ଟି-୨୦ ୱାର୍ଲ୍ଡକପ୍ ପରେ ଚର୍ଚ୍ଚାରେ ‘ପନୋତି’ ଏମବିଏ ଚା’ ବାଲା, ସେୟାର କଲେ ଇମୋସନାଲ ଭିଡିଓ

ନୂଆଦିଲ୍ଲୀ ୦୧।୦୭: କ୍ରିକେଟ ଟି-୨୦ ୱାର୍ଲ୍ଡ କପ୍‌ର ଫାଇନାଲ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ  ୭ ରନ୍‌ରେ ହରାଇ ବିଶ୍ୱ ବିଜେତା ହୋଇଛି । ଦେଶସାରା କ୍ରିକେଟ ପ୍ରଶଂସକଙ୍କ  ମଧ୍ୟରେ ଏବେ ଖୁସିର ମାହୋଲ ରହିଛି । ତେବେ ପୂରା ସିରିଜରେ  ଏମ୍‌ବିଏ ଚା’ ବାଲା ଅର୍ଥାତ ପ୍ରଫୁଲ ବିଲ୍ଲୌର ବେଶ୍‌ ଚର୍ଚ୍ଚାରେ ଥିଲେ ।  ସେ ସୋସିଆଲ ମିଡିଆରେ ‘ପନୋତି’(ଅଶୁଭ) ମିମ୍‌ସ ପାଇଁ ବେଶ୍‌  ଜଣାଶୁଣା । ତେବେ କ୍ରିକେଟ ବିଶ୍ୱକପ୍‌ରେ ସେ ଏଥର ଭାରତ ବଦଳରେ  ଦକ୍ଷିଣ ଆଫ୍ରିକାକୁ ସମର୍ଥନ କରିଥିଲେ । ଭାରତ ଜିତୁ ବୋଲି ସେ ଚାହୁଁଥିଲେ   ହେଁ ତାଙ୍କ ପନୌତି କାମ କରିଯାଉ ଏବଂ ଦକ୍ଷିଣ ଆଫ୍ରିକାକୁ ସେ ସମର୍ଥନ  କରୁଥିବାରୁ ଦକ୍ଷିଣ ଆଫ୍ରିକା ହାରିଯାଉ ବୋଲି ଇଚ୍ଛା ରଖିଥିଲେ। ଶେଷରେ  ଭାରତ ମ୍ୟାଚ୍‌ ଜିତିଗଲା ଏବଂ ତାଙ୍କ ‘ପନୋତି’ ସମର୍ଥନ କାମ କଲା ବୋଲି  ଭାରତୀୟ କ୍ରିକେଟକ ପ୍ରଶଂସକମାନେ ସୋସିଆଲ ମିଡିଆରେ ପ୍ରତିକ୍ରିୟା  ଦେଇଛନ୍ତି ।For one and only India ????????❤️‍???? ???? pic.twitter.com/0BAP1anHl1— Prafull Billore (@pbillore141) June 29, 2024ଏପରିକି କେତେକ ମିମ୍‌ସ ମେକର ତାଙ୍କୁ ‘ପ୍ରକୃତ ଦେଶଭକ୍ତ’  ଆଖ୍ୟା ମଧ୍ୟ ଦେଇଛନ୍ତି । ଭାରତୀୟ ଟିମ୍‌ ଜିତିବା ପରେ ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଭାରତର ବିଜୟ ପାଇଁ ସେ   ଖୁସିରେ ଆତ୍ମବିଭୋର ଏବଂ ଭାବବିହ୍ୱଳ ହୋଇପଡ଼ିଥିବା ଦେଖିବାକୁ

ଟି-୨୦ ୱାର୍ଲ୍ଡକପ୍ ପରେ ଚର୍ଚ୍ଚାରେ ‘ପନୋତି’ ଏମବିଏ ଚା’ ବାଲା, ସେୟାର କଲେ ଇମୋସନାଲ ଭିଡିଓ

ନୂଆଦିଲ୍ଲୀ ୦୧।୦୭: କ୍ରିକେଟ ଟି-୨୦ ୱାର୍ଲ୍ଡ କପ୍‌ର ଫାଇନାଲ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ  ୭ ରନ୍‌ରେ ହରାଇ ବିଶ୍ୱ ବିଜେତା ହୋଇଛି । ଦେଶସାରା କ୍ରିକେଟ ପ୍ରଶଂସକଙ୍କ  ମଧ୍ୟରେ ଏବେ ଖୁସିର ମାହୋଲ ରହିଛି । ତେବେ ପୂରା ସିରିଜରେ  ଏମ୍‌ବିଏ ଚା’ ବାଲା ଅର୍ଥାତ ପ୍ରଫୁଲ ବିଲ୍ଲୌର ବେଶ୍‌ ଚର୍ଚ୍ଚାରେ ଥିଲେ ।  ସେ ସୋସିଆଲ ମିଡିଆରେ ‘ପନୋତି’(ଅଶୁଭ) ମିମ୍‌ସ ପାଇଁ ବେଶ୍‌  ଜଣାଶୁଣା । ତେବେ କ୍ରିକେଟ ବିଶ୍ୱକପ୍‌ରେ ସେ ଏଥର ଭାରତ ବଦଳରେ  ଦକ୍ଷିଣ ଆଫ୍ରିକାକୁ ସମର୍ଥନ କରିଥିଲେ । ଭାରତ ଜିତୁ ବୋଲି ସେ ଚାହୁଁଥିଲେ   ହେଁ ତାଙ୍କ ପନୌତି କାମ କରିଯାଉ ଏବଂ ଦକ୍ଷିଣ ଆଫ୍ରିକାକୁ ସେ ସମର୍ଥନ  କରୁଥିବାରୁ ଦକ୍ଷିଣ ଆଫ୍ରିକା ହାରିଯାଉ ବୋଲି ଇଚ୍ଛା ରଖିଥିଲେ। ଶେଷରେ  ଭାରତ ମ୍ୟାଚ୍‌ ଜିତିଗଲା ଏବଂ ତାଙ୍କ ‘ପନୋତି’ ସମର୍ଥନ କାମ କଲା ବୋଲି  ଭାରତୀୟ କ୍ରିକେଟକ ପ୍ରଶଂସକମାନେ ସୋସିଆଲ ମିଡିଆରେ ପ୍ରତିକ୍ରିୟା  ଦେଇଛନ୍ତି ।

ଏପରିକି କେତେକ ମିମ୍‌ସ ମେକର ତାଙ୍କୁ ‘ପ୍ରକୃତ ଦେଶଭକ୍ତ’  ଆଖ୍ୟା ମଧ୍ୟ ଦେଇଛନ୍ତି । ଭାରତୀୟ ଟିମ୍‌ ଜିତିବା ପରେ ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଭାରତର ବିଜୟ ପାଇଁ ସେ   ଖୁସିରେ ଆତ୍ମବିଭୋର ଏବଂ ଭାବବିହ୍ୱଳ ହୋଇପଡ଼ିଥିବା ଦେଖିବାକୁ  ମିଳିଛି । ଏକ ଧଳା ଟି-ସାର୍ଟରେ ସେ ଲେଖିଛନ୍ତି ‘ପନୋତି, ହେଟ୍‌ ଇଜ୍‌ ଦ  ନ୍ୟୁ ଲଭ୍‌’ । ଅର୍ଥାତ ‘ଘୃଣା ଏକ ନୂଆ ପ୍ରେମ’ । ପ୍ରଫୁଲ୍ଲଙ୍କ ଏହି ପୋଷ୍ଟରେ  ବହୁସଂଖ୍ୟାରେ ସୋସିଆଲ ମିଡିଆ ୟୁଜର୍ସ କମେଣ୍ଟ କରିବା ଜାରି ରଖିଛନ୍ତି । ଏପରିକି ସେ ଦକ୍ଷିଣ ଆଫ୍ରିକାକୁ ସମର୍ଥନ କରିଥିବାରୁ ଭାରତ ଜିତିଲା ବୋଲି  କହି ଲୋକେ ତାଙ୍କୁ ଧନ୍ୟବାଦ ଦେଇଛନ୍ତି । କେହି କେହି ତାଙ୍କୁ ହିଁ ମ୍ୟାନ୍‌   ଅଫ୍‌ ଦ ମ୍ୟାଚ୍‌ ମଧ୍ୟ ଘୋଷଣା କରି ମଜାଳିଆ ଢଙ୍ଗରେ କମେଣ୍ଟ ପୋଷ୍ଟ  କରିଛନ୍ତି । 
ପ୍ରକାଶଥାଉ କି, ସୋସିଆଲ ମିଡିଆରେ ପ୍ରଫୁଲ୍ଲଙ୍କୁ ଲୋକେ  ‘ପନୋତି’ ଆଖ୍ୟା ଦେଇଛନ୍ତି । କାରଣ କିଛି ଦିନ ହେଲା ଯାହାକୁ ସମର୍ଥନ କରିଛନ୍ତି କିମ୍ବା ଯାହାଙ୍କ ସହ ଫଟୋ ସେୟାର କରିଛନ୍ତି ତାଙ୍କର କିଛି ନା କିଛି  ଖରାପ ହୋଇଛି । ବିଶେଷକରି କ୍ରିକେଟରେ ସେ ଯେଉଁ ଟିମ୍‌କୁ ସମର୍ଥନ  କରିଛନ୍ତି ସଂଯୋଗବଶତଃ ସେହି ଟିମ୍‌ ହାରିଛି । ତେଣୁ ଲୋକେ ସୋସିଆଲ  ମିଡିଆରେ ମଜାରେ ତାଙ୍କୁ ପନୋତି ଆଖ୍ୟା ଦେଇଛନ୍ତି ।