ଟଙ୍କାଏ ବଢିବ ମିଡ୍ ଡେ ମିଲ୍, ପ୍ରତି ଥାଳି ପିଛା ୧ ଟଙ୍କା ବୃଦ୍ଧି କରିବେ ସରକାର

ଭୁବନେଶ୍ଵର ୨୧।୦୮: ଟଙ୍କାଏ ବଢିବ ମଧ୍ୟାହ୍ନ ଭୋଜନ ମିଲ । ପ୍ରତି ଥାଳି ପିଛା ଦାମକୁ ୧ ଟଙ୍କା ବୃଦ୍ଧି କରାଯିବ। ଦରଦାମ୍‌ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ।  ଖୁବ୍‌ ଶୀଘ୍ର ଏହାର ବ୍ୟବସ୍ଥା କରିବେ ରାଜ୍ୟ ସରକାର। ଦୀର୍ଘ ଦିନ ଧରି ମଧ୍ୟାନ ଭୋଜନ ବୃଦ୍ଧି କରିବାକୁ ଦାବି ହେଇ ଆସୁଥିଲା । କମ ପଇସା ମିଳୁଥିବାରୁ ଏହାକୁ ନେଇ ଅନେକ ଅସନ୍ତୋଷ ଦେଖିବାକୁ ମିଳୁଥିଲା । ହେଲେ ଏବେ ଏହି ପରିମାଣ ବୃଦ୍ଧି କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ମଧ୍ୟାହ୍ନ ଭୋଜନ ଯୋଜନାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ମୁଣ୍ଡପିଛା ହିସାବରେ ୧୦୦ ଗ୍ରାମ ଚାଉଳ ସହ ୫ ଟଙ୍କା ୯୦ ପଇସା ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ମୁଣ୍ଡପିଛା ୧୫୦ଗ୍ରାମ ଚାଉଳ ଓ ୮ ଟଙ୍କା ୮୨ ପଇସା ଆର୍ଥିକ ସହାୟତା ସରକାର ଦେଉଛନ୍ତି । ଦିନକୁ ଦିନ ଦରଦାମ ବୃଦ୍ଧି ପାଉଥିବା ବେଳେ ଏତିକି ଟଙ୍କାରେ ମଧ୍ୟାହ୍ନ ଭୋଜନ ଯୋଗାଇବା ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷେ ଅସମ୍ଭବ । ଏତିକି ଟଙ୍କାରେ ପିଲାଙ୍କ ମୁହଁରେ ପୁଷ୍ଟିକର ଆହାର ଦେବା ଏବେ କାଠିକର ପାଠ ହେଉଛି ବୋଲି ବାରମ୍ବାର ଅଭିଯୋଗ କରୁଥିଲେ ସ୍କୁଲ କର୍ତ୍ତୃପକ୍ଷ । ସୂଚନା ଅନୁଯାୟୀ, ୨୦୨୦ରେ ସରକାର ମଧ୍ୟାହ୍ନ ଭୋଜନ ପାଇଁ ପ୍ରାଥମିକ ସ୍କୁଲ୍‌ ପିଲା ପିଛା ୫ ଟଙ୍କା ୪୨ ପଇସା ଓ ଉଚ୍ଚ ପ୍ରାଥମିକ ପିଲା ମୁଣ୍ଡପିଛା ୮ଟଙ୍କା

ଟଙ୍କାଏ ବଢିବ ମିଡ୍ ଡେ ମିଲ୍, ପ୍ରତି ଥାଳି ପିଛା ୧ ଟଙ୍କା ବୃଦ୍ଧି କରିବେ ସରକାର

ଭୁବନେଶ୍ଵର ୨୧।୦୮: ଟଙ୍କାଏ ବଢିବ ମଧ୍ୟାହ୍ନ ଭୋଜନ ମିଲ । ପ୍ରତି ଥାଳି ପିଛା ଦାମକୁ ୧ ଟଙ୍କା ବୃଦ୍ଧି କରାଯିବ। ଦରଦାମ୍‌ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ।  ଖୁବ୍‌ ଶୀଘ୍ର ଏହାର ବ୍ୟବସ୍ଥା କରିବେ ରାଜ୍ୟ ସରକାର। ଦୀର୍ଘ ଦିନ ଧରି ମଧ୍ୟାନ ଭୋଜନ ବୃଦ୍ଧି କରିବାକୁ ଦାବି ହେଇ ଆସୁଥିଲା । କମ ପଇସା ମିଳୁଥିବାରୁ ଏହାକୁ ନେଇ ଅନେକ ଅସନ୍ତୋଷ ଦେଖିବାକୁ ମିଳୁଥିଲା । ହେଲେ ଏବେ ଏହି ପରିମାଣ ବୃଦ୍ଧି କରିବାକୁ ଯାଉଛନ୍ତି ରାଜ୍ୟ ସରକାର। 

ମଧ୍ୟାହ୍ନ ଭୋଜନ ଯୋଜନାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ମୁଣ୍ଡପିଛା ହିସାବରେ ୧୦୦ ଗ୍ରାମ ଚାଉଳ ସହ ୫ ଟଙ୍କା ୯୦ ପଇସା ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ମୁଣ୍ଡପିଛା ୧୫୦ଗ୍ରାମ ଚାଉଳ ଓ ୮ ଟଙ୍କା ୮୨ ପଇସା ଆର୍ଥିକ ସହାୟତା ସରକାର ଦେଉଛନ୍ତି । ଦିନକୁ ଦିନ ଦରଦାମ ବୃଦ୍ଧି ପାଉଥିବା ବେଳେ ଏତିକି ଟଙ୍କାରେ ମଧ୍ୟାହ୍ନ ଭୋଜନ ଯୋଗାଇବା ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷେ ଅସମ୍ଭବ । ଏତିକି ଟଙ୍କାରେ ପିଲାଙ୍କ ମୁହଁରେ ପୁଷ୍ଟିକର ଆହାର ଦେବା ଏବେ କାଠିକର ପାଠ ହେଉଛି ବୋଲି ବାରମ୍ବାର ଅଭିଯୋଗ କରୁଥିଲେ ସ୍କୁଲ କର୍ତ୍ତୃପକ୍ଷ । 

ସୂଚନା ଅନୁଯାୟୀ, ୨୦୨୦ରେ ସରକାର ମଧ୍ୟାହ୍ନ ଭୋଜନ ପାଇଁ ପ୍ରାଥମିକ ସ୍କୁଲ୍‌ ପିଲା ପିଛା ୫ ଟଙ୍କା ୪୨ ପଇସା ଓ ଉଚ୍ଚ ପ୍ରାଥମିକ ପିଲା ମୁଣ୍ଡପିଛା ୮ଟଙ୍କା ୧୦ ପଇସା ଅର୍ଥ ରାଶି ପ୍ରଦାନ କରୁଥିଲେ । ମାତ୍ର ଗ୍ୟାସ, ରାସନ ସାମଗ୍ରୀ ଦର ବୃଦ୍ଧି ପରେ ଶେଷ ଥର ୨୦୨୨ ଅକ୍ଟୋବର ୧ରେ ଏମ୍‌ଡିଏମ୍‌ ଅନୁଦାନ ରାଶି ବୃଦ୍ଧି କରିଥିଲେ । ଯେଉଁଥିରେ ପ୍ରାଥମିକ ସ୍କୁଲ୍‌ ପିଲାଙ୍କ ମୁଣ୍ଡ ପିଛା ୫ ଟଙ୍କା ୯୦ ପଇସା ଓ ଉଚ୍ଚ ପ୍ରାଥମିକ ପିଲାଙ୍କ ମୁଣ୍ଡ ପିଛା ୮ ଟଙ୍କା ୮୨ ପଇସା ଦେଉଛନ୍ତି। ତେବେ ଏବେ ଯଦି ୧ ଟଙ୍କା ଲେଖାଏଁ ମଧ୍ୟାହ୍ନ ଭୋଜନ ରାଶିରେ ବୃଦ୍ଧି କରାଯାଏ ତେବେ ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ୬ ଟଙ୍କା ୯୦ ପଇସା ଏବଂ ଉଚ୍ଚ ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରାଶି ୯ ଟଙ୍କା ୮୨ ପଇସା ପ୍ରଦାନ କରିପାରନ୍ତି ସରକାର ।