ଟି-୨୦ ବିଶ୍ୱକପ ଟ୍ରଫିକୁ କାହିଁକି ହାତ ଲଗାଇଲେ ନାହିଁ ମୋଦି? ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୪।୭: ଭାରତୀୟ କ୍ରିକେଟ ଟିମ୍‌ ଦ୍ୱିତୀୟ ଥର ପାଇଁ ଟି -୨୦ବିଶ୍ୱକପ ଚାମ୍ପିୟନ ହୋଇଛି। ଏହି ବିଶ୍ୱକପ ଟ୍ରଫି ନେଇ ରୋହିତ ଶର୍ମାଙ୍କ ବ୍ରିଗେଡ ସ୍ବଦେଶ ଆସିଛି। ଭାରତ ଆସିବା ପରେ ଟିମ ଇଣ୍ଡିଆ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟଛି। ପ୍ରଧାନମନ୍ତ୍ରୀ ତାଙ୍କ ବାସଭବନରେ ଟିମ ଇଣ୍ଡିଆ ସହ ଏକ ବୈଠକ ଆୟୋଜନ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଟିମ ଇଣ୍ଡିଆ ଏବଂ ବିଶ୍ୱକପ ଟ୍ରଫି ସହିତ ଫଟୋଗ୍ରାଫ କରିଥିଲେ। ତେବେ ଏହି ଟ୍ରଫଇ ସହ […] The post ଟି-୨୦ ବିଶ୍ୱକପ ଟ୍ରଫିକୁ କାହିଁକି ହାତ ଲଗାଇଲେ ନାହିଁ ମୋଦି? ଜାଣନ୍ତୁ କାରଣ… appeared first on Dharitri Odia News.

ଟି-୨୦ ବିଶ୍ୱକପ ଟ୍ରଫିକୁ କାହିଁକି ହାତ ଲଗାଇଲେ ନାହିଁ ମୋଦି? ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୪।୭: ଭାରତୀୟ କ୍ରିକେଟ ଟିମ୍‌ ଦ୍ୱିତୀୟ ଥର ପାଇଁ ଟି -୨୦ବିଶ୍ୱକପ ଚାମ୍ପିୟନ ହୋଇଛି। ଏହି ବିଶ୍ୱକପ ଟ୍ରଫି ନେଇ ରୋହିତ ଶର୍ମାଙ୍କ ବ୍ରିଗେଡ ସ୍ବଦେଶ ଆସିଛି। ଭାରତ ଆସିବା ପରେ ଟିମ ଇଣ୍ଡିଆ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟଛି। ପ୍ରଧାନମନ୍ତ୍ରୀ ତାଙ୍କ ବାସଭବନରେ ଟିମ ଇଣ୍ଡିଆ ସହ ଏକ ବୈଠକ ଆୟୋଜନ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଟିମ ଇଣ୍ଡିଆ ଏବଂ ବିଶ୍ୱକପ ଟ୍ରଫି ସହିତ ଫଟୋଗ୍ରାଫ କରିଥିଲେ।
ତେବେ ଏହି ଟ୍ରଫଇ ସହ ଫଟୋ ଉଠାଇଥିଲେ ବି ନରେନ୍ଦ୍ର ମୋଦି ଟ୍ରଫିକୁ ସ୍ପର୍ଶ କରିନାହାଁନ୍ତି।
ସେ କେବଳ ରୋହିତ ଶର୍ମା ଏବଂ କୋଚ ରାହୁଲ ଦ୍ରାବିଡଙ୍କ ହାତ ଧରିଥିବା କୁହାଯାଉଛି। ଏହି ଟ୍ରଫି ରୋହିତ ଏବଂ ରାହୁଲ ଧରିଥିଲେ। ତେବେ ଏହା ପଛରେ ଏକ କାହାଣୀ ଅଛି।
ଟ୍ରଫି ଏବଂ ପଦକ ବିଷୟରେ ଗୋଟିଏ କଥା କୁହାଯାଏ। ତାହା ହେଉଛି, ଟ୍ରଫି ଏବଂ ପଦକ କେବଳ ସେହିମାନଙ୍କ ଦ୍ୱାରା ସ୍ପର୍ଶ କରାଯାଇଥାଏ। ଏହାର ଅର୍ଥ, କେବଳ ଦଳ ଯିଏ ଟ୍ରଫି ଜିତିଛି ଏବଂ ପଦକ ଜିତିଥିବା ଖେଳାଳି ସେଗୁଡିଙ୍କୁ ସ୍ପର୍ଶ କରିବା ଉଚିତ୍‌। ବୋଧହୁଏ ଏହି କାରଣରୁ ପ୍ରଧାନମନ୍ତ୍ରୀ ଟ୍ରଫିକୁ ସ୍ପର୍ଶ କରିନଥିଲେ ଏବଂ କେବଳ ରୋହିତ-ରାହୁଲଙ୍କ ହାତ ଧରିଥିଲେ। ଟିମ ଇଣ୍ଡିଆ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନାମୋ ନାମକ ଏକ ଜର୍ସି ଉପହାର ଦେଇଛନ୍ତି।

The post ଟି-୨୦ ବିଶ୍ୱକପ ଟ୍ରଫିକୁ କାହିଁକି ହାତ ଲଗାଇଲେ ନାହିଁ ମୋଦି? ଜାଣନ୍ତୁ କାରଣ… appeared first on Dharitri Odia News.