ଟି-୨୦ କ୍ରିକେଟ୍ର ବାଦ୍ଶାହ ଟିମ୍ ଇଣ୍ଡିଆ, ବିଶ୍ୱକପ୍ ପରେ ହାରିନି ଗୋଟିଏ ବି ସିରିଜ୍
ମୁମ୍ବାଇ ୧୩।୧୦ : ଡୋମିନେଟ୍ ଟିମ୍ ଇଣ୍ଡିଆ । ଟି-୨୦ କ୍ରିକେଟ୍ରେ ଟିମ୍ ଇଣ୍ଡିଆ ବିରୋଧୀ ଦଳ ଉପରେ ଭାରି ପଡିଛି । ଖାସ୍ କରି ଟି-୨୦ ବିଶ୍ୱକପ୍ରେ ବିଜୟୀ ପରେ ଟିମ୍ ଇଣ୍ଡିଆରେ ଆରମ୍ଭ ହୋଇଛି ନୂଆ ଯୁଗ । ଯାହାର ନେତୃତ୍ୱ ନେଉଛନ୍ତି ସୂର୍ଯ୍ୟକୁମାର ଯାଦବ ଏବଂ କୋଚ୍ ଗୌତମ ଗମ୍ଭୀର । ୨୦୨୪ ବିଶ୍ୱକପ୍ ପରେ ରୋହିତ ଶର୍ମା ଟି-୨୦ କ୍ରିକେଟ୍ରୁ ଅବସର ନେଇଥିଲେ । ଆଉ ତାଙ୍କ ବିରାଟ କୋହଲି ଏବଂ ରବିନ୍ଦ୍ର ଜାଡେଜା ମଧ୍ୟ ଟି-୨୦ ଫର୍ମାଟକୁ ଅଲ୍ବିଦା କହିଥିଲେ । ସେହିପରି କୋଚ ରାହୁଲ ଦ୍ରାବିଡ୍ ମଧ୍ୟ କୋଚ୍ ପଦ ଛାଡିଥିଲେ । ଏହାପରେ ପୁରା ଟି-୨୦ ଟିମ୍ର ହୋଇଥିଲା ନବକଳେବର । କୋଚ୍ ଭାବେ ଗୌତମ ଗମ୍ଭୀରଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଅଧିନାୟକ ଭାବେ ସୂର୍ଯ୍ୟକୁମାରଙ୍କୁ ଦିଆଯାଇଥିଲା ଦାୟିତ୍ୱ । ଆଉ ଏହାପରେ ହିଁ ଆରମ୍ଭ ହୋଇଥିଲା ଟିମ୍ ଇଣ୍ଡିଆର ଡୋମିନେଟ୍ । ବିଶ୍ୱ କ୍ରିକେଟ୍ର ଆରମ୍ଭ କରିଥିଲା ତାବଡତୋଡ୍ ରଣନୀତି । ଯେଉଁଥିରେ ପ୍ରତି ମ୍ୟାଚ୍ରେ ବିରୋଧୀ ଟିମ୍ ଉପରେ ଭାରି ପଡିଥିଲା ଟିମ୍ ଇଣ୍ଡିଆ । ଯାହାର ରେଜଲ୍ଟ ହେଲା କି ଟିମ୍ ଇଣ୍ଡିଆ ଶେଷ ଦୁଇଟି ଟି-୨୦ ସିରିଜ୍କୁ କ୍ଲିନ୍ ସ୍ୱିପ୍ କରିବାର ସକ୍ଷମ ହୋଇଛି । ଟି-୨୦ ବିଶ୍ୱକପ୍ ପରେ ଦୁଇଟି ସିରିଜ୍ ଖେଳିଛି ଟିମ୍ ଇଣ୍ଡିଆ । ଆଉ ସମସ୍ତ ସିରିଜ୍କୁ ଜିତିଛି ଟିମ୍ ଇଣ୍ଡିଆ। ବିଶ୍ୱକପ୍ ପରେ ଖେଳାଯାଇଥିବା ପ୍ରଥମ ସିରି
ମୁମ୍ବାଇ ୧୩।୧୦ : ଡୋମିନେଟ୍ ଟିମ୍ ଇଣ୍ଡିଆ । ଟି-୨୦ କ୍ରିକେଟ୍ରେ ଟିମ୍ ଇଣ୍ଡିଆ ବିରୋଧୀ ଦଳ ଉପରେ ଭାରି ପଡିଛି । ଖାସ୍ କରି ଟି-୨୦ ବିଶ୍ୱକପ୍ରେ ବିଜୟୀ ପରେ ଟିମ୍ ଇଣ୍ଡିଆରେ ଆରମ୍ଭ ହୋଇଛି ନୂଆ ଯୁଗ । ଯାହାର ନେତୃତ୍ୱ ନେଉଛନ୍ତି ସୂର୍ଯ୍ୟକୁମାର ଯାଦବ ଏବଂ କୋଚ୍ ଗୌତମ ଗମ୍ଭୀର ।
୨୦୨୪ ବିଶ୍ୱକପ୍ ପରେ ରୋହିତ ଶର୍ମା ଟି-୨୦ କ୍ରିକେଟ୍ରୁ ଅବସର ନେଇଥିଲେ । ଆଉ ତାଙ୍କ ବିରାଟ କୋହଲି ଏବଂ ରବିନ୍ଦ୍ର ଜାଡେଜା ମଧ୍ୟ ଟି-୨୦ ଫର୍ମାଟକୁ ଅଲ୍ବିଦା କହିଥିଲେ । ସେହିପରି କୋଚ ରାହୁଲ ଦ୍ରାବିଡ୍ ମଧ୍ୟ କୋଚ୍ ପଦ ଛାଡିଥିଲେ । ଏହାପରେ ପୁରା ଟି-୨୦ ଟିମ୍ର ହୋଇଥିଲା ନବକଳେବର । କୋଚ୍ ଭାବେ ଗୌତମ ଗମ୍ଭୀରଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଅଧିନାୟକ ଭାବେ ସୂର୍ଯ୍ୟକୁମାରଙ୍କୁ ଦିଆଯାଇଥିଲା ଦାୟିତ୍ୱ । ଆଉ ଏହାପରେ ହିଁ ଆରମ୍ଭ ହୋଇଥିଲା ଟିମ୍ ଇଣ୍ଡିଆର ଡୋମିନେଟ୍ । ବିଶ୍ୱ କ୍ରିକେଟ୍ର ଆରମ୍ଭ କରିଥିଲା ତାବଡତୋଡ୍ ରଣନୀତି । ଯେଉଁଥିରେ ପ୍ରତି ମ୍ୟାଚ୍ରେ ବିରୋଧୀ ଟିମ୍ ଉପରେ ଭାରି ପଡିଥିଲା ଟିମ୍ ଇଣ୍ଡିଆ । ଯାହାର ରେଜଲ୍ଟ ହେଲା କି ଟିମ୍ ଇଣ୍ଡିଆ ଶେଷ ଦୁଇଟି ଟି-୨୦ ସିରିଜ୍କୁ କ୍ଲିନ୍ ସ୍ୱିପ୍ କରିବାର ସକ୍ଷମ ହୋଇଛି । ଟି-୨୦ ବିଶ୍ୱକପ୍ ପରେ ଦୁଇଟି ସିରିଜ୍ ଖେଳିଛି ଟିମ୍ ଇଣ୍ଡିଆ । ଆଉ ସମସ୍ତ ସିରିଜ୍କୁ ଜିତିଛି ଟିମ୍ ଇଣ୍ଡିଆ। ବିଶ୍ୱକପ୍ ପରେ ଖେଳାଯାଇଥିବା ପ୍ରଥମ ସିରିଜ୍ରେ ଶ୍ରୀଲଙ୍କାକୁ ୩-୦ରେ ହରାଇଥିବା ବେଳେ ଏବେ ବାଂଲାଦେଶକୁ ମଧ୍ୟ ୩-୦ରେ ହରାଇଛି ।