ବେଞ୍ଜାମିନ ନେତାନ୍ୟାହୁ ହସ୍ପିଟାଲ୍‌ରେ ଭର୍ତ୍ତି: ୟାରିଭ ଲେଭିନ ହେଲେ କାମଚଳା ପ୍ରଧାନମନ୍ତ୍ରୀ

ଜେରୁଜେଲମ,୩୦।୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ବାସ୍ଥ୍ୟ ଅବନତି ହେତୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିବାକୁ ପଡିଥିଲା। ତାଙ୍କର ପ୍ରୋଷ୍ଟେଟ ସର୍ଜରୀ ସଫଳ ହୋଇଛି। ଏହି ସମୟରେ ନେତାନ୍ୟାହୁ ହସ୍ପିଟାଲରେ ଥିବାବେଳେ ତାଙ୍କ ଘନିଷ୍ଠ ସହଯୋଗୀ ତଥା ଉପମୁଖ୍ୟମନ୍ତ୍ରୀ ୟାରିଭ ଲେଭିନ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିବେ। ଇସ୍ରାଏଲର ସରକାରୀ କାର୍ଯ୍ୟାଳୟ ଅନୁଯାୟୀ, ନେତାନ୍ୟାହୁ ବୁଧବାର ଏକ ମୂତ୍ରନଳୀ ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ। ଯାହା ପରେ ତାଙ୍କର ଚିକିତ୍ସା ଆରମ୍ଭ […] The post ବେଞ୍ଜାମିନ ନେତାନ୍ୟାହୁ ହସ୍ପିଟାଲ୍‌ରେ ଭର୍ତ୍ତି: ୟାରିଭ ଲେଭିନ ହେଲେ କାମଚଳା ପ୍ରଧାନମନ୍ତ୍ରୀ appeared first on Dharitri Odia News.

ବେଞ୍ଜାମିନ ନେତାନ୍ୟାହୁ ହସ୍ପିଟାଲ୍‌ରେ ଭର୍ତ୍ତି: ୟାରିଭ ଲେଭିନ ହେଲେ କାମଚଳା ପ୍ରଧାନମନ୍ତ୍ରୀ

ଜେରୁଜେଲମ,୩୦।୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ବାସ୍ଥ୍ୟ ଅବନତି ହେତୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିବାକୁ ପଡିଥିଲା। ତାଙ୍କର ପ୍ରୋଷ୍ଟେଟ ସର୍ଜରୀ ସଫଳ ହୋଇଛି। ଏହି ସମୟରେ ନେତାନ୍ୟାହୁ ହସ୍ପିଟାଲରେ ଥିବାବେଳେ ତାଙ୍କ ଘନିଷ୍ଠ ସହଯୋଗୀ ତଥା ଉପମୁଖ୍ୟମନ୍ତ୍ରୀ ୟାରିଭ ଲେଭିନ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିବେ।

ଇସ୍ରାଏଲର ସରକାରୀ କାର୍ଯ୍ୟାଳୟ ଅନୁଯାୟୀ, ନେତାନ୍ୟାହୁ ବୁଧବାର ଏକ ମୂତ୍ରନଳୀ ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ। ଯାହା ପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ୭୫ ବର୍ଷୀୟ ନେତାନ୍ୟାହୁ ଦୁନିଆର ବୟୋଜ୍ୟେଷ୍ଠ ନେତାମାନଙ୍କ ମଧ୍ୟରୁ ଅନ୍ୟତମ। ନେତାନ୍ୟାହୁଙ୍କ ବ୍ୟତୀତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୮୨, ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୭୮, ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭା ୭୯ ଏବଂ ପୋପ ଫ୍ରାନ୍ସିସଙ୍କୁ ୮୮ ବର୍ଷ ହୋଇଛି।

The post ବେଞ୍ଜାମିନ ନେତାନ୍ୟାହୁ ହସ୍ପିଟାଲ୍‌ରେ ଭର୍ତ୍ତି: ୟାରିଭ ଲେଭିନ ହେଲେ କାମଚଳା ପ୍ରଧାନମନ୍ତ୍ରୀ appeared first on Dharitri Odia News.