ଆଇସିସି ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡର ହେଲେ ଯୁବରାଜ ସିଂହ

ନୂଆଦିଲ୍ଲୀ: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୪ର ଆମ୍ବାସାଡର ହେଲେ ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସିକ୍ସ ମାଷ୍ଟର ଯୁବରାଜ ସିଂହ। ଶୁକ୍ରବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଏହି ଘୋଷଣା କରିଛି। ବିଶ୍ୱକପ୍‌କୁ ଆଉ ମାତ୍ର ୩୬ ଦିନ ବାକି ରହିଥିବା ବେଳେ ଆଇସିସି ଯୁବରାଜଙ୍କୁ ଏହି ସମ୍ମାନରେ ସାମ୍ମାନିତ କରିଛି।ଯୁବରାଜ ସିଂହ ୨୦୦୭ରେ ଆରମ୍ଭ ହୋଇଥିବା ପ୍ରଥମ ଟି-୨୦ ବିଶ୍ୱକପ୍‌ରେ ଗୋଟିଏ ଓଭରରେ ସର୍ବାଧିକ ୩୬ ରନ୍ କରିଥିଲେ। ସେ ଇଂଲଣ୍ଡର ଷ୍ଟୁଆର୍ଟ ବୋର୍ଡଙ୍କ ୬ଟି ବଲ୍‌ରେ ୬ ଛକ୍କା ମାରିଥିଲେ। ପ୍ରଥମ ବିଶ୍ୱକପ୍‌ ମ୍ୟାଚ୍ ଭାରତ ଜିତିଥିଲା। ଏଥର ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ରେ ବିଶ୍ୱକପ୍‌ ମହାକ୍ରୀଡ଼ା ଯୁଦ୍ଧର ଆରମ୍ଭ ହେବ। ଆମେରିକାରେ ହେବାକୁ ଥିବା ଏହାର ପ୍ରମୋସ୍‌ନାଲ୍‌ ଇଭେଣ୍ଟରେ ଯୁବରାଜ ସିଂହ ଯୋଗ ଦେବେ। ବିଶ୍ୱକପ୍‌ର ବିଭିନ୍ନ କାର୍ଯ୍ୟକ୍ରମ ଏମିତିକି ୯ଜୁନ୍‌ରେ ନ୍ୟୁୟର୍କରେ ହେବାକୁ ଥିବା ବହୁ ପ୍ରତିକ୍ଷୀତ ଭାରତ ପାକିସ୍ତାନ ମ୍ୟାଚ୍‌ରେ ମଧ୍ୟ ଯୁବରାଜ ଯୋଗ ଦେବେ।   ପଢ଼ନ୍ତୁ- କ୍ରିକେଟରେ କଳଙ୍କର ଦାଗ, ଅସଦାଚରଣ ଶିକାର ହୋଇଥିଲେ ଚିଅରଗାର୍ଲଏହାକୁ ନେଇ ଯୁବରାଜ କହିଛନ୍ତି ଯେ ଟି-୨୦ ବିଶ୍ୱକପ୍‌କୁ ନେଇ ମୋର ବହୁତ ସୁନ୍ଦର ସ୍ମୃତି ଜଡ଼ିତ ହୋଇ ରହିଛି। ଗୋଟିଏ ଓଭରରେ ୬ଟି ଛକ୍କା, ଯାହା ଏପର୍ଯ୍ୟନ୍ତ ସର୍ବାଧିକ ରହିଛି। ତେଣୁ ବିଶ୍ୱକପ୍‌ର ଅଂଶ ହୋଇଥିବାରୁ ମୁଁ ବହୁତ ଖୁସି। ୱେଷ୍ଟଇଣ୍ଡିଜ୍ କ୍ର

ଆଇସିସି ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡର ହେଲେ ଯୁବରାଜ ସିଂହ

ନୂଆଦିଲ୍ଲୀ: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୪ର ଆମ୍ବାସାଡର ହେଲେ ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସିକ୍ସ ମାଷ୍ଟର ଯୁବରାଜ ସିଂହ। ଶୁକ୍ରବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଏହି ଘୋଷଣା କରିଛି। ବିଶ୍ୱକପ୍‌କୁ ଆଉ ମାତ୍ର ୩୬ ଦିନ ବାକି ରହିଥିବା ବେଳେ ଆଇସିସି ଯୁବରାଜଙ୍କୁ ଏହି ସମ୍ମାନରେ ସାମ୍ମାନିତ କରିଛି।

ଯୁବରାଜ ସିଂହ ୨୦୦୭ରେ ଆରମ୍ଭ ହୋଇଥିବା ପ୍ରଥମ ଟି-୨୦ ବିଶ୍ୱକପ୍‌ରେ ଗୋଟିଏ ଓଭରରେ ସର୍ବାଧିକ ୩୬ ରନ୍ କରିଥିଲେ। ସେ ଇଂଲଣ୍ଡର ଷ୍ଟୁଆର୍ଟ ବୋର୍ଡଙ୍କ ୬ଟି ବଲ୍‌ରେ ୬ ଛକ୍କା ମାରିଥିଲେ। ପ୍ରଥମ ବିଶ୍ୱକପ୍‌ ମ୍ୟାଚ୍ ଭାରତ ଜିତିଥିଲା। ଏଥର ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ରେ ବିଶ୍ୱକପ୍‌ ମହାକ୍ରୀଡ଼ା ଯୁଦ୍ଧର ଆରମ୍ଭ ହେବ। ଆମେରିକାରେ ହେବାକୁ ଥିବା ଏହାର ପ୍ରମୋସ୍‌ନାଲ୍‌ ଇଭେଣ୍ଟରେ ଯୁବରାଜ ସିଂହ ଯୋଗ ଦେବେ। ବିଶ୍ୱକପ୍‌ର ବିଭିନ୍ନ କାର୍ଯ୍ୟକ୍ରମ ଏମିତିକି ୯ଜୁନ୍‌ରେ ନ୍ୟୁୟର୍କରେ ହେବାକୁ ଥିବା ବହୁ ପ୍ରତିକ୍ଷୀତ ଭାରତ ପାକିସ୍ତାନ ମ୍ୟାଚ୍‌ରେ ମଧ୍ୟ ଯୁବରାଜ ଯୋଗ ଦେବେ।   

ପଢ଼ନ୍ତୁ- କ୍ରିକେଟରେ କଳଙ୍କର ଦାଗ, ଅସଦାଚରଣ ଶିକାର ହୋଇଥିଲେ ଚିଅରଗାର୍ଲ

ଏହାକୁ ନେଇ ଯୁବରାଜ କହିଛନ୍ତି ଯେ ଟି-୨୦ ବିଶ୍ୱକପ୍‌କୁ ନେଇ ମୋର ବହୁତ ସୁନ୍ଦର ସ୍ମୃତି ଜଡ଼ିତ ହୋଇ ରହିଛି। ଗୋଟିଏ ଓଭରରେ ୬ଟି ଛକ୍କା, ଯାହା ଏପର୍ଯ୍ୟନ୍ତ ସର୍ବାଧିକ ରହିଛି। ତେଣୁ ବିଶ୍ୱକପ୍‌ର ଅଂଶ ହୋଇଥିବାରୁ ମୁଁ ବହୁତ ଖୁସି। ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଖେଳିବା ପାଇଁ ଏକ ଭଲ ସ୍ଥାନ। ତେବେ କ୍ରିକେଟ୍ ଆମେରିକାରେ ମଧ୍ୟ ଖେଳାଯାଉଛି। ତେଣୁ ଏହାର ଅଂଶ ହେବାକୁ ମୁଁ ଖୁବ୍ ଆଗ୍ରହୀ ବୋଲି ଯୁବରାଜ କହିଛନ୍ତି। ନ୍ୟୁୟର୍କରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ବିଶ୍ୱର ସବୁଠାରୁ ବଡ଼ କ୍ରୀଡ଼ା ମୁକାବିଲା। ଏଥିରେ ଭାଗ ନେବା ମୋ ପାଇଁ ସୌଭାଗ୍ୟର ବିଷୟ ବୋଲି ଯୁବରାଜ କହିଛନ୍ତି। 

ଆଇସିସି ଜେନେରାଲ ମ୍ୟାନେଜର କ୍ଲେୟର ଫର୍ଲଙ୍ଗ କହିଛନ୍ତି “ ଯୁବରାଜଙ୍କୁ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ରେ ଆମ୍ବାସାଡର ଭାବେ ଏକ ଅଂଶ କରି ଆମ ପାଇଁ ସମ୍ମାନର କଥା। ତାଙ୍କ ନାଁ ଟି -୨୦ ବିଶ୍ୱକପର ପର୍ଯ୍ୟାୟବାଚୀ…ଏହି ଇଭେଣ୍ଟର ସବୁଠାରୁ ଆକର୍ଷୀଣୀୟ ମୂହୁର୍ତ୍ତ ସେବେ ଥିଲା ଯେତେବେଳେ ଯୁବରାଜ ଏକ ଟି -୨୦ ଇଣ୍ଟରନ୍ୟାସନାଲ ମ୍ୟା୍‌ରେ ୬ ଟି ଛକା ମାରିଥିବା ପ୍ରଥମ ଖେଳାଳି ହୋଇଥିଲେ। ଯୁବରାଜ ଯୁସେନ୍ ବୋଲ୍ଡ ଓ କ୍ରିସ୍‌ ଗେଲ୍‌ଙ୍କ ସହିତ ପ୍ରଥମେ ଘୋଷଣା ହୋଇଥିବା ଆମ୍ବାସାଡରଙ୍କ ତାଲିକାରେ ସାମିଲ୍ ହୋଇଛନ୍ତି। ଯିଏ ସବୁଠାରୁ ବଡ଼ କ୍ରୀଡ଼ା କାର୍ଯ୍ୟକ୍ରମରେ ଉତ୍ସାହ ବଢ଼ାଇବେ।” 

 ସୂଚନା ଥାଉକି ଜୁନ ୧ ତାରିଖ ଠାରୁ ଆରମ୍ଭ ହୋଇ ଜୁନ ୨୯ ତାରିଖ ପର୍ଯ୍ୟନ୍ତ ଆଇସିସି ଟି-୨୦ ପୁରୁଷ ବିଶ୍ୱକପ୍‌ ମ୍ୟାଚ୍ ଖେଳାଯିବ। ଏଥର ଆମେରିକ ଓ ୱେଷ୍ଟଇଣ୍ଡିଜ୍‌ରେ ମ୍ୟାଚ୍ ଖେଳାଯିବ।