ଟି-୨୦ ବିଶ୍ବକପ; ବିରାଟ କୋହଲିଙ୍କ ନାଁରେ ବିଶ୍ବ ରେକର୍ଡ, ପାଖରେ ନାହାନ୍ତି ଧୋନି କି ରୋହିତ୍
ମୁମ୍ବାଇ: ଟି-୨୦ କ୍ରିକେଟ୍ ବିଶ୍ବକପ୍ କାଉଣ୍ଟଡାଉନ୍ ଆରମ୍ଭ । ଜୁନ୍ ୧ ତାରିଖ ଆରମ୍ଭ ହେବ ମହାକୁମ୍ଭ । ଶନିବାର ଭାରତୀୟ କ୍ରିକେଟ୍ ଟିମ୍ ଓ ବାଂଲାଦେଶ ମଧ୍ୟରେ ଅଭ୍ୟାସ ମ୍ୟାଚ୍ ଖେଳିବ । ଏହି ଏକମାତ୍ର ଅଭ୍ୟାସ ମ୍ୟାଚକୁ ଖେଳିବାକୁ ସମସ୍ତ ପ୍ରସ୍ତୁତି କରିଛି ଟିମ୍ ଇଣ୍ଡିଆ । ନ୍ୟୁୟର୍କର ନସାଉ କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ତେବେ ଏହି ମ୍ୟାଚ୍ ବିରାଟ୍ କୋହିଲ ଖେଳିବାକୁ ମୁସ୍କିଲ୍ ହୋଇଛି । ପ୍ରଥମ ଅଭ୍ୟାସ ମ୍ୟାଚରେ ବିରାଟ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । କାରଣ ମେ’ ୩୦ ତାରିଖରେ ଟି-୨୦ ବିଶ୍ବକପ କୋହଲି ଆମେରିକା ଗସ୍ତ କରିଛନ୍ତି । ଆସନ୍ତାକାଲି ସେ ନ୍ୟୁୟର୍କରେ ପହଞ୍ଚିବେ । ତେଣୁ ମ୍ୟାଚ୍ ଖେଳିବା ତାଙ୍କପକ୍ଷେ ସମ୍ଭବ ହେବ ନାହିଁ । କିଙ୍ଗ୍ କୋହଲି ଏବେ ଟପ୍ ଫର୍ମରେ ରହିଛି । ଆଗାମୀ ବିଶ୍ବକପ୍ ଭାରତ ପାଇଁ ବିରାଟ୍ ଉପଯୋଗୀ ସାବ୍ୟସ୍ତ ହେବେ । ୨୦୨୪ ଆଇପିଏଲରେ ବିରାଟ୍ କୋହଲି ଦମଦାର ଖେଳ ପ୍ରଦର୍ଶନ କରିଥିଲେ । ସର୍ବାଧିକ ରନ୍ ସଂଗ୍ରହ କରି ଆରେଞ୍ଜ କ୍ୟାପ୍ ନିଜ ନାଁରେ କରିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ୧୫ଟି ମ୍ୟାଚ୍ ଖେଳି ୧୫୪.୬୯ ଷ୍ଟ୍ରାଇକ୍ ରେଟରେ ୭୪୧ ରନ ସଂଗ୍ରହ କରଥିଲେ । ଏଥିରେ ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ରହିଛି । ଏହା ପୂର୍ବରୁ ୨୦୧୬ ଆଇପିଏଲରେ ୯୭୩ ରନ ସଂଗ୍ରହ କରି ରେକର୍ଡ ସୃଷ୍ଟି କରିଥିଲେ ଏବଂ ଅରେଞ୍ଜ୍ କ୍ୟାପ୍ ହୋଲ୍ଡର ମଧ୍ୟ ହୋଇଥିଲେ । ଚଳ
ମୁମ୍ବାଇ: ଟି-୨୦ କ୍ରିକେଟ୍ ବିଶ୍ବକପ୍ କାଉଣ୍ଟଡାଉନ୍ ଆରମ୍ଭ । ଜୁନ୍ ୧ ତାରିଖ ଆରମ୍ଭ ହେବ ମହାକୁମ୍ଭ । ଶନିବାର ଭାରତୀୟ କ୍ରିକେଟ୍ ଟିମ୍ ଓ ବାଂଲାଦେଶ ମଧ୍ୟରେ ଅଭ୍ୟାସ ମ୍ୟାଚ୍ ଖେଳିବ । ଏହି ଏକମାତ୍ର ଅଭ୍ୟାସ ମ୍ୟାଚକୁ ଖେଳିବାକୁ ସମସ୍ତ ପ୍ରସ୍ତୁତି କରିଛି ଟିମ୍ ଇଣ୍ଡିଆ । ନ୍ୟୁୟର୍କର ନସାଉ କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ତେବେ ଏହି ମ୍ୟାଚ୍ ବିରାଟ୍ କୋହିଲ ଖେଳିବାକୁ ମୁସ୍କିଲ୍ ହୋଇଛି । ପ୍ରଥମ ଅଭ୍ୟାସ ମ୍ୟାଚରେ ବିରାଟ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । କାରଣ ମେ’ ୩୦ ତାରିଖରେ ଟି-୨୦ ବିଶ୍ବକପ କୋହଲି ଆମେରିକା ଗସ୍ତ କରିଛନ୍ତି । ଆସନ୍ତାକାଲି ସେ ନ୍ୟୁୟର୍କରେ ପହଞ୍ଚିବେ । ତେଣୁ ମ୍ୟାଚ୍ ଖେଳିବା ତାଙ୍କପକ୍ଷେ ସମ୍ଭବ ହେବ ନାହିଁ ।
କିଙ୍ଗ୍ କୋହଲି ଏବେ ଟପ୍ ଫର୍ମରେ ରହିଛି । ଆଗାମୀ ବିଶ୍ବକପ୍ ଭାରତ ପାଇଁ ବିରାଟ୍ ଉପଯୋଗୀ ସାବ୍ୟସ୍ତ ହେବେ । ୨୦୨୪ ଆଇପିଏଲରେ ବିରାଟ୍ କୋହଲି ଦମଦାର ଖେଳ ପ୍ରଦର୍ଶନ କରିଥିଲେ । ସର୍ବାଧିକ ରନ୍ ସଂଗ୍ରହ କରି ଆରେଞ୍ଜ କ୍ୟାପ୍ ନିଜ ନାଁରେ କରିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ୧୫ଟି ମ୍ୟାଚ୍ ଖେଳି ୧୫୪.୬୯ ଷ୍ଟ୍ରାଇକ୍ ରେଟରେ ୭୪୧ ରନ ସଂଗ୍ରହ କରଥିଲେ । ଏଥିରେ ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ରହିଛି । ଏହା ପୂର୍ବରୁ ୨୦୧୬ ଆଇପିଏଲରେ ୯୭୩ ରନ ସଂଗ୍ରହ କରି ରେକର୍ଡ ସୃଷ୍ଟି କରିଥିଲେ ଏବଂ ଅରେଞ୍ଜ୍ କ୍ୟାପ୍ ହୋଲ୍ଡର ମଧ୍ୟ ହୋଇଥିଲେ ।
ଚଳିତ ଟି-୨୦ କ୍ରିକେଟ୍ ବିଶ୍ବକପକୁ ଓ୍ବେଷ୍ଟଇଣ୍ଡିଜ୍ ଓ ଆମେରିକା ମିଳିତ ଭାବେ ଆୟୋଜନ କରୁଛନ୍ତି । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ବିରାଟଙ୍କ ବ୍ୟାଟ୍ ଗର୍ଜିବ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମି । ଅନ୍ୟପଟେ ଟି-୨୦ ବିଶ୍ବକପରେ ବିରାଟଙ୍କ ନାଁ ଏଭଳି ରେକର୍ଡ ରହିଛି ଯାହା ଏଯାଏଁ ଭାଙ୍ଗି ନାହିଁ । ୨୦୧୪ ଏବଂ ୨୦୧୬ ବିଶ୍ବକପରେ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହୋଇଛନ୍ତି ବିରାଟ୍ । ଟି-୨୦ ବିଶ୍ବକପ କ୍ରିକେଟ୍ ଇତିହାସରେ ଏଯାଏଁ କୌଣସି ଖେଳାଳି ଦୁଇ ଥପ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହୋଇନାହାନ୍ତି । ମହେନ୍ଦ୍ର ସିଂହ ଧୋନୀ ଓ ରୋହିତ୍ ଶର୍ମା ମଧ୍ୟରେ ବିରାଟଙ୍କ ଏହି ରେକର୍ଟ ପାଖରେ ନାହାନ୍ତି ।
୨୦୧୪ ଟି-୨୦ ବିଶ୍ବକପରେ ବିରାଟ୍ କୋହଲି ୩୧୯ ରନ ସଂଗ୍ରହ କରିଥିଲେ । ତାଙ୍କ ନାଁରେ ସର୍ବାଧିକ ରନ୍ର ରେକର୍ଡ ରହିଛି । ସେହିପରି ୨୦୧୬ରେ ୨୭୩ ରନ କରି ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହୋଇଥିଲେ ବିରାଟ୍ । ଆସନ୍ତାକାଲି ଠାରୁ ହେବାକୁ ଥିବା ଟି-୨୦ ବିଶ୍ବକପ ମହାକୁମ୍ଭରେ ଏହି ଷ୍ଟାର୍ ବ୍ୟାଟରଙ୍କ ଉପରେ ସମସ୍ତ ନଜର ରହିବ ।