ଟି-ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୪: ଆଜିଠୁ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ...

ଆଜିଠୁ ଟି-ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୪ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ। ଆୟର୍ଲାଣ୍ଡ ବିପକ୍ଷରେ ରହିଛି ପ୍ରଥମ ମ୍ୟାଚ୍। 

ଟି-ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୪: ଆଜିଠୁ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ...

ଟି-ଟ୍ବେଣ୍ଟି ବିଶ୍ବକପରେ ଆଜିଠୁ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ। ଆୟର୍ଲାଣ୍ଡ ବିପକ୍ଷରେ ରହିଛି ପ୍ରଥମ ମ୍ୟାଚ୍। ନ୍ୟୁୟର୍କରେ ଭାରତୀୟ ସମୟ ରାତି ୮ଟାରେ ମ୍ୟାଚ୍ ଖେଳାଯିବ। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇବ ଦଳ।

ଟିମ୍‌ରେ ରିଷଭ ପନ୍ତ, ୟଶସ୍ବୀ ଜୟସ୍ବାଲ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଅନେକ ଯୁବ ଖେଳାଳି ଅଛନ୍ତି। ବିଜୟରୁ ଟି-ଟ୍ବେଣ୍ଟି ବିଶ୍ବକପ୍ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ। 

ସେହିପରି ଭାରତ ଭଳି ଶକ୍ତିଶାଳୀ ଦେଶର ମୁକାବିଲା ଲାଗି ଆୟର୍ଲାଣ୍ଡ ନିଜକୁ ପ୍ରସ୍ତୁତ କରିଛି। ୨୦୦୭ରେ ପ୍ରଥମ ଥର ଲାଗି ଟି-ଟ୍ବେଣ୍ଟି ବିଶ୍ବକପ୍ ଆୟୋଜନ ହୋଇଥିବା ବେଳେ ଭାରତ ଚାଂପିଅନ ହୋଇଥିଲା। ସେବେଠାରୁ ଏପର୍ଯ୍ୟନ୍ତ ଭାରତ ଆଉ ଟାଇଟଲ୍ ଜିତିପାରି ନାହିଁ। ୨୦୧୪ରେ ଫାଇନାଲ ପର୍ଯ୍ୟନ୍ତ ଯାଇଥିଲେ ମଧ୍ୟ ରନର୍ସ ଅପ୍ ହୋଇଥିଲା ଦଳ।

ଅଧିକ ପଢ଼ନ୍ତୁ: ଟିମ୍‌ ଇଣ୍ଡିଆ ହେଡ୍‌କୋଚ୍‌ ପ୍ରସଙ୍ଗ: ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଗମ୍ଭୀର, କହିଲେ….

ଏବେ ଯୁବ ନେତୃତ୍ବଙ୍କୁ ନେଇ ଭାରତ ଟାଇଟଲ୍ ଆଶାରେ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଭାରତ ଭଳି ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଓ ପାକିସ୍ତାନ ଥରେ ଲେଖାଏଁ ଚାଂପିଅନ ହୋଇଥିବା ବେଳେ ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ଦୁଇ ଥର ଲେଖାଏଁ ଟି-ଟ୍ବେଣ୍ଟି ବିଶ୍ବକପ୍ ଜିତି ସାରିଛନ୍ତି ।