ତାରାପ୍ରସାଦ ବାହିନୀପତି ଅସୁସ୍ଥ,କଂଗ୍ରେସ ଆନ୍ଦୋଳନ ହେବ ଅଧିକ ତୀବ୍ର

ଭୁବନେଶ୍ବର: ଗତକାଲି ବିଧାନସଭାର ୧୨ ଜଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ କରାଯାଇଥିବା ଉପରେ ଜୋରଦାର ପ୍ରତିବାଦ ହେବାସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଧାନସଭା ଭିତରେ ଅଟକ ରହିଥିଲେ । ସେମାନଙ୍କ ପାଇଁ ବିଧାନସଭା ଭିତରେ ଶୌଚାଲୟ ଠାରୁ ପାଣି ଖାଇବା ମଧ୍ୟ ବନ୍ଦ ଥିଲା। ନିଲମ୍ବନ ପରେ ମଧ୍ୟ ବିଧାୟକମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଥିଲେ ଏବଂ ମାଷ୍ଟର କ୍ୟାଣ୍ଟିନ ଛକରେ ରାତି ସାରା ବସି ରହିଲେ। ଫଳରେ ଆଜି ସକାଳୁ ବରିଷ୍ଟ କଂଗ୍ରେସ ବିଧାୟକ ତାରା […] The post ତାରାପ୍ରସାଦ ବାହିନୀପତି ଅସୁସ୍ଥ,କଂଗ୍ରେସ ଆନ୍ଦୋଳନ ହେବ ଅଧିକ ତୀବ୍ର appeared first on Odisha.News.

ତାରାପ୍ରସାଦ ବାହିନୀପତି ଅସୁସ୍ଥ,କଂଗ୍ରେସ ଆନ୍ଦୋଳନ ହେବ ଅଧିକ ତୀବ୍ର

ଭୁବନେଶ୍ବର: ଗତକାଲି ବିଧାନସଭାର ୧୨ ଜଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ କରାଯାଇଥିବା ଉପରେ ଜୋରଦାର ପ୍ରତିବାଦ ହେବାସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଧାନସଭା ଭିତରେ ଅଟକ ରହିଥିଲେ । ସେମାନଙ୍କ ପାଇଁ ବିଧାନସଭା ଭିତରେ ଶୌଚାଲୟ ଠାରୁ ପାଣି ଖାଇବା ମଧ୍ୟ ବନ୍ଦ ଥିଲା।
ନିଲମ୍ବନ ପରେ ମଧ୍ୟ ବିଧାୟକମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଥିଲେ ଏବଂ ମାଷ୍ଟର କ୍ୟାଣ୍ଟିନ ଛକରେ ରାତି ସାରା ବସି ରହିଲେ। ଫଳରେ ଆଜି ସକାଳୁ ବରିଷ୍ଟ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅସୁସ୍ଥ ହୋଇପଡିଥିବା ଜଣାପଡିଛି। ସକାଳେ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି ଏବଂ ଆବଶ୍ୟକ ସ୍ୱାସ୍ଥ୍ୟ ସହଯୋଗ ପ୍ରଦାନ କରିଛନ୍ତି।ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା କୁହାଯାଉଛି।
ଏହି ଅନ୍ୟାୟପୂର୍ଣ୍ଣ ନିଷ୍ପତ୍ତି ବିରୋଧରେ ଏବଂ ଲୋକତନ୍ତ୍ର ପାଇଁ ଆନ୍ଦୋଳନ ବଲବତ୍ତର ରହିବ ବୋଲି କଂଗ୍ରେସ ନିଷ୍ପତ୍ତି ନେଇଛି।ଏକ ନିରପେକ୍ଷ ଏବଂ ନ୍ୟାୟସଂଗତ ପଦକ୍ଷେପ ନିଆଯିବା ପର୍ଯ୍ୟନ୍ତ କଂଗ୍ରେସ ତାହାର ଆନ୍ଦୋଳନ ଜାରି ରଖିବ ବୋଲି କଂଗ୍ରେସ ଘୋଷଣା କରିଛି।

The post ତାରାପ୍ରସାଦ ବାହିନୀପତି ଅସୁସ୍ଥ,କଂଗ୍ରେସ ଆନ୍ଦୋଳନ ହେବ ଅଧିକ ତୀବ୍ର appeared first on Odisha.News.