ଟି-୨୦ ବିଶ୍ଵକପ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍କୁ ମାତ୍ର ୩୦ ଦିନ ବାକି, ପ୍ରସ୍ତୁତ ହୋଇ ପାରିନି ଷ୍ଟାଡିୟମ

ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍‌ ଜୁନ ୨ରୁ ଆରମ୍ଭ ହେବାକୁ ଯାଉଛି। ଓ୍ଵେଷ୍ଟଇଣ୍ଡିଜ ଓ ଆମେରିକାର ମିଳିତ ଆନୁକୂଲ୍ୟରେ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି। ବିଶ୍ଵକପ୍‌ର ସବୁଠୁ ହାଇଭୋଲଟେଜ୍ ଭାରତ-ପାକିସ୍ତାନ ମୁକାବିଲା ଜୁନ ୯ରେ ନ୍ୟୁୟର୍କର ନାସାଓ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। କଣ ନାସାଓ କ୍ରିକେଟ୍ ଷ୍ଟାଡିୟମ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ପ୍ରସ୍ତୁତ ? ସଂପ୍ରତି ସାମାଜିକ ଗଣମାଧ୍ୟମରେ ନାସାଓ କ୍ରିକେଟ୍ ଷ୍ଟାଡିୟମର ଅନେକ ଫଟୋ ଭାଇରାଲ୍ ହେବାରେ ଲାଗିଛି। ଏହି ଫଟୋରେ ଦେଖିବାକୁ ମିଳିଛି ଯେ, ଏହି ପଡ଼ିଆ ମ୍ୟାଚ୍ ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ପାରିବ ନାହିଁ। Also read: ଭାରତୀୟ ପ୍ରଶଂସକଙ୍କ ପାଇଁ ଖୁସିର ଖବର, ମାଗଣାରେ ଦେଖି ପାରିବେ ଟି-୨୦ ବିଶ୍ଵକପ୍ଭାରତୀୟ ଦଳ ଆୟରଲାଣ୍ଡ ବିପକ୍ଷ ମ୍ୟାଚ୍ ପରେ ଜୁନ ୯ରେ ପାକିସ୍ତାନ ସହ ବଡ଼ ମୁକାବିଲା ଖେଳିବ। ଏହି ମ୍ୟାଚ୍‌କୁ ଆଉ ମାତ୍ର ୩୦ ଦିନ ବାକି ରହିଛି। ମାତ୍ର ଯେଉଁଭଳି ଫଟୋ ସାମ୍ନାକୁ ଆସିଛି, ତାହା ଚକିତ କରିଦେବା ଭଳି ରହିଛି। ନ୍ୟୁୟର୍କର ନାସାଓ କ୍ରିକେଟ୍ ଷ୍ଟାଡିୟମ ସଂପୂର୍ଣ୍ଣ ଭାବେ ମ୍ୟାଚ୍ ପାଇଁ ପ୍ରସ୍ତୁତ ହୋଇ ପାରିନି। ପଡ଼ିଆ ଏବଂ ଷ୍ଟାଡିୟମ କାମ ଏବେ ମଧ୍ୟ ଜାରି ରହିଛି। ଫଳରେ ସାମାଜିକ ଗଣମାଧ୍ୟମରେ ଏବେ ଯେଉଁ ଫଟୋ ଭାଇରାଲ୍ ହେବାରେ ଲାଗିଛି ତାହା ଚର୍ଚ୍ଚାର ବିଷୟ ପାଲଟିଛି। Preparations for the Nassau County International

ଟି-୨୦ ବିଶ୍ଵକପ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍କୁ ମାତ୍ର ୩୦ ଦିନ ବାକି, ପ୍ରସ୍ତୁତ ହୋଇ ପାରିନି ଷ୍ଟାଡିୟମ

ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍‌ ଜୁନ ୨ରୁ ଆରମ୍ଭ ହେବାକୁ ଯାଉଛି। ଓ୍ଵେଷ୍ଟଇଣ୍ଡିଜ ଓ ଆମେରିକାର ମିଳିତ ଆନୁକୂଲ୍ୟରେ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି। ବିଶ୍ଵକପ୍‌ର ସବୁଠୁ ହାଇଭୋଲଟେଜ୍ ଭାରତ-ପାକିସ୍ତାନ ମୁକାବିଲା ଜୁନ ୯ରେ ନ୍ୟୁୟର୍କର ନାସାଓ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। କଣ ନାସାଓ କ୍ରିକେଟ୍ ଷ୍ଟାଡିୟମ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ପ୍ରସ୍ତୁତ ? ସଂପ୍ରତି ସାମାଜିକ ଗଣମାଧ୍ୟମରେ ନାସାଓ କ୍ରିକେଟ୍ ଷ୍ଟାଡିୟମର ଅନେକ ଫଟୋ ଭାଇରାଲ୍ ହେବାରେ ଲାଗିଛି। ଏହି ଫଟୋରେ ଦେଖିବାକୁ ମିଳିଛି ଯେ, ଏହି ପଡ଼ିଆ ମ୍ୟାଚ୍ ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ପାରିବ ନାହିଁ। 

Also read: ଭାରତୀୟ ପ୍ରଶଂସକଙ୍କ ପାଇଁ ଖୁସିର ଖବର, ମାଗଣାରେ ଦେଖି ପାରିବେ ଟି-୨୦ ବିଶ୍ଵକପ୍

ଭାରତୀୟ ଦଳ ଆୟରଲାଣ୍ଡ ବିପକ୍ଷ ମ୍ୟାଚ୍ ପରେ ଜୁନ ୯ରେ ପାକିସ୍ତାନ ସହ ବଡ଼ ମୁକାବିଲା ଖେଳିବ। ଏହି ମ୍ୟାଚ୍‌କୁ ଆଉ ମାତ୍ର ୩୦ ଦିନ ବାକି ରହିଛି। ମାତ୍ର ଯେଉଁଭଳି ଫଟୋ ସାମ୍ନାକୁ ଆସିଛି, ତାହା ଚକିତ କରିଦେବା ଭଳି ରହିଛି। ନ୍ୟୁୟର୍କର ନାସାଓ କ୍ରିକେଟ୍ ଷ୍ଟାଡିୟମ ସଂପୂର୍ଣ୍ଣ ଭାବେ ମ୍ୟାଚ୍ ପାଇଁ ପ୍ରସ୍ତୁତ ହୋଇ ପାରିନି। ପଡ଼ିଆ ଏବଂ ଷ୍ଟାଡିୟମ କାମ ଏବେ ମଧ୍ୟ ଜାରି ରହିଛି। ଫଳରେ ସାମାଜିକ ଗଣମାଧ୍ୟମରେ ଏବେ ଯେଉଁ ଫଟୋ ଭାଇରାଲ୍ ହେବାରେ ଲାଗିଛି ତାହା ଚର୍ଚ୍ଚାର ବିଷୟ ପାଲଟିଛି। 




ସୂଚନାଯୋଗ୍ୟ, ଟି-୨୦ ବିଶ୍ଵକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା   ହୋଇ ସାରିଛି। ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ ଅଧିନାୟକ ଦାୟିତ୍ଵ ମିଳିଛି। ଏହା ସହିତ ନିକଟରେ ଟି-୨୦ ବିଶ୍ଵକପ୍‌ ପାଇଁ ଭାରତୀୟ ଦଳର ଜର୍ସିର ଅନାବରଣ ହୋଇଛି। ଯାହାକୁ ନେଇ ପ୍ରଶଂସକଙ୍କ ଗହଣରେ ମିଶ୍ରିତ ପତିକ୍ରିୟା ପ୍ରକାଶ ପାଇଛି।