ଟାଙ୍ଗିଆରେ ହାଣି ପୁତୁରାକୁ ହତ୍ୟା କଲା ବଡ଼ବାପା
ଢେଙ୍କାନାଳ : ପାରିବାରିକ କଳହର କରୁଣ ପରିଣତି I ବଡ଼ବପାର ଟାଙ୍ଗିଆ ଚୋଟରେ ଯାଇଛି ପୁତୁରାର ଜୀବନ I ମୃତ ପୁତୁରା ହେଲେ ଗୌରାଙ୍ଗ ଦେହୁରୀ (୩୪) I ଅଭିଯୁକ୍ତ ବଡବାପା ହେଉଛନ୍ତି ଧନେଶ୍ଵର ଦେହୁରୀ I ଆଜି ପୂର୍ବାହ୍ନ ପ୍ରାୟ ୧୧ଘଣ୍ଟା୩୦ ମିନିଟ୍ ଏହି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ବିଧାରପୁର ପଞ୍ଚାୟତ ଝିଲି ଗ୍ରାମରେ I ଖବର ପାଇ ଗଁଦିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଧନେଶ୍ଵରକୁ ଅଟକ ରଖିଥିବା ବେଳେ ଶବକୁ […]

ଢେଙ୍କାନାଳ : ପାରିବାରିକ କଳହର କରୁଣ ପରିଣତି I ବଡ଼ବପାର ଟାଙ୍ଗିଆ ଚୋଟରେ ଯାଇଛି ପୁତୁରାର ଜୀବନ I ମୃତ ପୁତୁରା ହେଲେ ଗୌରାଙ୍ଗ ଦେହୁରୀ (୩୪) I ଅଭିଯୁକ୍ତ ବଡବାପା ହେଉଛନ୍ତି ଧନେଶ୍ଵର ଦେହୁରୀ I ଆଜି ପୂର୍ବାହ୍ନ ପ୍ରାୟ ୧୧ଘଣ୍ଟା୩୦ ମିନିଟ୍ ଏହି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ବିଧାରପୁର ପଞ୍ଚାୟତ ଝିଲି ଗ୍ରାମରେ I
ଖବର ପାଇ ଗଁଦିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଧନେଶ୍ଵରକୁ ଅଟକ ରଖିଥିବା ବେଳେ ଶବକୁ ଜବତ କରିଛି। ସ୍ଥାନୀୟ ଲୋକମାନଙ୍କ ସୂଚନା ଅନୁସାରେ, ଆଜି ଉଭୟଙ୍କ ମଧ୍ୟରେ କୈ।ଣସି ଗଣ୍ଡଗୋଳ ହୋଇନଥିବା ବେଳେ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।