ଟାଟା ଷ୍ଟିଲ୍‌କୁ ଉତ୍କର୍ଷ ପୁରସ୍କାର

ଭୁବନେଶ୍ୱର,୨୧।୩: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅନ୍ୟତମ ପ୍ରମୁଖ କମ୍ପାନୀ ଟାଟା ଷ୍ଟିଲ୍‌କୁ ନିକଟରେ ଆଉ ଏକ ଜାତୀୟ ସ୍ତରର ସମ୍ମାନ ସହ ପୁରସ୍କୃତ କରାଯାଇଛି। ଉଲ୍ଲେଖଯୋଗ୍ୟ, କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ)ର ଆଇଟିସି ସଷ୍ଟେନେବିଲିଟି ଆୱାର୍ଡସ୍‌-୨୦୨୩ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍‌ର ସୁକିନ୍ଦା କ୍ରୋମାଇଟ୍‌ ଖଣିକୁ ‘ଜୈବ ବିବିଧତା ପରିଚାଳନା ଉତ୍କର୍ଷ’ ପୁରସ୍କାର ପ୍ରଦାନ କରାଯାଇଛି। ବିଶେଷକରି କମ୍ପାନୀର ଫେରୋ ଆଲଏଜ୍‌ ଆଣ୍ଡ ମିନେରାଲ୍‌ ଡିଭିଜନ (ଏଫ୍‌ଏଏମ୍‌ଡି) ଅଧୀନରେ ପରିଚାଳିତ ଖଣି […] The post ଟାଟା ଷ୍ଟିଲ୍‌କୁ ଉତ୍କର୍ଷ ପୁରସ୍କାର appeared first on Dharitri Odia News.

ଟାଟା ଷ୍ଟିଲ୍‌କୁ ଉତ୍କର୍ଷ ପୁରସ୍କାର

ଭୁବନେଶ୍ୱର,୨୧।୩: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅନ୍ୟତମ ପ୍ରମୁଖ କମ୍ପାନୀ ଟାଟା ଷ୍ଟିଲ୍‌କୁ ନିକଟରେ ଆଉ ଏକ ଜାତୀୟ ସ୍ତରର ସମ୍ମାନ ସହ ପୁରସ୍କୃତ କରାଯାଇଛି। ଉଲ୍ଲେଖଯୋଗ୍ୟ, କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ)ର ଆଇଟିସି ସଷ୍ଟେନେବିଲିଟି ଆୱାର୍ଡସ୍‌-୨୦୨୩ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍‌ର ସୁକିନ୍ଦା କ୍ରୋମାଇଟ୍‌ ଖଣିକୁ ‘ଜୈବ ବିବିଧତା ପରିଚାଳନା ଉତ୍କର୍ଷ’ ପୁରସ୍କାର ପ୍ରଦାନ କରାଯାଇଛି। ବିଶେଷକରି କମ୍ପାନୀର ଫେରୋ ଆଲଏଜ୍‌ ଆଣ୍ଡ ମିନେରାଲ୍‌ ଡିଭିଜନ (ଏଫ୍‌ଏଏମ୍‌ଡି) ଅଧୀନରେ ପରିଚାଳିତ ଖଣି କାର୍ଯ୍ୟକ୍ଷେତ୍ରର ପାରିପାର୍ଶ୍ୱିକ ଅଞ୍ଚଳରେ ଜୈବ ବିବିଧତାର ସଂରକ୍ଷଣ ପ୍ରତି ଉଲ୍ଲେଖନୀୟ ପଦକ୍ଷେପ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସେହିଭଳି ନୂଆଦିଲ୍ଲୀର ତାଜମହଲ ହୋଟେଲଠାରେ ଆୟୋଜିତ ୧୮ତମ ସିଆଇଆଇ ଆଇଟିସି ସଷ୍ଟେନେବିଲିଟି ପୁରସ୍କାର ସମାରୋହରେ ଯୋଗଦେଇ ଆଇଟିସି ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ତଥା ସିଆଇଆଇର ମନୋନୀତ ସଭାପତି ସଞ୍ଜୀବ ପୁରୀ ଟାଟା ଷ୍ଟିଲ୍‌କୁ ଉକ୍ତ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସୁକିନ୍ଦା କ୍ରୋମାଇଟ୍‌ ଖଣିର ମୁଖ୍ୟ (ଖଣି) ଦେବରାଜ ତିୱାରୀ କମ୍ପାନୀ ପକ୍ଷରୁ ଉକ୍ତ ପୁରସ୍କାର ଗ୍ରହଣ କରିଛନ୍ତି ।

The post ଟାଟା ଷ୍ଟିଲ୍‌କୁ ଉତ୍କର୍ଷ ପୁରସ୍କାର appeared first on Dharitri Odia News.