ମହାକୁମ୍ଭରେ ରୁଷିଆର ‘ମସ୍କୁଲାର ବାବା’

ପ୍ରୟାଗରାଜ,୧୮।୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭରେ ସାରା ବିଶ୍ୱରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ଗଙ୍ଗା, ଯମୁନା ଏବଂ ପୁରାଣବର୍ଣ୍ଣିତ ସରସ୍ବତୀ ନଦୀର ମିଳନ ସ୍ଥଳ ତ୍ରିବେଣୀ ସଙ୍ଗମରେ ଅନୁଷ୍ଠିତ ଏହି ମେଳାକୁ ବିଶ୍ୱର ସବୁଠୁ ବଡ଼ ଧର୍ମୀୟ ସମାବେଶ କୁହାଯାଉଛି, ଯେଉଁଥିରେ ୪୦ କୋଟିରୁ ଊର୍ଦ୍ଧ୍ୱ ଭାରତୀୟ ଓ ବିଦେଶୀ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ସାମିଲ ହେବା ଆକଳନ କରାଯାଇଛି। ମହାକୁମ୍ଭରେ ଶିବିର ପକାଇଥିବା ବହୁସଂଖ୍ୟକ ସନ୍ଥଙ୍କ ମଧ୍ୟରେ ଆତ୍ମପ୍ରେମ ଗିରି ମହାରାଜ ତାଙ୍କ […] The post ମହାକୁମ୍ଭରେ ରୁଷିଆର ‘ମସ୍କୁଲାର ବାବା’ appeared first on Dharitri Odia News.

ମହାକୁମ୍ଭରେ ରୁଷିଆର ‘ମସ୍କୁଲାର ବାବା’

ପ୍ରୟାଗରାଜ,୧୮।୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭରେ ସାରା ବିଶ୍ୱରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ଗଙ୍ଗା, ଯମୁନା ଏବଂ ପୁରାଣବର୍ଣ୍ଣିତ ସରସ୍ବତୀ ନଦୀର ମିଳନ ସ୍ଥଳ ତ୍ରିବେଣୀ ସଙ୍ଗମରେ ଅନୁଷ୍ଠିତ ଏହି ମେଳାକୁ ବିଶ୍ୱର ସବୁଠୁ ବଡ଼ ଧର୍ମୀୟ ସମାବେଶ କୁହାଯାଉଛି, ଯେଉଁଥିରେ ୪୦ କୋଟିରୁ ଊର୍ଦ୍ଧ୍ୱ ଭାରତୀୟ ଓ ବିଦେଶୀ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ସାମିଲ ହେବା ଆକଳନ କରାଯାଇଛି। ମହାକୁମ୍ଭରେ ଶିବିର ପକାଇଥିବା ବହୁସଂଖ୍ୟକ ସନ୍ଥଙ୍କ ମଧ୍ୟରେ ଆତ୍ମପ୍ରେମ ଗିରି ମହାରାଜ ତାଙ୍କ ଶରୀର ଗଠନ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ସନ୍ଥ ‘ମସ୍‌କୁଲାର ବାବା’ ବା ବାହୁବଳି ବାବା ଭାବେ ବେଶ୍‌ ଜଣାଶୁଣା। ୭ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏହି ବାବା ଗୈରିକ ବସ୍ତ୍ର ପରିଧାନ ସହ ରୁଦ୍ରାକ୍ଷ ମାଳା ପିନ୍ଧିଛନ୍ତି। ତାଙ୍କୁ ଅନେକେ ଆଧୁନିକ ଯୁଗରେ ଭଗବାନ ପର୍ଶୁରାମଙ୍କ ଅବତାର ବୋଲି ବର୍ଣ୍ଣନା କରିଛନ୍ତି। ରୁଷିଆର ଏହି ବାବା ୩୦ ବର୍ଷ ପୂର୍ବରୁ ସନାତନ ଧର୍ମ ଗ୍ରହଣ କରିବା ସହ ହିନ୍ଦୁତ୍ୱବାଦ୍‌ର ପ୍ରଚାର ପ୍ରସାରରେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ଏକଦା ଶିକ୍ଷକତା କରୁଥିବା ଗିରି ନିଜ ପେସାଦାରି କ୍ୟାରିୟର ଛାଡ଼ି ଆଧ୍ୟାତ୍ମିକତାର ସନ୍ଧାନରେ ବୁଡ଼ି ରହିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ସେ ନେପାଳରେ ରହୁଥିବାବେଳେ ଜୁନା ଆଖଡ଼ାର ସଦସ୍ୟ ମଧ୍ୟ ଅଛନ୍ତି। ୭ ଫୁଟ୍‌ ଉଚ୍ଚ ଏବଂ ବଳିଷ୍ଠ ଚେହେରାର ଏହି ବାବାଙ୍କ ଫଟୋକୁ ଲୋକେ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ପୋଷ୍ଟକୁ ଅନେକେ ଦେଖିବା ସହ ହର ହର ମହାଦେବ କମେଣ୍ଟ ଦେଇଛନ୍ତି।

The post ମହାକୁମ୍ଭରେ ରୁଷିଆର ‘ମସ୍କୁଲାର ବାବା’ appeared first on Dharitri Odia News.