ ସରକାରକୁ ସମାଲୋଚନା କରିଛି। ଏକ ନିର୍ଦ୍ଦଷ୍ଟ ସମ୍ପ୍ରଦାୟ ବିରୋଧରେ ଏହା ଭାଜପାର ଘୃଣା ଓ ନକାରାତ୍ମକ ରାଜନୀତିକୁ ଦର୍ଶାଉଛି ବୋଲି ଏସ୍ପି କହିଛି।
The post ଲଭ୍ ଜିହାଦ୍ ପାଇଁ ଆଜୀବନ କାରାଦଣ୍ଡ appeared first on Dharitri Odia News.