ଟି -୨୦ ବିଶ୍ୱକପ୍‌ ଫାଇନାଲ ପୂର୍ବରୁ ଭାରତକୁ ଚେତାବନୀ ଦେଲେ ଦକ୍ଷିଣ ଆଫ୍ରିକା ଅଧିନାୟକ, କହିଲେ ଯାହା ହେଇଯାଉ ପଛେ…

ନୂଆଦିଲ୍ଲୀ,୨୯।୬: ଟି -୨୦ ବିଶ୍ୱକପ୍‌ ୨୦୨୪ର ଫାଇନାଲ ମ୍ୟାଚ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଉଭୟଙ୍କ ମଧ୍ୟରେ ଏହି ଟାଇଟଲ ଯୁଦ୍ଧ ଆଜି ଅର୍ଥାତ୍‌ ଶନିବାର ବାର୍ବଡୋସର କେନ୍ସିଙ୍ଗଟନ ଓଭାଲରେ ହେବ। ଏହି ମ୍ୟାଚ ମାଧ୍ୟମରେ ଦକ୍ଷିଣ ଆଫ୍ରିକା ଦଳ ଏହାର ପ୍ରଥମ ବିଶ୍ୱକପ୍‌ ଜିତିବାକୁ ଚାହୁଁଥିବାବେଳେ ଟିମ ଇଣ୍ଡିଆ ଦ୍ୱିତୀୟ ଟି -୨୦ ବିଶ୍ୱକପ୍‌ ହାତେଇବ। କିନ୍ତୁ ଏହି ଫାଇନାଲ ମ୍ୟାଚ ପୂର୍ବରୁ ଆଫ୍ରିକୀୟ ଅଧିନାୟକ ଆଡେନ ମାର୍କ୍ରମ ଟିମ ଇଣ୍ଡିଆକୁ […] The post ଟି -୨୦ ବିଶ୍ୱକପ୍‌ ଫାଇନାଲ ପୂର୍ବରୁ ଭାରତକୁ ଚେତାବନୀ ଦେଲେ ଦକ୍ଷିଣ ଆଫ୍ରିକା ଅଧିନାୟକ, କହିଲେ ଯାହା ହେଇଯାଉ ପଛେ… appeared first on Dharitri Odia News.

ଟି -୨୦ ବିଶ୍ୱକପ୍‌ ଫାଇନାଲ ପୂର୍ବରୁ ଭାରତକୁ ଚେତାବନୀ ଦେଲେ ଦକ୍ଷିଣ ଆଫ୍ରିକା ଅଧିନାୟକ, କହିଲେ ଯାହା ହେଇଯାଉ ପଛେ…

ନୂଆଦିଲ୍ଲୀ,୨୯।୬: ଟି -୨୦ ବିଶ୍ୱକପ୍‌ ୨୦୨୪ର ଫାଇନାଲ ମ୍ୟାଚ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଉଭୟଙ୍କ ମଧ୍ୟରେ ଏହି ଟାଇଟଲ ଯୁଦ୍ଧ ଆଜି ଅର୍ଥାତ୍‌ ଶନିବାର ବାର୍ବଡୋସର କେନ୍ସିଙ୍ଗଟନ ଓଭାଲରେ ହେବ। ଏହି ମ୍ୟାଚ ମାଧ୍ୟମରେ ଦକ୍ଷିଣ ଆଫ୍ରିକା ଦଳ ଏହାର ପ୍ରଥମ ବିଶ୍ୱକପ୍‌ ଜିତିବାକୁ ଚାହୁଁଥିବାବେଳେ ଟିମ ଇଣ୍ଡିଆ ଦ୍ୱିତୀୟ ଟି -୨୦ ବିଶ୍ୱକପ୍‌ ହାତେଇବ। କିନ୍ତୁ ଏହି ଫାଇନାଲ ମ୍ୟାଚ ପୂର୍ବରୁ ଆଫ୍ରିକୀୟ ଅଧିନାୟକ ଆଡେନ ମାର୍କ୍ରମ ଟିମ ଇଣ୍ଡିଆକୁ ଏକ ବଡ଼ ଚେତାବନୀ ଦେଇଛନ୍ତି।

ମାର୍କ୍ରମ ଫାଇନାଲ ପୂର୍ବରୁ କହିଛନ୍ତି, ଫଳାଫଳ ଯାହା ହେଉନା କାହିଁକି ଆମେ ଦଳ ପାଇଁ ଜିତିବାକୁ ଭୋକିଲା। ଆଫ୍ରିକୀୟ ଅଧିନାୟକ ସ୍ପଷ୍ଟ କରିଛନ୍ତି ଯେ, ସେ ଟ୍ରଫି ପାଇଁ ଜାନ୍‌ ଲଗାଇ ଖେଳିବେ। ସେ କୌଣସି ମୂଲ୍ୟରେ ପ୍ରଥମ ବିଶ୍ୱକପ ଟ୍ରଫି ତାଙ୍କ ହାତରୁ ଖସିଯିବାକୁ ଦେବେ ନାହିଁ। ଆପଣଙ୍କୁ କହିରଖୁଛୁ ଯେ ଦକ୍ଷିଣ ଆଫ୍ରିକାର ଦଳ ୩୨ ବର୍ଷର ଦୀର୍ଘ ଅପେକ୍ଷା ପରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ଫାଇନାଲରେ ପହଞ୍ଚିଛି।ମାର୍କ୍ରମ କହିଛନ୍ତି, ଭାରତ ଏକ ମହାନ ଦଳ। ଦକ୍ଷିଣ ଆଫ୍ରିକା ଗତ କିଛି ବର୍ଷ ହେବ ସଠିକ ଦିଗରେ ଅଗ୍ରଗତି କରୁଛି। ଏହା ଆମ ପାଇଁ ଏକ ବଡ଼ ସୁଯୋଗ।

 

The post ଟି -୨୦ ବିଶ୍ୱକପ୍‌ ଫାଇନାଲ ପୂର୍ବରୁ ଭାରତକୁ ଚେତାବନୀ ଦେଲେ ଦକ୍ଷିଣ ଆଫ୍ରିକା ଅଧିନାୟକ, କହିଲେ ଯାହା ହେଇଯାଉ ପଛେ… appeared first on Dharitri Odia News.