ଟି-୨୦ ବିଶ୍ୱକପ୍‌ ଅଧାରୁ ଭାରତ ଫେରିବେ ୨ ଖେଳାଳି

ଫ୍ଲୋରିଡା,୧୪।୬: ଜୁନ ୧୪ରେ ଫ୍ଲୋରିଡା ଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ଦଳର ଅଭ୍ୟାସ ଅଧିବେଶନ ବର୍ଷା ଯୋଗୁ ବାତିଲ ହୋଇଛି। ଟିମ ଇଣ୍ଡିଆ ଶନିବାର କାନାଡାକୁ ଭେଟିବ। ରୋହିତ ଶର୍ମା ଅଧିନାୟିକତ୍ୱରେ ଟିମ ଇଣ୍ଡିଆ ବର୍ତ୍ତମାନ ପର୍ଯ୍ୟନ୍ତ ୨୦୨୪ ଟି-୨୦ ବିଶ୍ୱକପରେ ଗ୍ରୁପ ପର୍ଯ୍ୟାୟରେ ସେମାନଙ୍କର ସମସ୍ତ ମ୍ୟାଚ ଜିତିଛି। ଟିମ ଇଣ୍ଡିଆ ନିଜ ଓପନିଂ ମ୍ୟାଚରେ ଆୟର୍ଲାଣ୍ଡକୁ ଆଠ ଉଇକେଟ୍‌ରେ ପରାସ୍ତ କରିଥିଲା ଏବଂ ପରେ ପାକିସ୍ତାନକୁ ୬ ରନ୍‌ରେ ପରାସ୍ତ କରିଥିଲା। ସେହିପରି […] The post ଟି-୨୦ ବିଶ୍ୱକପ୍‌ ଅଧାରୁ ଭାରତ ଫେରିବେ ୨ ଖେଳାଳି appeared first on Dharitri Odia News.

ଟି-୨୦ ବିଶ୍ୱକପ୍‌ ଅଧାରୁ ଭାରତ ଫେରିବେ ୨ ଖେଳାଳି

ଫ୍ଲୋରିଡା,୧୪।୬: ଜୁନ ୧୪ରେ ଫ୍ଲୋରିଡା ଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ଦଳର ଅଭ୍ୟାସ ଅଧିବେଶନ ବର୍ଷା ଯୋଗୁ ବାତିଲ ହୋଇଛି। ଟିମ ଇଣ୍ଡିଆ ଶନିବାର କାନାଡାକୁ ଭେଟିବ। ରୋହିତ ଶର୍ମା ଅଧିନାୟିକତ୍ୱରେ ଟିମ ଇଣ୍ଡିଆ ବର୍ତ୍ତମାନ ପର୍ଯ୍ୟନ୍ତ ୨୦୨୪ ଟି-୨୦ ବିଶ୍ୱକପରେ ଗ୍ରୁପ ପର୍ଯ୍ୟାୟରେ ସେମାନଙ୍କର ସମସ୍ତ ମ୍ୟାଚ ଜିତିଛି। ଟିମ ଇଣ୍ଡିଆ ନିଜ ଓପନିଂ ମ୍ୟାଚରେ ଆୟର୍ଲାଣ୍ଡକୁ ଆଠ ଉଇକେଟ୍‌ରେ ପରାସ୍ତ କରିଥିଲା ଏବଂ ପରେ ପାକିସ୍ତାନକୁ ୬ ରନ୍‌ରେ ପରାସ୍ତ କରିଥିଲା। ସେହିପରି ଆମେରିକାକୁ ୭ ଉଇକେଟ୍‌ରେ ପରାସ୍ତ କରି ଭାରତ ସୁପର-୮ରେ ପ୍ରବେଶ କରିଛି।
କାନାଡା ବିପକ୍ଷରେ ଭାରତର ଶେଷ ଗ୍ରୁପ ମ୍ୟାଚ ପରେ ଶୁଭମନ ଗିଲ ଏବଂ ଆବେଶ ଖାନ ଦଳ ଛାଡିବେ ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି। ଉଭୟଙ୍କୁ ରିଲିଜ୍‌ କରାଯିବ ଏବଂ ଉଭୟ ଭାରତ ଫେରିବେ। ଉଭୟ ରିଜର୍ଭର ଅଂଶ ଭାବରେ ଆମେରିକା ଯାଇଛନ୍ତି। ଏହି ସମୟରେ ଅନ୍ୟ ଦୁଇ ରିଜର୍ଭ ଖେଳାଳି ଖଲିଲ ଅହମ୍ମଦ ଏବଂ ରିଙ୍କୁ ସିଂ ଦଳ ସହ ରହିବେ।

The post ଟି-୨୦ ବିଶ୍ୱକପ୍‌ ଅଧାରୁ ଭାରତ ଫେରିବେ ୨ ଖେଳାଳି appeared first on Dharitri Odia News.