ଟି-୨୦ ବିଶ୍ଵକପ୍ ପରେ ଟି-୨୦ ଅନ୍ତର୍ଜାତୀୟରୁ ଅବସର ନେଇ ପାରନ୍ତି ରୋହିତ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍କୁ ଆଉ କେଇଟା ଦିନ ବାକି ରହିଛି। ଏହା ମଧ୍ୟରେ ଖବର ଆସିଛି ଯେ ରୋହିତ ଶର୍ମା ଭାରତୀୟ ଦଳ ପାଇଁ ନିଜର ଶେଷ କିଛି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ପାରନ୍ତି। କୁହାଯାଉଛି ରୋହିତ ଶର୍ମା ଭାରତୀୟ ଦଳ ପକ୍ଷରୁ ଟି-୨୦ ବିଶ୍ଵକପ୍ରେ ନିଜର ଶେଷ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ। ଆଉ ଏହା ପଛର କାରଣ ହାର୍ଦ୍ଦିକ ପାଣ୍ଡ୍ୟା ହୋଇଥିବା କୁହାଯାଉଛି।ଦୈନିକ ଜାଗରଣର ରିପୋର୍ଟ ଅନୁଯାୟୀ, ବିସିସିଆଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ଅନ୍ତର୍ଜାତୀୟ ଦଳର ଅଧିନାୟକ କରିବାକୁ ଚାହୁଁଛି। କାରଣ ସେ ଜଣେ ଅଲରାଉଣ୍ଡର। ଏହି କାରଣରୁ ତାଙ୍କୁ ବିଶ୍ଵକପରେ ଉପ ଅଧିନାୟକ ନିଯୁକ୍ତ କରାଯାଇଛି। ଏହା ବ୍ୟତୀତ ରୋହିତ ଶର୍ମାଙ୍କୁ ଟି-୨୦ ଫର୍ମାଟରେ ନିଜକୁ ସାବ୍ୟସ୍ତ କରିବା ପାଇଁ ଏହା ଶେଷ ସୁଯୋଗ। ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ ହୋଇଥିଲେ ହେଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ଵରେ ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଛନ୍ତି। Also read: କ୍ରିକେଟରୁ ସନ୍ନ୍ୟାସ ଘୋଷଣା କଲେ ଇଂଲଣ୍ଡର ମହାନ ବୋଲର ଜେମ୍ସ ଆଣ୍ଡରସନ୍, ଲର୍ଡସରେ ଖେଳିବେ ଶେଷ ମ୍ୟାଚ୍୧୦ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଥିବା ରୋହିତ ଶର୍ମା ଏବଂ ବର୍ତ୍ତମାନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ କୌଣସି ସମନ୍ବୟ ରହୁନାହିଁ। ଅକ୍ଟୋବରରେ ମୁମ୍ବାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଚୁକ୍ତି କରିଥି
ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍କୁ ଆଉ କେଇଟା ଦିନ ବାକି ରହିଛି। ଏହା ମଧ୍ୟରେ ଖବର ଆସିଛି ଯେ ରୋହିତ ଶର୍ମା ଭାରତୀୟ ଦଳ ପାଇଁ ନିଜର ଶେଷ କିଛି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ପାରନ୍ତି। କୁହାଯାଉଛି ରୋହିତ ଶର୍ମା ଭାରତୀୟ ଦଳ ପକ୍ଷରୁ ଟି-୨୦ ବିଶ୍ଵକପ୍ରେ ନିଜର ଶେଷ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ। ଆଉ ଏହା ପଛର କାରଣ ହାର୍ଦ୍ଦିକ ପାଣ୍ଡ୍ୟା ହୋଇଥିବା କୁହାଯାଉଛି।
ଦୈନିକ ଜାଗରଣର ରିପୋର୍ଟ ଅନୁଯାୟୀ, ବିସିସିଆଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ଅନ୍ତର୍ଜାତୀୟ ଦଳର ଅଧିନାୟକ କରିବାକୁ ଚାହୁଁଛି। କାରଣ ସେ ଜଣେ ଅଲରାଉଣ୍ଡର। ଏହି କାରଣରୁ ତାଙ୍କୁ ବିଶ୍ଵକପରେ ଉପ ଅଧିନାୟକ ନିଯୁକ୍ତ କରାଯାଇଛି। ଏହା ବ୍ୟତୀତ ରୋହିତ ଶର୍ମାଙ୍କୁ ଟି-୨୦ ଫର୍ମାଟରେ ନିଜକୁ ସାବ୍ୟସ୍ତ କରିବା ପାଇଁ ଏହା ଶେଷ ସୁଯୋଗ। ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ ହୋଇଥିଲେ ହେଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ଵରେ ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଛନ୍ତି।
Also read: କ୍ରିକେଟରୁ ସନ୍ନ୍ୟାସ ଘୋଷଣା କଲେ ଇଂଲଣ୍ଡର ମହାନ ବୋଲର ଜେମ୍ସ ଆଣ୍ଡରସନ୍, ଲର୍ଡସରେ ଖେଳିବେ ଶେଷ ମ୍ୟାଚ୍
୧୦ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଥିବା ରୋହିତ ଶର୍ମା ଏବଂ ବର୍ତ୍ତମାନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ କୌଣସି ସମନ୍ବୟ ରହୁନାହିଁ। ଅକ୍ଟୋବରରେ ମୁମ୍ବାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଚୁକ୍ତି କରିଥିଲା ଏବଂ ୨୦୨୩ ଡିସେମ୍ବର ୨୦୨୩ରେ ତାଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଥିଲା। ଏହା ପରେ ରୋହିତ ଓ ହାର୍ଦ୍ଦିକଙ୍କ ମଧ୍ୟରେ ସଂପର୍କ ଭଲ ନାହିଁ। ସ୍ଥିତି ଏମିତି ଯେ, ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ହିଁ ସର୍ବପ୍ରଥମେ ଚଳିତ ଆଇପିଏଲ୍ରୁ ବାଦ୍ ପଡ଼ିଛି। ହାର୍ଦ୍ଦିକଙ୍କୁ ଅଧିନାୟକ କରାଯିବା ପରଠୁ ପ୍ରଶଂସକ ଅସନ୍ତୁଷ୍ଟ ରହିବା ସହ ମୁମ୍ବାଇ ଦଳକୁ ଆଗ ପରି ସମର୍ଥନ ବି କରୁ ନାହାନ୍ତି।
ସେପଟେ ରୋହିତ ଶର୍ମାଙ୍କୁ ୩୭ ବର୍ଷ ବୟସ ହୋଇ ସାରିଛି। ଆଉ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବୟସ ବର୍ତ୍ତମାନ ୩୦ ବର୍ଷ। ତେଣୁ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିସିସିଆଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅତି କମରେ ଟି-୨୦ ଦଳର ଅଧିନାୟକ କରିବା ବିଷୟରେ ଚିନ୍ତା କରୁଛି। କାରଣ ପାଣ୍ଡ୍ୟା କେବଳ ସୀମିତ ଓଭର କ୍ରିକେଟ୍ ଖେଳୁଛନ୍ତି। ଅନ୍ୟପକ୍ଷେ ୨୦୨୨ ନଭେମ୍ବର ପରଠୁ ଅଧିକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାନ୍ତି। ସେ ଟି-୨୦ ବିଶ୍ଵକପ୍ ପୂର୍ବରୁ ମାତ୍ର ୩ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ସେ ପ୍ରଥମ ଦୁଇଟି ମ୍ୟାଚରେ ଶୂନ୍ୟରେ ଆଉଟ୍ ହୋଇଥିବା ବେଳେ ତୃତୀୟ ମ୍ୟାଚ୍ରେ ଦମଦାର ଶତକ ଅର୍ଜନ କରିଥିଲେ। ଆଇପିଏଲ୍ ୨୦୨୪ରେ ରୋହିତ ଶର୍ମାଙ୍କ ଫର୍ମ ମଧ୍ୟ ନୈରାଶ୍ୟଜନକ ରହିଛି। ସେ ଆରମ୍ଭରେ ଭଲ ପ୍ରଦର୍ଶନ କରିଥିଲେ ହେଁ ପରେ ବିଫଳ ହୋଇଛନ୍ତି।