ଟି-୨୦ ମ୍ୟାଚ୍‌ରେ ଦମ୍‌ଦାର୍‌ ପର୍ଫମାନ୍ସ; ମାରିଲେ ୯ଟି ଛକା, ୨୭ ବଲ୍‌ରେ କଲେ ୭୦ ରନ୍‌

ନୂଆଦିଲ୍ଲୀ ୨୫।୦୮:  ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିଲେ ଅଭିନଭ ମନୋହର  । ମହାରାଜା ଟ୍ରଫି ୨୦୨୪ ମୁହାଁମୁହିଁ ହୋଇଥିଲେ ବେଙ୍ଗାଲୁରୁର ଶିବମୋଗା ଲାୟନ୍ସ  ଏବଂ ହୁବଲି ଟାଇଗର । ଏହି ମ୍ୟାଚରେ ଅଭିନାଭ କରିଥିଲେ ଚମତ୍କାର ବ୍ୟାଟିଂ  । ଆଉ ହାସଲ କରିଥିଲେ ଅର୍ଦ୍ଧଶତକ । ଅଭିନଭ ବୋଲରଙ୍କୁ ଦେଇଥିଲେ ଜୋରଦାର ଝଟକା  । ସେ ମାତ୍ର ୨୭ ବଲରେ ୭୦ ରନ୍ ସଂଗ୍ରହ କରିଥିଲେ । ଏହି ଅବଧି ମଧ୍ୟରେ ୯ଟି ଛକା ମାରିଥିଲେ । ଅଭିନଭ ମନୋହର ଶିବମୋଗା ପାଇଁ ଖେଳିଥିଲେ ମ୍ୟାଚ୍ ବିଜୟୀ ଇନିଂସ । ଏହି ମ୍ୟାଚକୁ ଶିବମୋଗା ୬ଟି ୱିକେଟରେ ଜିତିଥିଲେ । ବାସ୍ତବରେ ହୁବଳି ଟିମ୍ ପ୍ରଥମେ ବ୍ୟାଟିଂ କରି ୧୯.୩ ଓଭରରେ କରିଥିଲେ ୧୪୧ ରନ୍‌ । ଏହି ସମୟରେ ଅଧିନାୟକ ମନୀଷ ପାଣ୍ଡେ ୪୪ ରନ୍ ସଂଗ୍ରହ କରିଥିଲେ । ସେ ୩୧ ବଲରେ ୨ଟି ଚୌକା ଓ ୨ଟି ଛକା ମାରିଥିଲେ । ମନବନ୍ତ କୁମାର ୧୩ ବଲରେ କରିଥିଲେ ୨୮ ରନ୍ ସଂଗ୍ରହ । ସେ ୪ଟି ଛକା ମାରିଥିଲେ । ଏହାର ଜବାବରେ ଶିବମୋଗା ୧୫.୧ ଓଭରରେ ମ୍ୟାଚ୍ ଜିତିଥିଲେ । ଟିମ୍‌ ଏହି ମ୍ୟାଚକୁ ୬ ୱିକେଟରେ ଜିତି ନେଇଛି । ଅଭିନବ ମନୋହର ଶିବମୋଗା ପାଇଁ ୪ ନମ୍ବରରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ ପଡିଆକୁ ।  ସେ ୨୭ ବଲର ସମ୍ମୁଖ କରି ୭୦ ରନ ସ୍କୋର କରିଥିଲେ । ଏହି ସମୟରେ ସେ ୨ ଚୌକା ଓ ୯ଟି  ଛକା ମାରିଥିଲେ । ମନୋହରଙ୍କ ଷ୍ଟ୍ରାଇକ୍ ରେଟ୍‌ ରହିଥିଲା ୨୫୯.୨୬ । ଏହାପୂର୍ବରୁ ଅଧିନାୟକ ନିହାଲ ୩୪ ବଲରେ ୩୭ ରନ୍ ସଂଗ୍ରହ କ

ଟି-୨୦ ମ୍ୟାଚ୍‌ରେ ଦମ୍‌ଦାର୍‌ ପର୍ଫମାନ୍ସ; ମାରିଲେ ୯ଟି ଛକା, ୨୭ ବଲ୍‌ରେ କଲେ ୭୦ ରନ୍‌

ନୂଆଦିଲ୍ଲୀ ୨୫।୦୮:  ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିଲେ ଅଭିନଭ ମନୋହର  । ମହାରାଜା ଟ୍ରଫି ୨୦୨୪ ମୁହାଁମୁହିଁ ହୋଇଥିଲେ ବେଙ୍ଗାଲୁରୁର ଶିବମୋଗା ଲାୟନ୍ସ  ଏବଂ ହୁବଲି ଟାଇଗର । ଏହି ମ୍ୟାଚରେ ଅଭିନାଭ କରିଥିଲେ ଚମତ୍କାର ବ୍ୟାଟିଂ  । ଆଉ ହାସଲ କରିଥିଲେ ଅର୍ଦ୍ଧଶତକ । 

ଅଭିନଭ ବୋଲରଙ୍କୁ ଦେଇଥିଲେ ଜୋରଦାର ଝଟକା  । ସେ ମାତ୍ର ୨୭ ବଲରେ ୭୦ ରନ୍ ସଂଗ୍ରହ କରିଥିଲେ । ଏହି ଅବଧି ମଧ୍ୟରେ ୯ଟି ଛକା ମାରିଥିଲେ । ଅଭିନଭ ମନୋହର ଶିବମୋଗା ପାଇଁ ଖେଳିଥିଲେ ମ୍ୟାଚ୍ ବିଜୟୀ ଇନିଂସ । ଏହି ମ୍ୟାଚକୁ ଶିବମୋଗା ୬ଟି ୱିକେଟରେ ଜିତିଥିଲେ । 

ବାସ୍ତବରେ ହୁବଳି ଟିମ୍ ପ୍ରଥମେ ବ୍ୟାଟିଂ କରି ୧୯.୩ ଓଭରରେ କରିଥିଲେ ୧୪୧ ରନ୍‌ । ଏହି ସମୟରେ ଅଧିନାୟକ ମନୀଷ ପାଣ୍ଡେ ୪୪ ରନ୍ ସଂଗ୍ରହ କରିଥିଲେ । ସେ ୩୧ ବଲରେ ୨ଟି ଚୌକା ଓ ୨ଟି ଛକା ମାରିଥିଲେ । ମନବନ୍ତ କୁମାର ୧୩ ବଲରେ କରିଥିଲେ ୨୮ ରନ୍ ସଂଗ୍ରହ । ସେ ୪ଟି ଛକା ମାରିଥିଲେ । 

ଏହାର ଜବାବରେ ଶିବମୋଗା ୧୫.୧ ଓଭରରେ ମ୍ୟାଚ୍ ଜିତିଥିଲେ । ଟିମ୍‌ ଏହି ମ୍ୟାଚକୁ ୬ ୱିକେଟରେ ଜିତି ନେଇଛି । ଅଭିନବ ମନୋହର ଶିବମୋଗା ପାଇଁ ୪ ନମ୍ବରରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ ପଡିଆକୁ ।  ସେ ୨୭ ବଲର ସମ୍ମୁଖ କରି ୭୦ ରନ ସ୍କୋର କରିଥିଲେ । ଏହି ସମୟରେ ସେ ୨ ଚୌକା ଓ ୯ଟି  ଛକା ମାରିଥିଲେ । ମନୋହରଙ୍କ ଷ୍ଟ୍ରାଇକ୍ ରେଟ୍‌ ରହିଥିଲା ୨୫୯.୨୬ । 

ଏହାପୂର୍ବରୁ ଅଧିନାୟକ ନିହାଲ ୩୪ ବଲରେ ୩୭ ରନ୍ ସଂଗ୍ରହ କରିଥିଲେ । ସେ ୩ଟି ଚୌକା ଓ ୨ଟି ଛକା ମାରିଥିଲେ । ମନୋହର ବର୍ତ୍ତମାନ ପର୍ଯ୍ୟନ୍ତ ମହାରାଜ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଏହାପୂର୍ବରୁ ସେ ମଇସୋର ୱାରିୟର୍ସ ବିପକ୍ଷରେ ୪୬ ରନର ପାଳି ଖେଳିଥିଲେ । ସେ ଗୁଲବର୍ଗ ମିଷ୍ଟିକ୍ସ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ । 

ଏହାସହିତ ମନୋହର କରିଥିଲେ ୫୫ ରନ ସ୍କୋର । ଅଭିନଭ ମନୋହର ଏପର୍ଯ୍ୟନ୍ତ ମୋଟ ୩୬ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଏହି ସମୟ ମଧ୍ୟରେ ସେ ୬୨୩ ରନ୍ ସଂଗ୍ରହ କରିଛନ୍ତି ।  ସେ ଲିଷ୍ଟ-ଏର ୭ଟି ମ୍ୟାଚ୍ ଖେଳିଛନ୍ତି । ଏଥିରେ ମଧ୍ୟ ସେ ଅର୍ଦ୍ଧଶତକ ହାସଲ କରିଛନ୍ତି।

ଅଭିନଭ ମନୋହର ଶୁବମାନ ଗିଲଙ୍କ ନିକଟତର । କାରଣ ସେ ଆଇପିଏଲରେ ଗୁଜୁରାଟ ଟାଇଟାନ୍ସ ପାଇଁ ଖେଳନ୍ତି । ଅଭିନଭ ମଧ୍ୟ ଆଇପିଏଲ ୨୦୨୪ରେ ଗୁଜରାଟ ଟାଇଟାନ୍ସର ଅଂଶ ଥିଲେ । ଆଇପିଏଲ ୨୦୨୪ ପରେ ଅଭିନଭ ବର୍ତ୍ତମାନ ମହାରାଜା ଟି-୨୦ ଟ୍ରଫିରେ ଖେଳୁଥିବା ନଜର ଆସିଛନ୍ତି । ସେ ଏହି ଲିଗ୍‌ରେ ପ୍ରଥମ ୭ଟି ମ୍ୟାଚରେ ୩୧ଟି ଛକା ଲଗାଇଥିବା ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି ।