ଟି-ଟ୍ୱେଣ୍ଟି ବିଶ୍ୱକପ: ପାକିସ୍ତାନକୁ ଧୂଳି ଚଟାଇଲା ଭାରତ

ବହୁ ପ୍ରତୀକ୍ଷିତ ମ୍ୟାଚରେ ବର୍ଷା ଯୋଗୁ ଟସ୍ ବିଳମ୍ବ ହୋଇଥିଲା। ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ପାକିସ୍ତାନ।

ଟି-ଟ୍ୱେଣ୍ଟି ବିଶ୍ୱକପ: ପାକିସ୍ତାନକୁ ଧୂଳି ଚଟାଇଲା ଭାରତ

ବୋଲିଂରେ ଘାଇଲା କଲେ ବୁମହା ଓ ପାଣ୍ଡ୍ୟା। ଟି-ଟ୍ବେଣ୍ଟି ବିଶ୍ବକପରେ ପାକିସ୍ତାନକୁ ହରାଇଲା ଭାରତ। ରୋମାଞ୍ଚକର ମୁକାବିଲରେ ୬ ରନରେ ବିଜୟୀ ହୋଇଛି ଟିମ୍ ଇଣ୍ଡିଆ। କମ୍ ସ୍କୋର ଥିଲେ ବି ଭାରତର ଘାକତ ବୋଲିଂରେ ମାଟି କାମୁଡିଛି ପାକିସ୍ତାନ। ନ୍ୟୁୟର୍କରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ଦେଇଥିଲା ୧୨୦ ରନ୍ ବିଜୟ ଲକ୍ଷ୍ୟ।

ଜବାବରେ ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ୧୧୩ ରନ୍ କରି ପାରିଥିଲା। ଯଶପ୍ରୀତ ବୁମରା ୩ଟି, ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଏବଂ ଅକ୍ଷର ପଟେଲ ଓ ଅର୍ଶଦୀପ ସିଂ ଗୋଟିଏ ଲେଖାଏ ୱିକେଟ ନେଇଥିଲେ। ଏହି ବହୁ ପ୍ରତୀକ୍ଷିତ ମ୍ୟାଚରେ ବର୍ଷା ଯୋଗୁ ଟସ୍ ବିଳମ୍ବ ହୋଇଥିଲା। ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ପାକିସ୍ତାନ।

ଅଧିକ ପଢ଼ନ୍ତୁ: ଇରଫାନ ପଠାନଙ୍କ ବିସ୍ଫୋରକ ବୟାନ୍, ବିରାଟ-ରୋହିତ୍‌ଙ୍କ ଉପସ୍ଥିତି ଦୁର୍ବଳ କରୁଛି

ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଥିଲା। କିନ୍ତୁ ରିଷଭ ପନ୍ତଙ୍କ ଲଢୁଆ ୪୨ ରନ୍ ବଳରେ କରିଥିଲା ୧୧୯ ରନ୍। ଟି-ଟ୍ବେଣ୍ଟି ବିଶ୍ବକପରେ ଏହା ଭାରତର ଲଗାତାର ଦ୍ବିତୀୟ ବିଜୟ ହୋଇଥିବା ବେଳେ ପାକିସ୍ତାନ ଦ୍ୱିତୀୟ ପରାଜୟ ଦେଖିଛି। ଏହି ବିଜୟ ସହ ଗ୍ରୁପ୍ 'ଏ' ପଏଣ୍ଟ ତାଲିକର ଶୀର୍ଷରେ ରହିଛି ଟିମ୍ ଇଣ୍ଡିଆ।