ଟି-୨୦ବିଶ୍ୱକପ୍ରେ ଟଙ୍କା ବର୍ଷା: ବିଜେତା ଟିମ୍ ପାଇଁ ସର୍ବାଧିକ ପୁରସ୍କାର ରାଶି ଘୋଷଣା କଲା ଆଇସିସି
ନୂଆଦିଲ୍ଲୀ: ଏଥର ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା କରିବ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)। କାରଣ ଏଥର ଖେଳାଳିମାନଙ୍କ ପାଇଁ ସବୁଠାରୁ ଅଧିକ ପୁରସ୍କାର ରାଶି ଘୋଷଣା କରାଯାଇଛି। ଆଇସିସିର ସୂଚନା ଅନୁସାରେ, ବିଶ୍ୱକପ୍ରେ ଏଥର ୧୧.୨୫ ମିଲିଅନ ପୁରସ୍କାର ରାଶି ମିଳିବ। ଆଇସିସିର ଘୋଷଣା ଅନୁସାରେ, ବିଶ୍ୱକପ୍ ବିଜେତାଙ୍କୁ ୨.୪୫ ମିଲିଅନ ଡଲାରର ପୁରସ୍କାର ରାଶି ଦିଆଯିବ। ସେହିପରି ରନର୍ସଅପ୍କୁ ୧.୨୮ ମିଲିଅନ ଡଲାର ପୁରସ୍କାର ରାଶି ଦିଆଯିବ ବୋଲି ଆସିସି ଘୋଷଣା କରିଛି। ସେହିପରି ଯେଉଁ ଦଳ ସେମିଫାଇନାଲ୍ ପର୍ଯ୍ୟନ୍ତ ମୁକାବିଲା କରିବା ସେହି ଦଳକୁ ୭୮୭,୫୦୦ ଡଲାର ଦିଆଯିବ। ସୁପର ୮ ଷ୍ଟେଜ୍ରେ କଟିଥିବା ପ୍ରତ୍ୟେକ ଦଳକୁ ୩୮୨,୫୦୦ ଡଲାର, ନବମ ଓ ଦ୍ୱାଦଶ ସ୍ଥାନରେ ଆସୁଥିବା ପ୍ରତ୍ୟେକ ଦଳକୁ ୨୪୭,୫୦୦ ଡଲାର, ତେରତମ ଓ ୨୦ ତମ ଦଳକୁ ୨୨୫,୦୦୦ ଡଲାର ଦିଆଯିବ। ଏହା ବାଦ୍ ପ୍ରତ୍ୟେକ ଟିମକୁ ଜିତୁଥିବା ପ୍ରତ୍ୟେକ ମ୍ୟାଚ୍ ପାଇଁ ୩୧,୧୫୪ ଡଲାରର ମ୍ୟାଚ୍ ୱିନିଂ ପୁରସ୍କାର ଦିଆଯିବ।। ତେବେ ସେମିଫାଇନା ଓ ଫାଇନାଲ୍ ମ୍ୟାଚ୍ରେ ଏହି ଅତିରିକ୍ତ ଏହି ରାଶି ମିଳିବ ନାହିଁ। ICC reveal historic prize money for the Men's #T20WorldCup ????Details ⬇️https://t.co/jRhdAaIkmc— ICC (@ICC) June 3, 2024ବିଶ୍ୱକପ୍ ବିବରଣୀ ଆରମ୍ଭ ହୋଇଯାଇଥିବା ଟି-୨୦ ବିଶ୍ୱକପ୍ ମ୍ୟାଚ୍ ୨୮ ଦିନ ଧରି ଖେଳାଯିବା
ନୂଆଦିଲ୍ଲୀ: ଏଥର ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା କରିବ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)। କାରଣ ଏଥର ଖେଳାଳିମାନଙ୍କ ପାଇଁ ସବୁଠାରୁ ଅଧିକ ପୁରସ୍କାର ରାଶି ଘୋଷଣା କରାଯାଇଛି। ଆଇସିସିର ସୂଚନା ଅନୁସାରେ, ବିଶ୍ୱକପ୍ରେ ଏଥର ୧୧.୨୫ ମିଲିଅନ ପୁରସ୍କାର ରାଶି ମିଳିବ। ଆଇସିସିର ଘୋଷଣା ଅନୁସାରେ, ବିଶ୍ୱକପ୍ ବିଜେତାଙ୍କୁ ୨.୪୫ ମିଲିଅନ ଡଲାରର ପୁରସ୍କାର ରାଶି ଦିଆଯିବ। ସେହିପରି ରନର୍ସଅପ୍କୁ ୧.୨୮ ମିଲିଅନ ଡଲାର ପୁରସ୍କାର ରାଶି ଦିଆଯିବ ବୋଲି ଆସିସି ଘୋଷଣା କରିଛି।
ସେହିପରି ଯେଉଁ ଦଳ ସେମିଫାଇନାଲ୍ ପର୍ଯ୍ୟନ୍ତ ମୁକାବିଲା କରିବା ସେହି ଦଳକୁ ୭୮୭,୫୦୦ ଡଲାର ଦିଆଯିବ। ସୁପର ୮ ଷ୍ଟେଜ୍ରେ କଟିଥିବା ପ୍ରତ୍ୟେକ ଦଳକୁ ୩୮୨,୫୦୦ ଡଲାର, ନବମ ଓ ଦ୍ୱାଦଶ ସ୍ଥାନରେ ଆସୁଥିବା ପ୍ରତ୍ୟେକ ଦଳକୁ ୨୪୭,୫୦୦ ଡଲାର, ତେରତମ ଓ ୨୦ ତମ ଦଳକୁ ୨୨୫,୦୦୦ ଡଲାର ଦିଆଯିବ। ଏହା ବାଦ୍ ପ୍ରତ୍ୟେକ ଟିମକୁ ଜିତୁଥିବା ପ୍ରତ୍ୟେକ ମ୍ୟାଚ୍ ପାଇଁ ୩୧,୧୫୪ ଡଲାରର ମ୍ୟାଚ୍ ୱିନିଂ ପୁରସ୍କାର ଦିଆଯିବ।। ତେବେ ସେମିଫାଇନା ଓ ଫାଇନାଲ୍ ମ୍ୟାଚ୍ରେ ଏହି ଅତିରିକ୍ତ ଏହି ରାଶି ମିଳିବ ନାହିଁ।
ICC reveal historic prize money for the Men's #T20WorldCup ????
Details ⬇️https://t.co/jRhdAaIkmc— ICC (@ICC) June 3, 2024
ବିଶ୍ୱକପ୍ ବିବରଣୀ
ଆରମ୍ଭ ହୋଇଯାଇଥିବା ଟି-୨୦ ବିଶ୍ୱକପ୍ ମ୍ୟାଚ୍ ୨୮ ଦିନ ଧରି ଖେଳାଯିବାକୁ ଥିବା ବେଳେ ଏଥିରେ ମୋଟ ୫୫ଟି ମ୍ୟାଚ୍ ଖେଳାଯିବ। ଏଥରର ବିଶ୍ୱକପ୍ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଆଇସିସି ଟି-୨୦ ବିଶ୍ୱକପ ହେବ। ବିଶ୍ୱରେ ଡିମାଣ୍ଡ ଯୋଗୁ ଏହା ଆମେରିକା ଓ ୱେଷ୍ଟଇଣ୍ଡିଜ ୯ଟି ଭେନ୍ୟୁରେ ଖେଳାଯିବ। ଚଳିତ ବର୍ଷ ୪୦ଟି ଫାଷ୍ଟ ରାଉଣ୍ଡ ମ୍ୟାଚ୍ ଖେଳାଯିବ। ସେଥିରୁ ଶୀର୍ଷ ୮ଟି ଟିମ୍ ସୁପର ୮ ମୁକାବିଲା ଖେଳିବ। ସେଥିରୁ ୪ ଟିମ୍ ସେମିଫାଇନାଲ ଯିବେ। ସେମିଫାଇନାଲ୍ ମ୍ୟାଚ୍ ତ୍ରିନିଦାଦ୍, ଟୋବାଗୋ ଓ ଗୁୟାନାରେ ଖେଲାଯିବ। ବାରବାଡୋସ୍ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ।