ଟର୍ବୁଲେନ୍ସରେ କାତାର ବିମାନ: ୧୨ ଯାତ୍ରୀ ଆହତ
ଦୋହା,୨୬ା୫:ଲଣ୍ଡନରୁ ସିଙ୍ଗାପୁର ଯାଉଥିବା ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନ ଟର୍ବୁଲେନ୍ସର ସମ୍ମୁଖୀନ ହେବାରୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିବା ସହ ଅନେକେ ଆହତ ହୋଇଥିଲେ। ଏହାର ୫ ଦିନ ପରେ କାତାର ଏୟାରଓ୍ବେଜ୍ର ଏକ ବିମାନ ଟର୍ବୁଲେନ୍ସର ସମ୍ମୁଖୀନ ହେବାରୁ ଏହାର ୬ କର୍ମଚାରୀ ଓ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଦୋହାରୁ ଦୁବ୍ଲିନ ଯାଉଥିବା ଉକ୍ତ ବିମାନଟି ତୁର୍କୀ ଉପରେ ଉଡ଼ୁଥିବାବେଳେ ଏଭଳି ଅଘଟଣର ସମ୍ମୁଖୀନ ହୋଇଥିଲା। ରବିବାର ଅପରାହ୍ନ ୧ଟା ପୂର୍ବରୁ ଦୁବ୍ଲିନ […] The post ଟର୍ବୁଲେନ୍ସରେ କାତାର ବିମାନ: ୧୨ ଯାତ୍ରୀ ଆହତ appeared first on Dharitri Odia News.
ଦୋହା,୨୬ା୫:ଲଣ୍ଡନରୁ ସିଙ୍ଗାପୁର ଯାଉଥିବା ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନ ଟର୍ବୁଲେନ୍ସର ସମ୍ମୁଖୀନ ହେବାରୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିବା ସହ ଅନେକେ ଆହତ ହୋଇଥିଲେ। ଏହାର ୫ ଦିନ ପରେ କାତାର ଏୟାରଓ୍ବେଜ୍ର ଏକ ବିମାନ ଟର୍ବୁଲେନ୍ସର ସମ୍ମୁଖୀନ ହେବାରୁ ଏହାର ୬ କର୍ମଚାରୀ ଓ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଦୋହାରୁ ଦୁବ୍ଲିନ ଯାଉଥିବା ଉକ୍ତ ବିମାନଟି ତୁର୍କୀ ଉପରେ ଉଡ଼ୁଥିବାବେଳେ ଏଭଳି ଅଘଟଣର ସମ୍ମୁଖୀନ ହୋଇଥିଲା। ରବିବାର ଅପରାହ୍ନ ୧ଟା ପୂର୍ବରୁ ଦୁବ୍ଲିନ ଏୟାରପୋର୍ଟରେ ଅବତରଣ ପରେ ବିମାନକୁ ଜରୁରୀ ସେବା ଯୋଗାଇଦିଆଯାଇଥିଲା। ଏଥିସହ ଯାତ୍ରୀମାନଙ୍କୁ ବିମାନବନ୍ଦର କର୍ମଚାରୀ ଆବଶ୍ୟକ ସହାୟତା ଯୋଗାଇଥିଲେ।
The post ଟର୍ବୁଲେନ୍ସରେ କାତାର ବିମାନ: ୧୨ ଯାତ୍ରୀ ଆହତ appeared first on Dharitri Odia News.