ଟାଙ୍ଗୀ ଅଞ୍ଚଳରେ ଜଳସେଚନ ସୁବିଧା ନଥିବା ବେଳେ ବର୍ଷାର ଲୁଚକାଳି ଖେଳ ବଢ଼ାଇଛି ଚାଷୀଙ୍କ ଚିନ୍ତା
ନନ୍ଦିଘୋଷ ବ୍ୟୁରୋ: ଚାଷ ପାଇଁ ନାକେଦମ ଚାଷୀ। ଖୋର୍ଦ୍ଧା ଟାଙ୍ଗୀରେ ଜଳ ସେଚନ ସୁବିଧା ନଥିବାରୁ ହାଇରାଣ ହେଉଛନ୍ତି ଚାଷୀ।... The post ଟାଙ୍ଗୀ ଅଞ୍ଚଳରେ ଜଳସେଚନ ସୁବିଧା ନଥିବା ବେଳେ ବର୍ଷାର ଲୁଚକାଳି ଖେଳ ବଢ଼ାଇଛି ଚାଷୀଙ୍କ ଚିନ୍ତା appeared first on .
ନନ୍ଦିଘୋଷ ବ୍ୟୁରୋ: ଚାଷ ପାଇଁ ନାକେଦମ ଚାଷୀ। ଖୋର୍ଦ୍ଧା ଟାଙ୍ଗୀରେ ଜଳ ସେଚନ ସୁବିଧା ନଥିବାରୁ ହାଇରାଣ ହେଉଛନ୍ତି ଚାଷୀ। ୧୧ ହଜାର ୧୨୦ ହେକ୍ଟର ଚାଷ ଜମିରୁ ମାତ୍ର ୨୨୦ ହେକ୍ଟର ଚାଷ ଜମିକୁ ଜଳ ସେଚନ ସୁବିଧା ରହିଛି । ବର୍ଷା ଭରସାରେ ଚାଷ କାର୍ଯ୍ୟ ହେଉଥିବା ବେଳେ କାଦୁଳରେ କାମ କରିବାକୁ ମଙ୍ଗୁ ନାହାନ୍ତି ମୁଲିଆ। ଋଣ କରି ଚାଷ କାମ ଆରମ୍ଭ କରିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଲାଣି ।
ଚାଷ ଅଛି ଯାହାର କି ଆନନ୍ଦ ତାହାର। ଏ ଢଗ ଢମାଳି କେବଳ ଲୋକ କଥାରେ ସୀମିତ ରହି ଯାଇଛି। ଚାଷ ପାଇଁ କଲବଲ ହେଉଛି ଚାଷୀ ପୁଅ। ପାଣି ପାଗର ମିଜାଜ ବଦଳୁଥିବାରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଂଚଳରେ ଚାଷ କାର୍ଯ୍ୟ ପଛୁଆ ପଡିଛି। ସେପଟେ ମୁଲିଆ ନ ମିଳିବା ଘଟଣା ଚାଷ କାର୍ଯ୍ୟକୁ ଆହୁରି ପଛକୁ ଠେଲି ଦେଇଛି। ଟାଙ୍ଗୀର ସବୁ ଅଞ୍ଚଳରେ ଜଳ ସେଚନ ବ୍ୟବସ୍ଥା ନଥିବା ଚିନ୍ତାକୁ ଆହୁରୀ ବଢେଇଦେଇଛି। ଲଘୁଚାପ ବର୍ଷା ହେବାରୁ ଚାଷ ପାଇଁ ଅଣ୍ଟା ଭିଡ଼ିଥିଲେ ଚାଷୀ। କିନ୍ତୁ ମାଟି ପଙ୍କରେ କାମ କରିବାକୁ ମୁଲିଆ ନାପସନ୍ଦ କରୁନଥିବାରୁ ଚାଷ କାର୍ଯ୍ୟରେ ହେଉଛି ସମସ୍ଯା
ଟାଙ୍ଗୀ ବ୍ଲକରେ ମୋଟ ୧୧,୧୨୦ ହେକ୍ଟର ଚାଷ ଜମି ରହିଛି। ସେଥିରୁ ୨୨୦ ହେକ୍ଟର ଚାଷ ଜମିକୁ ରହିଛି ଜଳ ସେଚନ ସୁବିଧା। ବାକି କିଛି ଜମି ପଡିଆ ପଡୁଥିବା ବେଳେ ଚଳିତ ବର୍ଷ ୯,୮୬୩ ହେକ୍ଟର ଚାଷ ଜମିରେ ହୋଇଛି ଧାନ ଚାଷ। ସେଥିମଧ୍ୟରୁ ୪ ହଜାର ହେକ୍ଟର ଜମିରେ ରୁଆ ଚାଲିଥିବା ବେଳେ ବାକି ଜମିରେ ପଡିଛି ଧାନ ତଳି। କାଗଜ ପତ୍ର କରି ଯନ୍ତ୍ରୀ, ଠିକାଦାର ମାଲାମାଲ ହେଉଥିବା ବେଳେ ବିଚରା ଚାଷୀ ପାଣି ଅଭାବରୁ ବିଳମ୍ୱ ରେ କରୁଛି ଚାଷ କାର୍ଯ୍ୟ।
The post ଟାଙ୍ଗୀ ଅଞ୍ଚଳରେ ଜଳସେଚନ ସୁବିଧା ନଥିବା ବେଳେ ବର୍ଷାର ଲୁଚକାଳି ଖେଳ ବଢ଼ାଇଛି ଚାଷୀଙ୍କ ଚିନ୍ତା appeared first on .