ଟାଟା ଷ୍ଟିଲ୍ର ତ୍ରୈମାସିକ ଫଳାଫଳ
ଭୁବନେଶ୍ୱର,୩।୮: ଟାଟା ଷ୍ଟିଲ୍ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କମ୍ପାନୀର ଆଗାମୀ ଫଳାଫଳ ଓ କାରବାର ସହିତ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଏହି ସମୟ ମଧ୍ୟରେ ୫୪,୭୭୧ କୋଟି ଟଙ୍କାର ରାଜସ୍ବ ଏବଂ ୬୮୨୨ କୋଟି ଟଙ୍କାର ଇବିଆଇଟିଡିଏ ହାସଲ କରିଛି। ବିଶେଷକରି ଏହାର ଇବିଆଇଟିଡିଏ ମାର୍ଜିନ୍ ୧୨.୫% ରହିଥିଲାବେଳେ କମ୍ପାନୀର ନିଟ୍ ଲାଭ ୭୫% ବୃଦ୍ଧି ପାଇ ୯୧୯ କୋଟି […] The post ଟାଟା ଷ୍ଟିଲ୍ର ତ୍ରୈମାସିକ ଫଳାଫଳ appeared first on Dharitri Odia News.
ଭୁବନେଶ୍ୱର,୩।୮: ଟାଟା ଷ୍ଟିଲ୍ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କମ୍ପାନୀର ଆଗାମୀ ଫଳାଫଳ ଓ କାରବାର ସହିତ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଏହି ସମୟ ମଧ୍ୟରେ ୫୪,୭୭୧ କୋଟି ଟଙ୍କାର ରାଜସ୍ବ ଏବଂ ୬୮୨୨ କୋଟି ଟଙ୍କାର ଇବିଆଇଟିଡିଏ ହାସଲ କରିଛି। ବିଶେଷକରି ଏହାର ଇବିଆଇଟିଡିଏ ମାର୍ଜିନ୍ ୧୨.୫% ରହିଥିଲାବେଳେ କମ୍ପାନୀର ନିଟ୍ ଲାଭ ୭୫% ବୃଦ୍ଧି ପାଇ ୯୧୯ କୋଟି ଟଙ୍କା ହୋଇଛି। ସେହିଭଳି ଏହି ତ୍ରୈମାସିକରେ କମ୍ପାନୀ ୩୭୭୭ କୋଟି ଟଙ୍କାର ପୁଞ୍ଜି ବ୍ୟୟ କରିଥିବାବେଳେ କଳିଙ୍ଗନଗରଠାରେ ୫ଏମ୍ଟିପିଏ ବିଶିଷ୍ଟ ସମ୍ପ୍ରସାରଣକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିଛି ଏବଂ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ବ୍ଲାଷ୍ଟ୍ ଫର୍ନେସ୍କୁ କାର୍ଯ୍ୟକାରୀ କରିବା ପଥରେ ଅଗ୍ରଗତି ହାସଲ କରିଛି। ଏପରିକି କମ୍ପାନୀର ନିଟ୍ ଋଣ ପରିମାଣ ୮୨,୧୬୨ କୋଟି ଟଙ୍କା ରହିଥିବା ବେଳେ ଗ୍ରୁପ୍ ପାଖରେ ନଗଦ ପରିମାଣ ୩୬,୪୬୦ କୋଟି ଟଙ୍କା ରହିଛି। ସେହିପରି ଟାଟା ଷ୍ଟିଲ୍ର ଭାରତ ରାଜସ୍ବ ପରିମାଣ ୩୩,୧୯୪ କୋଟି ଟଙ୍କା ହୋଇଥିବା ବେଳେ ଇବିଆଇଟିଡିଏ ୭୦୨୯ କୋଟି ଟଙ୍କା ଏବଂ ଇବିଆଇଟିଡିଏ ମାର୍ଜିନ୍ ୨୧% ରହିଛି। ଏପରିକି କମ୍ପାନୀର ଅଶୋଧିତ ଇସ୍ପାତ ଉପତ୍ାଦନ ୫% ବୃଦ୍ଧି ପାଇ ୫.୨୭ନିୟୁତ ଟନ୍ ଏବଂ ଡେଲିଭରି ୪% ବୃଦ୍ଧି ପାଇ ୪.୯୪ ନିୟୁତ ଟନ୍ ହୋଇଛି।
The post ଟାଟା ଷ୍ଟିଲ୍ର ତ୍ରୈମାସିକ ଫଳାଫଳ appeared first on Dharitri Odia News.