ଟି-୨୦ ବିଶ୍ଵକପ୍ରେ ଭାରତୀୟ ଦଳର ବ୍ୟାଟିଂ ଅର୍ଡର କେମିତି ରହିବ ? ଉତ୍ତର ଦେଲେ ରୋହିତ ଶର୍ମା
ନ୍ୟୁୟର୍କ: ଭାରତୀୟ ଦଳ ଟି-୨୦ ବିଶ୍ଵକପ୍ର ନିଜର ଏକ ମାତ୍ର ଓ୍ଵାର୍ମଅପ୍ ମ୍ୟାଚ୍ରେ ବାଂଲାଦେଶକୁ ୬୦ ରନରେ ହରାଇଛି। ମ୍ୟାଚ୍ରେ ଭାରତ ନିଜର ବ୍ୟାଟିଂ କ୍ରମ ପରଖିଛି। ଏହି ମୁକାବିଲାରେ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିଲା। ଯଶସ୍ଵୀ ଜୟସ୍ଵାଲ ମଧ୍ୟ ବ୍ୟାଟିଂ ପାଇଁ ଆସି ନ ଥିଲେ। ରୋହିତ ସଞ୍ଜୁ ସାମସନଙ୍କ ସହ ଓପନିଂ କରିଥିଲେ। ଓ୍ଵିକେଟ୍ କିପର ବ୍ୟାଟର ଋଷଭ ପନ୍ତ ତୃତୀୟ କ୍ରମରେ ବ୍ୟାଟିଂ କରିଥିଲେ।ମ୍ୟାଚ୍ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ବ୍ୟାଟିଂ କ୍ରମକୁ ନେଇ ବଡ଼ ବୟାନ ଦେଇଛନ୍ତି। ରୋହିତ କହିଛନ୍ତି, ଟି-୨୦ ବିଶ୍ଵକପ୍ ପାଇଁ ଦଳର ବ୍ୟାଟିଂକ୍ରମକୁ ଚୂଡ଼ାନ୍ତ ରୂପ ଦିଆଯାଇ ନାହିଁ। ଅଭ୍ୟାସ୍ ମ୍ୟାଚ୍ରେ ଋଷଭ ପନ୍ତ ତୃତୀୟ ନମ୍ବରରେ ବ୍ୟାଟିଂ କରିବା ଦଳ ପ୍ରବନ୍ଧକଙ୍କ ନିଷ୍ପତ୍ତି ଉପରେ ଅଧିକ ଗୁରୁତ୍ଵ ଦେବା ଉଚିତ୍ ନୁହେଁ। A win in the warm-up game and playing at Nassau County International Cricket Stadium, #TeamIndia members share their thoughts ????????WATCH ???????? - By @RajalArora#T20WorldCuphttps://t.co/bV6F2W1240— BCCI (@BCCI) June 2, 2024ପନ୍ତ ତୃତୀୟ କ୍ରମରେ ବ୍ୟାଟିଂ କରିବା ନେଇ ରୋହିତ ଶର୍ମା କହିଛନ୍ତି, କେବଳ ତାଙ୍କୁ ଅଧିକ ସମୟ ବ୍ୟାଟିଂ ପାଇଁ ଏହି ସୁଯୋଗ ଦିଆଯାଇଥିଲା। ଆମେ ଏ ପର୍ଯ୍ୟନ୍ତ ବ୍ୟାଟିଂ କ୍ରମକୁ ଅନ୍ତିମ ରୂପ ଦେଇନୁ।
ନ୍ୟୁୟର୍କ: ଭାରତୀୟ ଦଳ ଟି-୨୦ ବିଶ୍ଵକପ୍ର ନିଜର ଏକ ମାତ୍ର ଓ୍ଵାର୍ମଅପ୍ ମ୍ୟାଚ୍ରେ ବାଂଲାଦେଶକୁ ୬୦ ରନରେ ହରାଇଛି। ମ୍ୟାଚ୍ରେ ଭାରତ ନିଜର ବ୍ୟାଟିଂ କ୍ରମ ପରଖିଛି। ଏହି ମୁକାବିଲାରେ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିଲା। ଯଶସ୍ଵୀ ଜୟସ୍ଵାଲ ମଧ୍ୟ ବ୍ୟାଟିଂ ପାଇଁ ଆସି ନ ଥିଲେ। ରୋହିତ ସଞ୍ଜୁ ସାମସନଙ୍କ ସହ ଓପନିଂ କରିଥିଲେ। ଓ୍ଵିକେଟ୍ କିପର ବ୍ୟାଟର ଋଷଭ ପନ୍ତ ତୃତୀୟ କ୍ରମରେ ବ୍ୟାଟିଂ କରିଥିଲେ।
ମ୍ୟାଚ୍ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ବ୍ୟାଟିଂ କ୍ରମକୁ ନେଇ ବଡ଼ ବୟାନ ଦେଇଛନ୍ତି। ରୋହିତ କହିଛନ୍ତି, ଟି-୨୦ ବିଶ୍ଵକପ୍ ପାଇଁ ଦଳର ବ୍ୟାଟିଂକ୍ରମକୁ ଚୂଡ଼ାନ୍ତ ରୂପ ଦିଆଯାଇ ନାହିଁ। ଅଭ୍ୟାସ୍ ମ୍ୟାଚ୍ରେ ଋଷଭ ପନ୍ତ ତୃତୀୟ ନମ୍ବରରେ ବ୍ୟାଟିଂ କରିବା ଦଳ ପ୍ରବନ୍ଧକଙ୍କ ନିଷ୍ପତ୍ତି ଉପରେ ଅଧିକ ଗୁରୁତ୍ଵ ଦେବା ଉଚିତ୍ ନୁହେଁ।
A win in the warm-up game and playing at Nassau County International Cricket Stadium, #TeamIndia members share their thoughts ????????
WATCH ???????? - By @RajalArora#T20WorldCuphttps://t.co/bV6F2W1240— BCCI (@BCCI) June 2, 2024
ପନ୍ତ ତୃତୀୟ କ୍ରମରେ ବ୍ୟାଟିଂ କରିବା ନେଇ ରୋହିତ ଶର୍ମା କହିଛନ୍ତି, କେବଳ ତାଙ୍କୁ ଅଧିକ ସମୟ ବ୍ୟାଟିଂ ପାଇଁ ଏହି ସୁଯୋଗ ଦିଆଯାଇଥିଲା। ଆମେ ଏ ପର୍ଯ୍ୟନ୍ତ ବ୍ୟାଟିଂ କ୍ରମକୁ ଅନ୍ତିମ ରୂପ ଦେଇନୁ। ବୋଲିଂ ୟୁନିଟ୍ ଭଲ ପ୍ରଦର୍ଶନ କରିଛନ୍ତି। ଅଭ୍ୟାସ୍ ମ୍ୟାଚ୍ରେ ଯେମିତି ପ୍ରଦର୍ଶନ ଏବଂ ପରିଣାମ ଚାହୁଁଥିଲୁ ସେମିତି ମିଳିଛି। ପରିସ୍ଥିତିର ଅନୁକୂଳ ରହିବା ବହୁତ ମହତ୍ଵପୂର୍ଣ୍ଣ। ନୂଆ ଭେନ୍ୟୁ, ନୂଆ ମଇଦାନ, ଡ୍ରପ ଇନ ପିଚ୍ ଆଦି ସହ ଖାପ ଖୁଆଇବା ସହ ଭଲ ପ୍ରଦର୍ଶନ କରିଛୁ।
ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଖେଳାଳି ଖେଳାଳିଙ୍କ ପ୍ରଦର୍ଶନର ପ୍ରଶଂସା କରି କହିଛନ୍ତି, ପିଚ୍ କିଛିଟା ନରମ ଥିଲା। ଆଉଟ୍ ଫିଟ୍ ସହ ମଇଦାନ ଭଲ ଅଛି। ଆଉଟ୍ଫିଲ୍ଡ ମଧ୍ୟ ନରମ ରହିଛି। ତେଣୁ ଖେଳାଳିଙ୍କୁ ନିଜ ଉପରେ ଅଧିକ ଭାର ଦେବା ଅନୁଚିତ୍। ଖେଳାଳି ପାଣିପାଗ ସହ ଭଲ ଭାବେ ଖାପ ଖୁଆଇ ସାରିଛନ୍ତି।